Posted inଖେଳ

ଟି୨୦ରେ ଦ୍ରାବିଡ଼ଙ୍କୁ ନୁହେଁ, ନେହେରାଙ୍କୁ କୋଚ୍‌ ନିଯୁକ୍ତ କର: ହରଭଜନ

ନୂଆଦିଲ୍ଲୀ,୨୪।୧୧: ଟି୨୦ ବିଶ୍ୱକପ୍‌ରେ ନିରାଶାଜନକ ପ୍ରଦର୍ଶନ ଯୋଗୁ ସେମିଫାଇନାଲରୁ ବିଦା ହୋଇଥିଲା ଭାରତୀୟ କ୍ରିକେଟ ଟିମ୍‌। ଏହାପରଠାରୁ ଦଳରେ କୋଚ୍‌ ଏବଂ ଅଧିନାୟକ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି। ଏସବୁ ମଧ୍ୟରେ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି।

ହରଭଜନ କହିଛନ୍ତି, ଆଶିଷ ନେହେରାଙ୍କ ଭଳି ବ୍ୟକ୍ତିତ୍ୱକୁ ଭାରତର ଟି୨୦ କୋଚ୍‌ ହେବା ଉଚିତ। କାରଣ ସେ ଦ୍ରାବିଡଙ୍କ ତୁଳନାରେ ଅନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟକୁ ବେଶ ଭଲ ଭାବେ ବୁଝନ୍ତି। ସେ କୋଚ୍‌ ଥିବା ବେଳେ ଗୁଜରାଟ ଟାଇଟନ୍ସ ନିଜର ପ୍ରଥମ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ନିଜର ପ୍ରଥମ ଆଇପିଏଲ୍‌ ଟାଇଟଲ ହାସଲ କରିଥିଲା। ନେହେରା ଏହି ଟୁର୍ନାମେଣ୍ଟରେ ଶାନ୍ତ ରହି ଖେଳିବାକୁ ପରାମର୍ଶ ଦେଇଥିଲେ। ଏହା ଫଳପ୍ରଦ ହୋଇଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ନେହେରାଙ୍କୁ ନେଇ ସେ କହିଛନ୍ତି, ଯିଏ ନିକଟରେ ଏହି ଫର୍ମାଟରେ ଖେଳିଛନ୍ତି ସେ ଟି୨୦ରେ କୋଚ୍‌ ଭୂମିକା ପାଇଁ ଯୋଗ୍ୟ। ତା ଅର୍ଥ ନୁହେଁ ଦ୍ରାବିଡଙ୍କୁ କୋଚ୍‌ ପଦରୁ ହଠାଇଦେବା। ତାଙ୍କ ସହ ଦୀର୍ଘ ଦିନ ଖେଳିଛି। ଏଥିପାଇଁ ତାଙ୍କ ପ୍ରତି ବହୁତ ସମ୍ମାନ ରହିଛି। ବୋର୍ଡ ଚାହିଁଲେ ନେହେରା ଏବଂ ରାହୁଲଙ୍କୁ ମିଶାଇ ୨୦୨୪ ବିଶ୍ୱକପ୍‌ ପାଇଁ ଦଳ ଚୟନକୁ ନେଇ କାମ କରିପାରିବେ ବୋଲି ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri