ସ୍ବାର୍ଥରକ୍ଷା ପାଇଁ ସୁରକ୍ଷା

ଅନୁଗୋଳ ଅଫିସ, ୭।୧୨: ଅନେକ ସମୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମରାଯାଉଛି। ମୋବାଇଲ ଛଡ଼ାଇ ଭାଙ୍ଗି ଦିଆଯାଉଛି। ଆକ୍ରୋଶ ମନୋଭାବ ରଖି ହଇରାଣ କରାଯାଉଛି। ଦଲାଲଙ୍କ ପ୍ରବେଶ ରୋକିବା ପରିବର୍ତ୍ତେ ସେମାନଙ୍କ ସହ ସାଲିସ କରି ରୋଗୀ ଓ ସମ୍ପର୍କୀୟଙ୍କଠାରୁ ଅର୍ଥ ଠକେଇ କରାଯାଉଛି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମଚାରୀଙ୍କ ମଧ୍ୟରୁ କେତେଜଣଙ୍କ ବିରୋଧରେ ଏପରି ଅଭିଯୋଗ ବାରମ୍ବାର ଆସୁଛି। ଏପରି କି ସୁରକ୍ଷା କାର୍ଯ୍ୟର ଟେଣ୍ଡର ନେଇଥିବା ସଂସ୍ଥାକୁ ବଦଳାଇବାକୁ ସ୍ବର ଉଠୁଛି। ହେଲେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ବରଂ ବର୍ଷ ବର୍ଷ ଧରି ସଂସ୍ଥା ଓ ଏହାର କର୍ମଚାରୀଙ୍କୁ ସୁରକ୍ଷା ଦିଆଯାଉଛି। ମେଡିକାଲର କେତେଜଣ ଅଧିକାରୀ ନିଜ ସ୍ବାର୍ଥ ପାଇଁ ଠିକା ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ସହ ପଡ଼ୋଶୀ ଜିଲା ଢେଙ୍କାନାଳ, ଦେବଗଡ଼, ବୌଦ୍ଧର ବହୁ ରୋଗୀ ନିର୍ଭରଶୀଳ। ହେଲେ ସେମାନଙ୍କ ମଧ୍ୟରୁ ଅନେକେ ବିଭିନ୍ନ ସମୟରେ ଏଠାରେ ଠକେଇ, ଆକ୍ରମଣ ସହ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ମୁଖ୍ୟ ଚିକିତ୍ସାଳୟର କେତେଜଣ ସୁରକ୍ଷାକର୍ମୀ ଆକ୍ରୋଶମୂଳକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହେଉଛି। ଏ ନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କ ନିକଟରେ ଆପତ୍ତି କରାଯାଉଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ। ଫଳରେ ସୁରକ୍ଷା କର୍ମୀ ଯୋଗାଉଥିବା ସଂସ୍ଥା ଓ ଏହାର କର୍ମଚାରୀମାନଙ୍କ ମନମୁଖି କାର୍ଯ୍ୟ ବଢ଼ିବାରେ ଲାଗିଥିବା ଆଲୋଚନା ହେଉଛି। ସୁରକ୍ଷା କର୍ମଚାରୀଙ୍କ ଉପସ୍ଥିତିରେ ମେଡିକାଲ ପରିସରରୁ ଗାଡ଼ି ଚୋରି ହେଉଛି। ରୋଗୀମାନେ ବେଡ୍‌ରୁ ଉଠି କେଉଁଆଡ଼େ ପଳାଇ ଯାଉଛନ୍ତି। ଏପରି କି ଜଣେ ସୁରକ୍ଷା କର୍ମୀ ରୋଗୀଙ୍କୁ ଇଞ୍ଜେକଶନ ଲଗାଯାଉଥିବା ଦୃଶ୍ୟ ଅତୀତରେ ଦେଖିବାକୁ ମିଳିଛି। ସୁରକ୍ଷା ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କ ମଧ୍ୟରୁ କେତେଜେଣ ନକଲି ସାର୍ଟିଫିକେଟ୍‌ ଦେଇ ତ ଆଉ କେତେଜଣ ହାତ ଗୁଞ୍ଜା ଦେଇ ଚାକିରି ପାଇଥିବା ଯୋଗ୍ୟତା ଅନୁଧ୍ୟାନ ବେଳେ ସଂସ୍ଥା ଜାଣିବାକୁ ପାଇଛି। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗତ ରବିବାର ମେଡିକାଲରେ ବି-ସିପ୍ଟରେ ୩୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ କିଏ ମେଳା ଦେଖିବାକୁ ତ ଆଉ କିଏ ଭୋଜି କରିବାକୁ ଯାଇଥିବାରୁ ମାତ୍ର ୧୯ ଜଣ କର୍ମଚାରୀ ଡ଼୍ୟୁଟି କରିଥିବା ଆଲୋଚନା ହେଉଛି। ମେଡିକାଲ ପରିସରରେ ଦଲାଲ୍‌ଙ୍କ ଠାରୁ ଆରମ୍ଭ କରି ଗାଡ଼ି ଚୋରି କରୁଥିବା ଦୁର୍ବୃତ୍ତମାନେ ସକ୍ରିୟ ରହିଥିଲେ ମଧ୍ୟ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଧରିପାରୁ ନାହାନ୍ତି। ରାତି ହେଲେ କେତେଜଣ ସୁରକ୍ଷାକର୍ମୀ ଡ୍ୟୁଟିରେ ଥାଇ ବି ଶୋଇ ପଡ଼ୁଥିବା ଅଭିଯୋଗ ହେଉଛି। ସୁରକ୍ଷା ଦାୟିତ୍ୱ ନେଇଥିବା ସଂସ୍ଥା ଠିକ୍‌ ସମୟରେ ଗୃହ ବିଭାଗରେ ପ୍ରମାଣପତ୍ର ଦାଖଲ କରୁନାହିଁ। କିନ୍ତୁ ଉକ୍ତ ସଂସ୍ଥାକୁ ବାରମ୍ବାର ଟେଣ୍ଡର ଦିଆଯାଇ ଦାୟିତ୍ୱ ପ୍ରଦାନ କରାଯାଉଛି। କାହାର ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇ ଏଭଳି କାର୍ଯ୍ୟ କରାଯାଉଛି ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

 

ସମସ୍ତଙ୍କୁ ଅବଗତ କରାଯାଇଛି
ସୁରକ୍ଷାକର୍ମୀମାନେ ବିଭିନ୍ନ ସମୟରେ କାର୍ଯ୍ୟରେ ଖିଲାଫ କରୁଛନ୍ତି। ଏ ନେଇ ଠିକା ସଂସ୍ଥାକୁ ଅବଗତ କରାଯାଇଛି। ଏପରି କି ତାଙ୍କୁ ପରଫରମାନ୍ସ ସାର୍ଟିଫିକେଟ୍‌ ମଧ୍ୟ ମଗାଯାଇଛି। କାର୍ଯ୍ୟ ଠିକ୍‌ କରିବାକୁ ଚେତାବନୀ ଦିଆଯାଇଛି। ହେଲେ ସ୍ଥିତିରେ ସୁଧାର ଆସୁନାହିଁ। ଆଗାମୀ ଦିନରେ କାର୍ଯ୍ୟ ଠିକ୍‌ ଭାବେ ପରିଚାଳନା ନ ହେଲେ ପୁନଃ ଟେଣ୍ଡର ଯୋଜନା କରାଯିବ।
– ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)
ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ମେଡିକାଲରୁ ସାମଗ୍ରୀ ଚୋରି ଘଟଣା ବଢ଼ିଚାଲିଛି। ଅନେକ ସମୟରେ ରୋଗୀ ଓ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମରାଯାଉଛି। ଏ ନେଇ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ।
– କିଶୋର କୁମାର ସାହୁ, ଅନୁଗୋଳ
ଚିତ୍ର ନିରାଶାଜନକ
ଜିଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ଏଠାରେ ସବୁକିଛି ଠିକ୍‌ଠାକ୍‌ ରହିବା କଥା। କିନ୍ତୁ ଏଠାକାର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ନିରାଶାଜନକ। ବେଡ୍‌ରୁ ଉଠି ରୋଗୀ କେଉଁଆଡ଼େ ପଳାଉଥିବା ବେଳେ ସୁରକ୍ଷାକର୍ମୀ ଜାଣିପାରୁ ନାହାନ୍ତି। ଚୋରି ବଢ଼ୁଥିବା ବେଳେ ପାର୍କିଂ ବ୍ୟବସ୍ଥା ଠିକ୍‌ ଭାବେ କରାଯାଉନାହିଁ। – ବିଶ୍ୱରଞ୍ଜନ ପଟ୍ଟନାୟକ, ଅନୁଗୋଳ
ତାଲିମ ଅଭାବ ରହିଛି
ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଯେପରି ଉତ୍ତମ ସେବା ମିଳିବ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଅନୁଗୋଳ ମେଡିକାଲରେ ରୋଗୀମାନେ ବିଭିନ୍ନ ସମୟରେ ଶୋଷଣ ଓ ରୋଷର ଶିକାର ହେଉଛନ୍ତି। କେତେଜଣ ସୁରକ୍ଷାକର୍ମୀ ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁନାହାନ୍ତି। ଉପଯୁକ୍ତ ତାଲିମର ଅଭାବ ଓ ଦୁର୍ବଳ ମାନସିକତା ପାଇଁ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି।
– କଲ୍ୟାଣ କିଶୋର ମହାନ୍ତି, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri