ପ୍ରଥମ ପସନ୍ଦ ନ ହୋଇ ବି ଏସବୁ ଚରିତ୍ରରେ ଜୀବନ ଭରିଥିଲେ ନୀଳନୟନା, ଫିଲ୍ମ ହୋଇଥିଲା ସୁପର ହିଟ

ମୁମ୍ବାଇ: ଐଶ୍ୱଯ୍ୟା ରାୟ ବଚ୍ଚନ ୪୯ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହାପରେ ଏବେବି ସେ ପୂର୍ବପରି ଦର୍ଶକଙ୍କ ପ୍ରଥମ ପସନ୍ଦ ନାୟିକା ହୋଇ ରହିଛନ୍ତି । ବଲିଉଡର ଏହି ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ମିସ ୱାର୍ଲ ଟାଇଟଲ ହାସଲ କରିବା ପରେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ତାଙ୍କ ସୁନ୍ଦରତା ସାଙ୍ଗକୁ ଅଭିନୟରେ ମାହିର ଥିବା ଐଶ୍ୱର୍ଯ୍ୟା ଦର୍ଶକଙ୍କ ନିକଟରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ କିଛି ହିଟ୍ ମୁଭି ଆଜିବି ଦର୍ଶକେ ଯେତେଥର ଦେଖିଲେ ମନ ବୁଝେନାହିଁ ବୋଲି କୁହାଯାଏ । ତେବେ ଐଶ୍ୱର୍ଯ୍ୟାଙ୍କ ଅଭିନୀତ ଏମିତି କିଛି ମୁଭି ଅଛି ଯେଉଁଥିରେ ତାଙ୍କୁ ପ୍ରଥମ ପସନ୍ଦ ନାୟିକା ଭାବେ ଗ୍ରହଣ କରାଯାଇ ନ ଥିଲା । କିନ୍‌ୁ ଯେତେବେଳେ ଏହି ଅଫିର ତାଙ୍କ ନିକଟକୁ ଆସିଥିଲା ସେତେବେଳେ ସେ ଏସବୁ ଫିଲ୍ମରେ ଏମିତି ଅଭିନୟ କରିଥିଲେ ଯେ ଏହା ବକ୍ସ ଅଫିସରେ କମାଲ କରିଥିଲା ।

କିନ୍ତୁ ଯେତେବେଳେ ଏହି ଅଫର ତାଙ୍କ ନିକଟକୁ ଆସିଥିଲା ସେତେବେଳେ ସେ ଏସବୁ ଫିଲ୍ମରେ ଏମିତି ଅଭିନୟ କରିଥିଲେ ଯେ ଏହା ବକ୍ସ ଅଫିସରେ କମାଲ କରିଥିଲା ।
ବଲିଉଡର ସୁପରହିଟ୍ ମୁଭି ‘ଦେବଦାସ’ର ଷ୍ଟାର କାଷ୍ଟରେ ଥିଲେ ଶାହାରୁଖ ଖାଁ, ଐଶ୍ୱର୍ଯ୍ୟା ରାୟ ଓ ମାଧୁରୀ ଦିକ୍ଷିତ । ଏହା ବକ୍ସ ଅଫିସରେ କମାଲ କରିଥିଲା । ହେଲେ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି ପ୍ରଥମ ପସନ୍ଦରେ କରିନା କପୁରଙ୍କୁ ପାରୋ ଭୂମିକା ପାଇଁ ବାଛିଥିଲେ । କରିନା ବି ଏଥିପାଇଁ ସ୍କ୍ରିନ୍ ଟେଷ୍ଟ ଦେଇ ସାରିଥିଲେ । ହେଲେ ଭଂସାଲି ସାହେବ କାହାକୁ କିଛି ନ କହି କରିନାକୁ ରିପ୍ଲେସ କରି ଐଶ୍ୱର୍ଯ୍ୟାଙ୍କୁ ପାରୋ ଭୂମିକାରେ ନେଇଥିଲେ । ଆଉ ଏଥିରେ ଐଶଙ୍କ ଅଭିନୟକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ ।
ସେହିପରି ମୁଭି ‘ହମ ଦିଲ ଦେ ଚୁକେ ସନମ’ରେ ସଞ୍ଜୟ ଲିଲା ଭଂସାଲି ସଲମାନଙ୍କ ଅପୋଜିଟରେ କରିନାଙ୍କୁ କାଷ୍ଟ କରିବାକୁ ଚିନ୍ତା କରିଥିଲେ । ହେଲେ ଏଜ୍ ଡିଫରେନ୍ସ କାରଣରୁ ଓ ବିଦେଶ ଗସ୍ତ ଦର୍ଶାଇ କରିନା ଏହି ଫିଲ୍ମରେ କାମ କରିବାକୁ ମନା କରିଥିଲେ । ଶେଷରେ ଭଂସାଲି ଐଶ୍ୱର୍ଯ୍ୟାଙ୍କୁ ସଲମାନଙ୍କ ଅପୋଜିଟରେ ନେଇଥିଲେ । ଏହାବି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏଥିରେ ଐଶ୍ୱର୍ଯ୍ୟା ନନ୍ଦିନି ଭୂମିକାରେ ନଜର ଆସିଥିଲେ ।
ସେହିପରି ଏବେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର ମୁଭି ‘ପୋନ୍ନିୟିନ ଲେଭମ ୧’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଏଥିରେ ଐଶ୍ୱର୍ଯ୍ୟା ‘ ରାଣୀ ନନ୍ଦିନି’ ଭୁମିକାରେ ଅଭିନୟ କରିଛନ୍ତି । ତେବେ ଏକଥା ହୁଏତ ଅନେକ ଜାଣି ନ ଥିବେ ଯେ ଏହି ଚରିତ୍ର ପାଇଁ ପ୍ରଥମେ ମଣି ରତ୍ନମ ୮୦ ଦଶକର ନାୟିକା ରେଖାଙ୍କୁ ନେବାକୁ ଚିନ୍ତା କରିଥିଲେ । ଏକଥା ନିଜେ ମଣି ରତ୍ନମ ଏକ ସାକ୍ଷାତ୍‌କାରରେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri