୮ ଡଲାର ସବସ୍କ୍ରିପଶନ ନିଷ୍ପତ୍ତିକୁ ଫେରାଇ ନେଲା ଟୁଇଟର

ୱାଶିଂଟନ,୧୨ ।୧୧: ଟୁଇଟରର ଚଢେଇ ସାରା ବିଶ୍ୱର ମୁଣ୍ଡକୁ ବିଗାଡିବାରେ ଲାଗିଛି । ଟୁଇଟରର ନୂଆ ମାଲିକ ଏଲନ ମସ୍କ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ଯାହା ଏବେ ପୁଣି ଚର୍ଚ୍ଚାକୁ ଆସିଛି । ରିପୋର୍ଟ ଅନୁଯାୟୀ, କମ୍ପାନୀ ଚଳିତ ସପ୍ତାହ ଆରମ୍ଭରେ କରିଥିବା ୮ ଡଲାର ବାଲା ବ୍ଲୁ ଟିକ ସବସ୍କ୍ରିପଶନକୁ ଫେରାଇ ନେଇଛି । କମ୍ପାନୀର ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରୋଗ୍ରାମକୁ ଲଞ୍ଚ କରିବା ପରେ ଫେକ ଆକାଉଣ୍ଟ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଲା । ଏହାକୁ ଦେଖି କମ୍ପାନୀ ଏହି ପ୍ରୋଗାମକୁ କ୍ୟାନସେଲ କରିବାକୁ ନିଷ୍ପତ୍ତି ନେଲା । ହେଲେ ଟୁଇଟରରେ ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ପାଇଁ ଏବେବି ଏହି ସୁବିଧା ରହିବ ।
ସୂଚନାଯୋଗ୍ୟ, ବ୍ଲୁ ଟିକ ସବସ୍କ୍ରିପଶନ ପ୍ରୋଗ୍ରାମ ଆରମ୍ଭ ହେବା ପରଠାରୂ ଫେକ ଆକାଉଣ୍ଟ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଥିଲା । ହେଲେ କମ୍ପାନୀ ଏଥିପ୍ରତି ନଜର ଦେଇ ନ ଥିଲା କି ଏହାଦ୍ୱାରା କମ୍ପାନୀର କିଛି କ୍ଷତି ହୋଇ ନ ଥାଆନ୍ତା । ହେଲେ ଏହି ଫେକ ଆକାଉଣ୍ଟରେ ଏମିତି ସବୁ ଟୁଇଟ କରାଗଲା ଯାହାକୁ ଦେଖିବା ପରେ ଟୁଇଟର ବ୍ଲୁ ଟିକ୍ ସବସ୍କ୍ରିପଶନକୁ ବନ୍ଦ କରିବାକୁ ବାଧ୍ୟ ହେଲା । ଯେମିତି ଜଣେ ବ୍ୟକ୍ତି ଟେଲସା ଇଙ୍କର ଫେକ ଆକାଉଣ୍ଟ କରି କମ୍ପାନୀର ସୁରକ୍ଷା ରେକର୍ଡର ମଜାକ ଉଡାଇଲେ । ଅନ୍ୟଜଣେ ୟୁଜର ଜଣାଶୁଣା ଫାର୍ମା କମ୍ପାନୀ ଏଲି ଲିଲି ଆଣ୍ଡ କ୍ମମ୍ପାନୀ ଭାବେ ଭେରିଫାଏ କରିବା ପରେ ଟୁଇଟ କଲେ ଇନସୁଲିନ ଏବେ ମାଗଣାରେ । ଏସବୁ ଦେଖିବା ପରେ ଟୁଇଟର ତା’ର ନିଷ୍ପତ୍ତିରେ ପରିବର୍ତ୍ତନ କଲା ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri