ଲିଙ୍ଗ ନିରୂପଣ ଧରାଇଲେ ମିଳିବ ୨୫ ହଜାର

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): କନ୍ୟାଭ୍ରୂଣର ଜୀବନ ଅଧିକାରକୁ ସୁରକ୍ଷା କରିବା ତଥା ଲିଙ୍ଗ ନିରୂପଣ ଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ରାଜ୍ୟ ସରକାର ସୂଚନା ପ୍ରଦାନକାରୀ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ବେଆଇନ ଲିଙ୍ଗ ନିରୂପଣ ସମ୍ପର୍କରେ ସୂଚନା ଦେଲେ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ। ଏହି ପ୍ରୋତ୍ସାହନ ରାଶି ୩ଟି କିସ୍ତିରେ ୨୫ ହଜାର ଟଙ୍କା ଦିଆଯିବ। ପ୍ରଥମ କିସ୍ତିରେ ସୂଚନା ଠିକ୍‌ ଥିଲେ ୧୦ ହଜାର ଟଙ୍କା ସୂଚନା ପ୍ରଦାନକାରୀଙ୍କୁ ପ୍ରଦାନ କରାଯିବ। ଦ୍ୱିତୀୟ କିସ୍ତି ବାବଦ ୧୦ ହଜାର ଟଙ୍କା ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ ଦାଖଲ ହେବା ପରେ ଏବଂ ତୃତୀୟ କିସ୍ତି ୫ ହଜାର ଟଙ୍କା ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବା ପରେ ମିଳିବ। ଏହି ସ୍କିମ୍‌ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁକ୍ରବାର ଗାଇଡ୍‌ଲାଇନ ଜାରି କରାଯାଇଛି। ପ୍ରି-କନ୍‌ସେପ୍‌ଶନ ଆଣ୍ଡ ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ୍‌ ଟେକ୍ନିକ୍ସ(ପିସି ଏବଂ ପିଏନ୍‌ଡିଟି) ଆଇନକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଗାଇଡ୍‌ଲାଇନକୁ ସରଳୀକରଣ କରାଯାଇ ଜିଲାପାଳ ଏବଂ ଏନ୍‌ଫୋର୍ସମେଣ୍ଟ ଅଧିକାରୀଙ୍କ ନିକଟକୁ ପଠାଯାଇଛି। ଲୋକମାନଙ୍କୁ ଏନେଇ ସଚେତନତା କରିବା ଲାଗି ପଦକ୍ଷେପ ନେବାକୁ ଜିଲାଗୁଡ଼ିିକୁ କୁହାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି। ଲିଙ୍ଗ ନିରୂପଣ ନେଇ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସୂଚନା ପାଇବା ସକାଶେ ଜିଲାଗୁଡ଼ିକ ବିଶ୍ୱାସଭାଜନ ସୂଚନା ପ୍ରଦାନକାରୀ ନେଟ୍‌ଓ୍ବର୍କ ସ୍ଥାପନ କରିବେ। ଜିଲାସ୍ତରରେ ପୃଥକ୍‌ ଭାବେ ଗୁପ୍ତ ଫାଇଲ୍‌ ଓ ରେଜିଷ୍ଟର ପ୍ରସ୍ତୁତ କରିବେ। ଏଥିସହିତ ଅଭିଯୋଗ ଗ୍ରହଣ କରିବା ପାଇଁ ଟେଲିଫୋନ ନମ୍ବର ବ୍ୟବସ୍ଥା କରିବେ। ଅଭିଯୋଗ ଗ୍ରହଣ କରିବା ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଅଭିଯୋଗ ମିଳିବା ପରେ ଉପଯୁକ୍ତ ଅଧିକାରୀ ଜିଲା ଟାସ୍କଫୋର୍ସ ସହାୟତାରେ ଅଭିଯୋଗର ସତ୍ୟାସତ୍ୟ ଜାଣିବା ଲାଗି ଚଢ଼ାଉ କରିପାରିବେ। ନୂତନ ଗାଇଡ୍‌ଲାଇନ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ସଚିବ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ଅପବ୍ୟବହାର କରି ଭ୍ରୂଣର ଲିଙ୍ଗ ନିରୂପଣ କରାଯାଉଛି, ଯାହାକି ମହିଳା ଓ ପୁରୁଷ ଅନୁପାତ ହ୍ରାସ ହେବାର ଏକ ପ୍ରମୁଖ କାରଣ। ଲିଙ୍ଗ ନିରୂପଣ ଯୋଗୁ ଶିଶୁକନ୍ୟାଙ୍କ ସଂଖ୍ୟା ହ୍ରାସ ପାଉଛି। ଫଳରେ ସାମାଜିକ ସନ୍ତୁଳନକୁ ବିଗାଡୁଛି। ଏଭଳି ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିଲେ ଲିଙ୍ଗ ନିରୂପଣ ଭଳି ସମସ୍ୟାରେ ବିରାମ ଲାଗିପାରିବ। ଜିଲାସ୍ତରରେ ଏହାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ କୁହାଯାଇଛି ବୋଲି ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri