ଆଜି ଶିଶୁ ଦିବସ: ଟ୍ରାଇଥ୍‌ଲନରେ ଅଲିମ୍ପିକ ଜିତିବା ଓସିନ୍‌ଙ୍କ ଲକ୍ଷ୍ୟ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ସୋମବାର ଶିଶୁ ଦିବସ। ଶିଶୁଙ୍କୁ ଉସତ୍ାହିତ କରିବା ପାଇଁ ଏହି ଦିବସଟି ପାଳନ କରାଯାଉଥିବାବେଳେ କୁନି ଝିଅ ଓସିନ୍‌ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପାଠପଢ଼ା, ଖେଳକୁଦ ସବୁଥିରେ ସେ ଆଗୁଆ। ଭୁବନେଶ୍ୱର ନନ୍ଦନବିହାରର ୮ ବର୍ଷର ଝିଅ ଓସିନ୍‌ ଏକ ଘରୋଇ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ରୀ। ତେବେ ଏତେ କମ୍‌ ବୟସରୁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ହାସଲ କରିପାରିଛନ୍ତି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରିସରରୁ ବାହାରି ସାଇକେଲରେ ପ୍ରାୟ ୫ଘଣ୍ଟାରେ ସେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପହଞ୍ଚତ୍ପାରି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ମାତ୍ର ୩ବର୍ଷ ବୟସରୁ ସେ ବାପା ଗୋପାଳକୃଷ୍ଣ ସାହୁଙ୍କ ସହ ମିଶି ସାଇକେଲ ଚଳାଇବା ଆରମ୍ଭ କରିଥିଲେ। ତେବେ ଏହା ପରଠାରୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି ଓସିନ୍‌। ସେହିପରି ୪ବର୍ଷ ବୟସରେ ଟାଟା ମାରାଥନରେ ଅଂଶଗ୍ରହଣ କରି ପ୍ରାୟ ୧୦ କି.ମି. ଦୌଡ଼ି ଅତିକ୍ରମ କରିପାରିଥିଲେ। କେବଳ ସେତିକି ନୁହେଁ, ମାତ୍ର ୫ ବର୍ଷ ବୟସରେ ସେ କପିଳାସ ପର୍ବତରେ ୧୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ମାତ୍ର ୨୬ ମିନିଟରେ ଟ୍ରେକିଂ କରିପାରିଥିଲେ। ସେହିପରି କେଷ୍ଟ୍ରୋଲ ଟ୍ରେକିଂରେ ଅଂଶଗ୍ରହଣ କରି ସେ ୩୨ କିଲୋମିଟର ଅତିକ୍ରମ କରିପାରିଛନ୍ତି। ଟ୍ରାଇଥ୍‌ଲନରେ ଅଲିମ୍ପିକ୍‌ ପଦକ ଜିତିବା ପାଇଁ ଆଶା ରଖିଥିବା ଓସିନ୍‌ ଏବେ ଠାରୁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ସୁଇମିଂ, ସାଇକେଲିଂ ଏବଂ ରନିଂ ଅଭ୍ୟାସରେ ଲାଗିପଡ଼ିଛନ୍ତି ଓସିନ୍‌।
ତେବେ ଓସିନ କେବଳ ଯେ ଖେଳକୁଦରେ ଆଗ୍ରହୀ ତାହା ନୁହେଁ, ବିଭିନ୍ନ ଧାର୍ମିକ ପୁସ୍ତକ ଅଧ୍ୟୟନ କରିବାରେ ମଧ୍ୟ ରୁଚି ରଖିଛନ୍ତି। ସେ ମାତ୍ର ୮ ବର୍ଷ ବୟସରେ ସମ୍ପୂର୍ଣ୍ଣ ରାମାୟଣ କଥାବସ୍ତୁକୁ ଇଂରାଜୀ ଭାଷାରେ ନିଜ ଶୈଳୀରେ ଲେଖିପାରିଛନ୍ତି। ଏତେ କମ୍‌ ବୟସରେ ରାମାୟଣ ପୁସ୍ତକ ରଚନା କରିପାରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ତାଙ୍କର ଈଶ୍ୱରଙ୍କ ପ୍ରତି ଭକ୍ତିଭାବ ଏତେ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଚାର ପ୍ରସାର ପଦଯାତ୍ରାରେ ସାମିଲ ହୋଇ ଦୀର୍ଘ ବାଟ ଯାଇଥିଲେ। ଏହାବ୍ୟତୀତ ଚିତ୍ର ଆଙ୍କିବା, ଓ୍ବେବ ଡିଜାଇନିଂ କରିବାଠାରୁ ଆରମ୍ଭକରି ବିଭିନ୍ନ ବିଷୟବସ୍ତୁ ଉପରେ ତଥ୍ୟ ସଂଗ୍ରହ କରିବା ତାଙ୍କର ରୁଚି ରହିଛି। ପିତାଙ୍କଠାରୁ କ୍ରୀଡ଼ା କ୍ଷେତ୍ର ପ୍ରତି ଅନୁପ୍ରାଣିତ ହୋଇଥିବାବେଳେ ମା’ ଶର୍ମିଷ୍ଠା ପଟ୍ଟନାୟକଙ୍କଠାରୁ ବିଭିନ୍ନ ନୈତିକ ଶିକ୍ଷା ଲାଭ କରିଥିବା ଓସିନ୍‌ କହନ୍ତି।
ତେବେ ଅନେକ ସମୟରେ ବିଭିନ୍ନ ସାମାଜିକ ବାର୍ତ୍ତା ନେଇ ସେ ସାଇକେଲ ଯାତ୍ରା କରିଥାନ୍ତି। ବହୁ ଚର୍ଚ୍ଚିତ କୁନିଝିଅ ‘ପରୀ’ ଅପହରଣ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ସାଇକେଲରେ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଦେଇଥିଲେ। ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଝିଅମାନଙ୍କ ସୁରକ୍ଷା ପାଇଁ ସେ ସମାଜକୁ ବାର୍ତ୍ତା ଦେଇଥା’ନ୍ତି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଲୋକଙ୍କୁ ସହାୟତା କରି ସେ ତାଙ୍କର ଉଦାର ମନୋଭାବର ପରିଚୟ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri