ବ୍ଲାଷ୍ଟିଂ କରି ମାଛ ଧରିବାକୁ ବିରୋଧ

ସୋନପୁର,୨।୧୧(ନି.ପ୍ର.): ମହାନଦୀରୁ ମାଛ, ଚିଙ୍ଗୁଡି ଧରିବା ପାଇଁ ଚାଲିଛି ବେଆଇନ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ। ମୁଷ୍ଟିମେୟ ଅଣପାରମ୍ପରିକ ମତ୍ସ୍ୟଜୀବୀ ସୁବିଧାରେ ମାଛ ଧରିବା ପାଇଁ ନଦୀଗର୍ଭରେ ଡିନାମାଇଟ୍‌ ଫୁଟାଉଛନ୍ତି। ବିସ୍ଫୋରଣ ଯୋଗୁ ମାଛ ମରି ପାଣିରେ ଭାସୁଛନ୍ତି। ସେହିପରି ଚିଙ୍ଗୁଡି ଧରିବା ପାଇଁ ବିଷାକ୍ତ କୀଟନାଶକ ପ୍ରୟୋଗ କରାଯାଉଛି। ମାଛ, ଚିଙ୍ଗୁଡି ମରି ପାଣିରେ ଭାସିବା ପରେ ଅଣପାରମ୍ପରିକ ମତ୍ସ୍ୟଜୀବୀ ଏଗୁଡିକୁ ବଜାରରେ ବିକ୍ରି କରୁଛନ୍ତି। ତେବେ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ ଦ୍ୱାରା ମାଛ ବଂଶ ଲୋପ ପାଇ ଯାଉଛନ୍ତି। ଫଳରେ ମହାନଦୀ କୂଳରେ ବସବାସ କରି ପାରମ୍ପରିକ କୌଶଳରେ ମାଛ ମାରୁଥିବା କୈବର୍ତ୍ତ୍ୟମାନେ ଆଗଭଳି ମାଛ ପାଉନାହାନ୍ତି। ସେମାନଙ୍କ ଜୀବିକା ଏବେ ସଙ୍କଟରେ। ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ଏବେ ଅଦରକାରୀ ହୋଇପଡିଛି।
ସୋନପୁର ସହରର ଟିକିରିପଡା, ତଲପଡା, ତରିଆପଡା ଓ ସଡକପଡାରେ ବସବାସ କରୁଥିବା ୧୫୦ ମତ୍ସ୍ୟଜୀବୀ ପରିବାର କର୍ମସଂସ୍ଥାନ ହରାଇ ଏବେ ଚିନ୍ତାରେ ଅଛନ୍ତି। ଚଳିତ ବର୍ଷ ବର୍ଷାଋତୁ ପରେ ପ୍ରଥମ ଥର ପାଇଁ ମହାନଦୀରେ ଜଳସ୍ତର ସାମାନ୍ୟ କମିଛି। ଏହି ସୁଯୋଗରେ ଅକ୍ଟୋବର ୨୦ତାରିଖଠାରୁ ନଦୀଗର୍ଭରେ ପୁଣି ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ ବୃଦ୍ଧି ପାଇଛି। ଏହାକୁ କେନ୍ଦ୍ର କରି ମତ୍ସ୍ୟଜୀବୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଦ୍ୱାରା ଗଠିତ ମହାନଦୀ ସୁରକ୍ଷା କମିଟି ପକ୍ଷରୁ ଏଭଳି ବେଆଇନ୍‌ ଭାବେ ମାଛ ମାରିବାକୁ ବିରୋଧ କରାଯାଇଛି । ମଙ୍ଗଳବାର କମିଟିର କର୍ମକର୍ତ୍ତା ଏସ୍‌ପି ଅମରେଶ କୁମାର ପଣ୍ଡାଙ୍କୁ ଭେଟି ଏ ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ବେଆଇନଭାବେ ମାଛ ମରା ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ଏସ୍‌ପି ପଣ୍ଡା ନଦୀକୂଳରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଞ୍ଚ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମଞ୍ଚ ସଦସ୍ୟ ତଥା କାଉନସିଲର ଗଙ୍ଗାଧର ତରିଆ, ବାବୁଲି ଦଣ୍ଡସେନା, ବୁଢା ନାଏକ, ଦେବେନ୍ଦ୍ର ନାଥ ପାଣ୍ଡେ, ରାମେଶ୍ୱର ତରିଆ, ଗୋପିନାଥ ମଲ୍ଲିକ, ହୃଷିକେଶ ତରିଆ, ସୁଦାମ ନାଏକ ଓ ଅଜୟ କୁମାର ସେଠୀ ପ୍ରମୁଖ ଏସ୍‌ପିଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri