Posted inଜାତୀୟ

ସ୍ୱେଚ୍ଛାକୃତ ଅବସର ନେଲେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ବାକିଥିଲା ଆହୁରି ୫ ମାସ

ନୂଆଦିଲ୍ଲୀ,୧୩ ।୧୧: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ(ଏମ୍ସ), ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ୫ ମାସ ପୂର୍ବରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ) ନେଇଛନ୍ତି । ସେ ପ୍ରାୟ ୩୦ ବର୍ଷଧରି ଏମ୍ସରେ ସେବା ଯୋଗାଇ ଆସିଥିଲେ ।
ଏଥର ତାଙ୍କୁ ନିର୍ଦ୍ଦେଶକ ଭାବେ କାମ କରିବାର ସୁଯୋଗ ମିଳିଥିଲା । ଦୁଇଥର ତାଙ୍କର କାର୍ଯ୍ୟକାଳକୁ ବଢାଇ ଦିଆଯାଇଥିଲା । ପଦରୁ ହଟିବା ପରେ ସେ ଭିଆରଏସ ପାଇଁ ଆବେଦନ କରିଥିଲେ । ଏବେ ତାଙ୍କର ଆବେଦନକୁ ମଞ୍ଜୁର କରାଯାଇଛି । ଡାକ୍ତର ଗୁଲେରିଆ ଆସନ୍ତା ବର୍ଷ ଏପ୍ରିଲରେ ଅବସର ନେଇଥାଆନ୍ତେ ।
ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଡାକ୍ତର ଗୁଲେରିଆ ସରକାରଙ୍କ ସହ ମିଶି ସଚେତନତା ଅଭିଯାନ ଚଲାଇଥିଲେ । ଗୁଲେରିଆ ଏମ୍ସରେ ୧୯୯୨ରେ ଚିକିତ୍ସା ବିଭାଗରେ ସହାୟକ ପ୍ରଫେସର ଭାବେ କାମ କରିଥିଲେ । ୨୦୧୧ରେ ସେ ପଲ୍ମନରୀ, କ୍ରଟିକାଲ କ୍ରେୟାର ଓ ସ୍ଲିପ ଚିକିତ୍ସା ବିଭାଗ ଗଠନ କରିଥିଲେ ।
୨୮ ମାର୍ଚ୍ଚ, ୨୦୧୭ରେ ପାଞ୍ଚ ବର୍ଷ କାର୍ଯ୍ୟକାଳ ପାଇଁ ଏମ୍ସର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ବିଭାଗୀୟ ମୁଖ୍ୟ ଭାବେ କାମ କରିଥିଲେ । ମାର୍ଚ୍ଚ ୨୪ରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହାକୁ ୩ ମାସ ବୃଦ୍ଧି କରାଯାଇଥିଲା । ଏହା ଶେଷ ହେବା ପରେ ତାଙ୍କୁ ଆଉ ୩ ମାସ ପାଇଁ ସେବା ବୃଦ୍ଧି କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ବିରୋଧରେ ଅପମାନଜନକ ଶବ୍ଦ କହିଥିବା ମାଲଦ୍ୱୀପ ମନ୍ତ୍ରୀ କହିଲେ, ଏମିତି ଦ୍ୱିତିୟ ଥର ହେବ ନାହିଁ

ନୂଆଦିଲ୍ଲୀ,୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ବୈଦେଶିକ ମନ୍ତ୍ରୀ ମୁସା ଜମିର କହିଛନ୍ତି ଯେ ମହମ୍ମଦ ମୁଇଜୁ ସରକାର...

ଏଥର ବାପା ନୁହେଁ, ଝିଅଙ୍କର ହେଉଛି ଅଧିକ ଚର୍ଚ୍ଚା, ଅଖିଳେଶଙ୍କ ପାଇଁ ଭୋଟ ମାଗୁଛନ୍ତି ଝିଅ ଅଦିତି

ଲକ୍ଷ୍ନୌ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ସରିଛି। ଉତ୍ତରପ୍ରଦେଶର ସମସ୍ତ ୮୦ ଟି...

କହ୍ନେୟା କୁମାରଙ୍କ ପାଖରେ ନା ଅଛି ଘର ନା କାର, ଗତ ବର୍ଷର ଆୟ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ,୯।୫: ବର୍ତ୍ତମାନ ଦେଶରେ ନିର୍ବାଚନ ପର୍ବ ଚାଲିଛି। ଲୋକ ସଭାର ତିନୋଟି ପର୍ଯ୍ୟାୟ ପାଇଁ ମତଦାନ କରାଯାଇଛି। ଅବଶିଷ୍ଟ ପର୍ଯ୍ୟାୟ ପାଇଁ ମତଦାନ ମେ ୧୩...

ହରିୟାଣାରେ ରାଜନୈତିକ ସଙ୍କଟ: ଖଟ୍ଟାରଙ୍କୁ ଭେଟିଲେ ୪ ଜେଜେପି ବିଧାୟକ

ଚଣ୍ଡିଗଡ଼,୯ା୫ ହରିୟାଣାର ସରକାରରୁ ୩ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଭାଜପା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପୂର୍ବତନ...

ଶେଷ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟ, କାମରେ ଯୋଗ ଦେବେ ସମସ୍ତ କ୍ରୁ ମେମ୍ବର

ନୂଆଦିଲ୍ଲୀ,୯।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟକୁ ବର୍ତ୍ତମାନ ଦୂର କରାଯାଇଛି। ପରିଚାଳନା ସହିତ ଚାରି ଘଣ୍ଟିଆ ବୈଠକ ପରେ କର୍ମଚାରୀମାନେ କାର୍ଯ୍ୟକୁ ଫେରିବାକୁ ରାଜି ହୋଇଛନ୍ତି।...

ଶିଖ ଅତିକମରେ ୫ ସନ୍ତାନ ଜନ୍ମ ଦିଅନ୍ତୁ: ଦମଦମି ଟକଶାଳାର ମୁଖ୍ୟ

ଚଣ୍ଡିଗଡ଼,୯।୫: ଶିଖମାନଙ୍କର ପ୍ରମୁଖ ସଂଗଠନ ଦମଦମି ଟକଶାଳାର ମୁଖ୍ୟ ଜ୍ଞାନି ହରନାମ ସିଂ ଖସଲା କହିଛନ୍ତି ଯେ ଶିଖଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ପ୍ରତ୍ୟେକ...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇଗଲା ଶ୍ରମିକଙ୍କ ଶରୀର

ଶିବକାଶି,୯।୫: ଗୁରୁବାର ତାମିଲନାଡୁର ଶିବକାଶିରେ ଥିବା ବାଣ କାରଖାନାରେ ବିସ୍ଫୋରଣରେ ପାଞ୍ଚ ଜଣ ମହିଳାଙ୍କ ସମେତ ଆଠ ଜଣ କର୍ମଚାରୀଙ୍କ ମତ୍ୟୁ ଘଟିଥିବା ବେଳେ ଅନ୍ୟ...

କଂଗ୍ରେସର ଦାବି ହରିୟାଣାରେ ମିଳିବ ବହୁମତ

ଚଣ୍ଡିଗଡ଼,୯।୫: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରିଛନ୍ତି। ସେ ପୁଣି ଥରେ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri