Posted inଜାତୀୟ

ଦିଲ୍ଲୀ ଏକ୍ୟୁଆଇ ଅସ୍ବାସ୍ଥ୍ୟକର

ନୂଆଦିଲ୍ଲୀ,୧୪ା୧୧ : ଦିଲ୍ଲୀର ଏୟାର କ୍ୱାଲିଟି ଇନ୍‌ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ)ରେ ସାମାନ୍ୟ ଉନ୍ନତି ଆସିଛି। ତଥାପି ଏହା ଅସ୍ବାସ୍ଥ୍ୟକର ରହିଛି। ସିଷ୍ଟମ୍‌ ଅଫ୍‌ ଏୟାର କ୍ୱାଲିଟି ଆଣ୍ଡ୍‌ ଫୋରକାଷ୍ଟିଂ ଆଣ୍ଡ୍‌ ରିସର୍ଚ୍ଚ (ଏସ୍‌ଏଏଫ୍‌ଏଆର୍‌) ଅନୁସାରେ ଜାତୀୟ ରାଜଧାନୀରେ ଏକ୍ୟୁଆଇ ସ୍ତର ଶନିବାର ୩୫୩ ରହିଥିବାବେଳେ ରବିବାର ସକାଳ ୮ଟାରେ ୩୨୦ ରହିଥିଲା। ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ମଧ୍ୟ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ନୋଏଡାରେ ଏକ୍ୟୁଆଇ ୩୪୧ ଥିବାବେଳେ ଗୁରୁଗ୍ରାମରେ ୩୨୪ ରହିଛି, ଯାହାକୁ ‘ଅତି ଖରାପ’ ବୋଲି କୁହାଯାଉଛି।

ପ୍ରକାଶ ଯେ, ଏକ୍ୟୁଆଇ ୦ରୁ ୧୦୦ ରହିବା ଭଲ ଏବଂ ୧୦୦ରୁ ୨୦୦ ମଧ୍ୟରେ ରହିଲେ ମଧ୍ୟମ। ସେହିପରି ୨୦୦ରୁ ୩୦୦ ରହିଲେ ଖରାପ, ୩୦୦ରୁ ୪୦୦ ରହିଲେ ଅତି ଖରାପ ଏବଂ ୪୦୦ରୁ ୫୦୦ ସ୍ତରରେ ରହିଲେ ବିପଜ୍ଜନକ ବୋଲି ବିବେଚନା କରାଯାଏ। ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶର ଚାଷୀମାନେ ଅମଳ କରିସାରିବା ପରେ କୃଷିକ୍ଷେତ୍ରର ନଡ଼ାମୂଳିରେ ନିଅଁ। ଲଗାଇଦେଉଥିବାରୁ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଛି।

ଏହାର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ଜାତୀୟ ମାନବ ଅଧିକାର କମିଶନ ପୂର୍ବରୁ ନୋଟିସ କରିଥିଲେ। ପ୍ରଦୂଷଣ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତାହା ଉପରେ ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିବାକୁ ୪ ସପ୍ତାହ ଦେଇଥିଲେ। ମୁଖ୍ୟ ଶାସନ ସଚିବମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଆସନ୍ତା ୧୮ରେ କମିଶନ ପରବର୍ତ୍ତୀ ଶୁଣାଣି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri