Posted inଖେଳ

କୋଚ ଭାବେ ଇତିହାସ ରଚିଲେ ମାଥ୍ୟୁ ମୋଟ

ମେଲବୋର୍ନ,୧୪।୧୧: ଅଷ୍ଟ୍ରେଲିଆର ମାଥ୍ୟୁ ମୋଟ ରବିବାର ଇତିହାସ ରଚିଛନ୍ତି। ସେ ଗୋଟିଏ ବର୍ଷରେ ଦୁଇଟି ବିଶ୍ୱକପ ଜିତିବାରେ ପ୍ରଥମ କୋଚ ହୋଇଛନ୍ତି। ତାଙ୍କ କୋଚିଂ ଅଧୀନରେ ଇଂଲଣ୍ଡ ଦଳ ମେଲବୋର୍ନରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା। ମୋଟ ଚଳିତ ବର୍ଷ ଏପ୍ରିଲରେ ଅଷ୍ଟ୍ରେଲିୟା ମହିଳା ଦଳକୁ ଦିନିକିଆରେ ବିଶ୍ୱ ଚାମ୍ପିଅନ କରିପାରିଥିଲେ। ଏହି ଟୁର୍ନାମେଣ୍ଟ ନ୍ୟୁଜିଲାଣ୍ଡରେ ଖେଳାଯାଇଥିଲା।
ପାକିସ୍ତାନ ବିପକ୍ଷରେ ଜିତିବା ପରେ ଇଂଲଣ୍ଡ ଦଳ ଦ୍ୱିତୀୟ ଥର ପାଇଁ ଟି-୨୦ ଚାମ୍ପିୟନ ହୋଇଥିଲା। ୨୦୧୦ରେ ଏହି ଟାଇଟଲ ଜିତିଥିଲା ଇଂଲଣ୍ଡ। ଇଂଲଣ୍ଡ ଅଷ୍ଟ୍ରେଲିଆର ମାଥ୍ୟୁ ମୋଟଙ୍କୁ ୬ ମାସ ପୂର୍ବରୁ ଦିନିକିଆ ଏବଂ ଟି-୨୦ କୋଚ ଭାବରେ ନିଯୁକ୍ତ କରିଥିଲା।
ମୋଟ କୋଚ ହେବାର କିଛି ଦିନ ପରେ, ୨୦୧୯ ବିଶ୍ୱକପ ବିଜେତା ଅଧିନାୟକ ଇଏନ ମୋର୍ଗାନ ଅବସର ଘୋଷଣା କରିଥିଲେ। ଟି-୨୦ ବିଶ୍ୱକପ ପାଇଁ ଦଳ ପ୍ରସ୍ତୁତ କରିବାର ଚ୍ୟାଲେଞ୍ଜ ଥିଲା ମୋଟ। ଏଥିପାଇଁ ତାଙ୍କୁ ମାତ୍ର ୬ ମାସ ସମୟ ଥିଲା। ଜୋସ ବଟଲର୍‌ ଦଳର ନୂତନ ଅଧିନାୟକ ହୋଇଥିଲେ। ମୋଟ ଏବଂ ବଟଲରଙ୍କ ଯୋଡି ଟି-୨୦ ବିଶ୍ୱକପରେ ବଡ଼ ଦଳକୁ ପରାସ୍ତ କରି ଟାଇଟଲ ଜିତିଥିଲେ।
ଅଷ୍ଟ୍ରେଲୀୟ ମହିଳା କ୍ରିକେଟ ଦଳ ସହିତ ସାତ ବର୍ଷ କୋଚ ଭାବରେ ରହିବା ପରେ ୪୮ ବର୍ଷିୟ ମୋଟ ଇଂଲଣ୍ଡ ଦଳରେ ଯୋଗ ଦେଇଥିଲେ।
ଅଷ୍ଟ୍ରେଲିଆ ମହିଳା ଦଳର ମୁଖ୍ୟ କୋଚଙ୍କ ଭାବରେ ମାଥ୍ୟୁ ମୋଟଙ୍କ ସଫଳତା:
୨୦୧୫: ଆଶେସ
୨୦୧୭-୧୮: ଆଶେସ
୨୦୧୮: ଟି-୨୦ ବିଶ୍ୱକପ
୨୦୧୯:ଆଶେସ
୨୦୨୦: ଟି-୨୦ ବିଶ୍ୱକପ
୨୦୨୧-୨୨:ଆଶେସ
୨୦୨୨: ଦିନିକିଆ ବିଶ୍ୱକପ୍‌
ଦିନିକିଆରେ କ୍ରମାଗତ ୨୬ ବିଜୟର ରେକର୍ଡ


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri