ଓଡ଼ିଆଙ୍କ ଦାନ୍ତ ନାହିଁ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବିିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରୁଥିବା କୁହାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିନ୍ତୁ ପଛୁଆ ରହିଯାଇଥିବା ଦେଖାଯାଇଛି। ଏଠାରେ ଦାନ୍ତ ଚିକିତ୍ସା ସ୍ଥିତିକୁ ଦେଖିଲେ ବାସ୍ତବତା ବାରିହୋଇପଡୁଛି। ବଢ଼ିଚାଲିଛି ଦାନ୍ତ ରୋଗୀଙ୍କ ସଂଖ୍ୟା। ହେଲେ ରୋଗୀଙ୍କ ତୁଳନାରେ ନାହାନ୍ତି ପର୍ଯ୍ୟାପ୍ତ ଡାକ୍ତର। ଦାନ୍ତ, ମାଢ଼ି, ପାଟିଜନିତ ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ପାଇଁ ଗୁରୁତ୍ୱ ଦିଆଯାଉନାହିଁ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି, ବୟସ୍କ, ମହିଳାଙ୍କ ଦାନ୍ତ ଅବସ୍ଥା ଶୋଚନୀୟ ପରିସ୍ଥିତିକୁ ଗଲାଣି। ଏହା ଭିତରେ ଦାନ୍ତ ନଷ୍ଟ, ମାଢ଼ି ନଷ୍ଟ, କମ୍‌ ବୟସରେ ଦାନ୍ତ ହରାଇବା, ଛୋଟ ପିଲାଙ୍କ ମଧ୍ୟରେ ଅଧିକ ମାତ୍ରାରେ ପୋକଖିଆ ଦାନ୍ତ ଭଳି ରୋଗର ମାତ୍ରା ଅଧିକ ରହୁଛି।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ର ତଥ୍ୟାନୁସାରେ, ପ୍ରତି ୭,୫୦୦ ଲୋକଙ୍କ ପାଇଁ ଜଣେ ଦାନ୍ତ ଡାକ୍ତର ରହିବା କଥା। ହେଲେ ଓଡ଼ିଶାରେ ୧,୧୬,୦୦୦ଜଣଙ୍କ ଲାଗି ଜଣେ ଦନ୍ତ ଡାକ୍ତର ଅଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ୩ ହଜାରରୁ ଊଦ୍ଧର୍‌ବ ଦାନ୍ତ ଡାକ୍ତର ସରକାରୀ ପଞ୍ଜୀକୃତ ହୋଇସାରିଥିଲେ ମଧ୍ୟ ତାହାର ଦଶମାଂଶ ବି ସ୍ଥାୟୀ ନିଯୁକ୍ତି ପାଇନାହାନ୍ତି। ଓଡ଼ିଶାରେ ପାଖାପାଖି ୩୬ଶହ ଦାନ୍ତ ଡାକ୍ତର ଥିବା ବେଳେ ଏମାନଙ୍କ ମଧ୍ୟରୁ ବାହାରୁ ପ୍ରାୟ ୪୦୦ଜଣ ଓଡ଼ିଶା ଆସି ପ୍ରାକ୍ଟିସ କରୁଛନ୍ତି। ସେପଟେ ପ୍ରତିବର୍ଷ ରାଜ୍ୟର ସରକାରୀ ଓ ବେସରକାରୀ ମେଡିକାଲ କଲେଜରୁ ୩୫୦ଜଣ ଦାନ୍ତ ଡାକ୍ତର ଉତ୍ତୀର୍ଣ୍ଣ ହେଉଛନ୍ତି। କିନ୍ତୁ କୌଣସି ନିଯୁକ୍ତି ନାହିଁ। ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେଲାଣି। ଗତବର୍ଷ ନଭେମ୍ବର ୧୫ରେ ରାଜ୍ୟରେ ୧୪୬ ଦାନ୍ତ ଡାକ୍ତର(ଡେଣ୍ଟାଲ ସର୍ଜନ)ଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ନିଯୁକ୍ତି ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ସରକାରଙ୍କ ପକ୍ଷରୁ କୌଣସି ନିଯୁକ୍ତି ନ ଥିବାରୁ ଅନେକ ଯୋଗ୍ୟ ଦାନ୍ତ ଡାକ୍ତର ଚିକିତ୍ସା କରିବାକୁ ଚାହୁଁଥିଲେ ମଧ୍ୟ ସେବା ଯୋଗାଇ ପାରୁନାହାନ୍ତି। ଗ୍ରାମାଞ୍ଚଳରେ ୯୦% ଦନ୍ତ ଓ ମୁଖଗହ୍ବର ରୋଗୀ ରହିଛନ୍ତି। ହେଲେ ତା’ ତୁଳନାରେ ପ୍ରାଥମିକ ଚିକିତ୍ସା ପାଇଁ ମାତ୍ର ୧୦% ଡାକ୍ତର ରହିଛନ୍ତି। ରାଜ୍ୟରେ ୧,୩୭୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି) ରହିଥିବା ବେଳେ ଏଠାରେ ମାତ୍ର ୧୨ଜଣ ଦାନ୍ତ ଡାକ୍ତର ରହିଛନ୍ତି, ଯାହାକି ନ ଥିବା ସହ ସମାନ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମୁଖଗହ୍ବର କର୍କଟରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ଷଷ୍ଠ ସ୍ଥାନରେ ରହିଛି। ଓଡ଼ିଶା ଡେଣ୍ଟାଲ ସର୍ଜନସ ଆଣ୍ଡ୍‌ ଷ୍ଟୁଡେଣ୍ଟ ଆକ୍ସନ କମିଟିର ସୂଚନାନୁସାରେ, ଓଡ଼ିଶାରେ ତମାଖୁ ସେବନକାରୀଙ୍କ ହାର ୪୨.୯% ଥିବାବେଳେ ଗ୍ରାମାଞ୍ଚଳରେ ଏହା ୪୯% ରହିଛି। ମୁଖଗହ୍ବର କର୍କଟ ରୋଗରେ ଆକ୍ରାନ୍ତ ୫୦% ମହିଳା ଏବଂ ୪୯.୬% ପୁରୁଷ ଥାର୍ଡ ଷ୍ଟେଜ୍‌ ବା ତୃତୀୟସ୍ତରରେ ଡାକ୍ତରଙ୍କ ପରାମର୍ଶ ଲୋଡୁଛନ୍ତି। ସେତେବେଳକୁ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଯାଇଥାଏ। କିଏ ମୃତ୍ୟୁ ମୁଖକୁ ଚାଲିଯାନ୍ତି ତ’ ଆଉ କାହାର ମାଢ଼ି ଓ ଜିଭର ଅସ୍ତ୍ରୋପଚାର ଆବଶ୍ୟକ ପଡ଼େ। ଫଳରେ ରୋଗୀଟି ସାରା ଜୀବନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଏ। ତେଣୁ ପ୍ରାଥମିକ ସ୍ତରରେ ଦାନ୍ତ ଡାକ୍ତରଙ୍କ ପରାମର୍ଶ ନେଲେ ଠିକ୍‌ ସମୟରେ ରୋଗ ଚିହ୍ନଟ ହୋଇପାରନ୍ତା ଏବଂ ମୁଖଗହ୍ବର କର୍କଟ ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳିପାରନ୍ତା।
ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଲକ୍ଷାଧିକ ଲୋକ ଉପକୃତ ହେଉଥିଲେ ମଧ୍ୟ ଏଥିରେ ଦନ୍ତ ବିଭାଗର ଦାନ୍ତ ଉପୁଡ଼ିବା ଛଡ଼ା ରୁଟ୍‌ କେନାଲ ଚିକିତ୍ସା, ଦାନ୍ତ ଓ ମାଢ଼ି ସଫା କରିବା, ନୂଆ ଦାନ୍ତ ଲଗାଇବା, ଅସଜଡ଼ା ଦାନ୍ତ ଓ ମାଢ଼ିର ଚିକିତ୍ସା ଉପଲବ୍ଧ ନାହିଁ। ଫଳରେ ଏହି କାର୍ଡଧାରୀମାନେ ଦନ୍ତ ଚିକିତ୍ସାରୁ ଦୂରେଇ ରହୁଛନ୍ତି ଏବଂ ଆଗକୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପିଏଚ୍‌ସିଗୁଡ଼ିକରେ ଦାନ୍ତ ଡାକ୍ତର ନିଯୁକ୍ତି ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଏହି ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ଓଡ଼ିଶା ଡେଣ୍ଟାଲ ସର୍ଜନ୍‌ସ ଆଣ୍ଡ୍‌ ଷ୍ଟୁଡେଣ୍ଟ ଆକ୍ସନ କମିଟିର ରାଜ୍ୟ ସଂଯୋଜକ ଡା. ପ୍ରିୟବ୍ରତ ପଣ୍ଡା କହିଛନ୍ତି, ଏହି ସମସ୍ୟା ନେଇ ସ୍ବାସ୍ଥ୍ୟ ବିଭାଗକୁ ଆମେ ବାରମ୍ବାର ଜଣାଇଲୁଣି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜ୍ୟରେ ଥିବା ୧,୩୭୫ ପିଏଚ୍‌ସିରେ ମାତ୍ର ୧୨ଜଣ ଦାନ୍ତ ଡାକ୍ତର ରହିଛନ୍ତି। ଯେଉଁମାନେ କି ସ୍ଥାୟୀ ନୁହନ୍ତି। ପିଏଚ୍‌ସିରେ ଦନ୍ତ ଚିକିତ୍ସକ ନିଯୁକ୍ତି ନ ହେବା ଏକ ଗୁରୁତର ଅବହେଳା। କାରଣ ଗ୍ରାମାଞ୍ଚଳରେ ଲୋକେ ଅଧିକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ତେଣୁ ପ୍ରତିବର୍ଷ ନିୟମିତ ଭାବେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ଦ୍ୱାରା ସମସ୍ତ ପ୍ରାଥମିକ ଚିକିତ୍ସାଳୟରେ ଦାନ୍ତ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ପୂର୍ବରୁ ଯେଉଁ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତା’ର ପରୀକ୍ଷାଗୁଡ଼ିକ ମଧ୍ୟ ଯଥାଶୀଘ୍ର ପରିଚାଳନା କରାଯାଉ ବୋଲି ଡା. ପଣ୍ଡା କହିଛନ୍ତି। ଏ ନେଇ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

ପାସ୍ତା, ପିଜା-ବର୍ଗର ନେଲା କି ଯୁବତୀଙ୍କ ଜୀବନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

ନୂଆଦିଲ୍ଲୀ,୨୪।୧୨: ନିକଟରେ, ଉତ୍ତର ପ୍ରଦେଶର ଆମରୋହାରୁ ଜଣେ ୧୧ଶ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଖବର ପ୍ରକାଶିତ ହୋଇଥିଲା। ପରିବାର ଦାବି କରିଥିଲେ ଯେ ଝିଅଟିର ଖାଦ୍ୟରେ...

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri