ନିଜକୁ ବଦଳାନ୍ତୁ

”ସର୍ବପ୍ରଥମେ ଏହା ବୁଝିବା ବହୁ ଜରୁରୀ ଯେ ଜୀବନ ହେଉଛି ସୁଖ-ଦୁଃଖର ସମନ୍ବୟ। ଯେତେବେଳେ ଆମେ ସୁଖ ସହଜରେ ଗ୍ରହଣ କରୁ ସେମିତି ଦୁଃଖକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡ଼ିବ। ଜୀବନ ରାସ୍ତାରେ ଚାଲିବା ସମୟରେ ଝୁଣ୍ଟିବା ଏବଂ ପାଦରେ କଣ୍ଟା ଲାଗିବା ଏକ ସାଧାରଣ କଥା। ଆପଣ ଏକଥା ମନରେ ଭାବିନିଅନ୍ତୁ ଯେ ଜୀବନରେ ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ସୁଖ ହୋଇ ନ ପାରେ।“

ଯଦି ଆପଣଙ୍କୁ କିଏ ଖରାପ ବ୍ୟବହାର କରୁଛି ,ତେବେ ସେ ସମୟରେ ଆପଣଙ୍କୁ ବହୁ ଦୁଃଖ ଲାଗିଥାଏ। ତେବେ ଆପଣ ସେ କଥାକୁ ବାରମ୍ବାର ମନେପକାଇ ନିଜ ଦୁଃଖକୁ ଆହୁରି ଦ୍ୱିଗୁଣିତ କରିଦେଇଥାନ୍ତି। ପୁଣି ବେଳେବେଳେ ଆପଣଙ୍କ ମନରେ ସ୍ଥାୟୀ ରୂପରେ ଏ ଘଟଣା ପ୍ରତିଶୋଧର ନିଆଁରେ ପରିଣତ ହୋଇଯାଏ। ପ୍ରାଚୀନକାଳରେ ସନ୍ଥ ଓ ଋଷିମାନେ କହୁଥିଲେ, ଆମକୁ ନମ୍ର ଓ କ୍ଷମାଶାଳୀ ହେବା ଆବଶ୍ୟକ। ଏଠାରେ ଆମେ ଗୌତମ ବୁଦ୍ଧଙ୍କ କଥା କହିବାକୁ ଚାହିଁବୁ । ସେ କହିଥିଲେ, ଆମେ ମାତା ଧରିତ୍ରୀ ପରି ସହନଶୀଳ ହେବା ଆବଶ୍ୟକ।
ଛାଡ଼ନ୍ତୁନି ସଂଯମର ହାତ
ଘର ହେଉକି ଅଫିସ୍‌ ପ୍ରତିଦିନ ଦିନଚର୍ଯ୍ୟା ମଧ୍ୟରେ ଛୋଟମୋଟ ବୈଚାରିକ ମତଭେଦ ଦେଖାଯିବା ସ୍ବାଭାବିକ। ଏପରି ସ୍ଥିତିରେ ଆପଣ ନିଜର ଧୈର୍ଯ୍ୟଶକ୍ତି ହରାଇବା ଉଚିତ ନୁହେଁ। ହୋଇପାରେ ଏପରି ସ୍ଥିତିରେ ଆପଣଙ୍କୁ ଅଧିକ ରାଗ ଲାଗିପାରେ। ସାମ୍ନାରେ ଉପସ୍ଥିତ ବ୍ୟକ୍ତି ପାଇଁ ମନରେ କେତେକ ନକାରାତ୍ମକ ବିଚାରଧାରା ଆସୁଥିବ, କିନ୍ତୁ ଅମାନିଆ ମନକୁ ନିୟନ୍ତ୍ରିତ କରିବା ବହୁ ଜରୁରୀ । ଯଦି କୌଣସି ପରିସ୍ଥିତିରେ ଏମିତି କିଛି ସମସ୍ୟା ଉପୁଜୁଛି ମନକୁ ନିୟନ୍ତ୍ରଣରେ ରଖି ଆଗକୁ ବଢ଼ନ୍ତୁ।
ଜୀବନ : ସୁଖ-ଦୁଃଖର ସମନ୍ବୟ
ସର୍ବପ୍ରଥମେ ଏହା ବୁଝିବା ଜରୁରୀ ଯେ ଜୀବନ ହେଉଛି ସୁଖ-ଦୁଃଖର ସମନ୍ବୟ। ଯେମିତି ଆମେ ସୁଖକୁ ସହଜରେ ଗ୍ରହଣକରୁ ସେମିତି ଦୁଃଖକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡ଼ିବ। ଜୀବନ ରାସ୍ତାରେ ଚାଲିବା ସମୟରେ ଝୁଣ୍ଟିବା ଏବଂ ପାଦରେ କଣ୍ଟା ଲାଗିବା ଏକ ସାଧାରଣ କଥା। ଆପଣ ଏକଥା ମନରେ ଭାବିନିଅନ୍ତୁ ଯେ ଜୀବନରେ ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ସୁଖ ହୋଇ ନ ପାରେ। ଅନ୍ୟମାନେ ସବୁବେଳେ ଆପଣଙ୍କୁ ପ୍ରଶଂସା କରିବେ ତାହା ଠିକ୍‌ ନୁହେଁ। ଆପଣଙ୍କ ସମ୍ବନ୍ଧରେ ଆଲୋଚନା ଶୁଣିବାକୁ ସବୁବେଳେ ପ୍ରସ୍ତୁତ ରୁହନ୍ତୁ। ଅନ୍ୟର ଫିଡ୍‌ବ୍ୟାକ୍‌କୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ତାକୁ ଆଧାରକରି ନିଜ ଭୁଲ୍‌କୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ‘ମୁଁ ସବୁଠୁ ଜ୍ଞାନୀ ଓ ବାକି ସବୁ ଅଜ୍ଞାନ ’-ଏପରି ଭାବନା ମନରେ ଆସିବାକୁ ଦିଅନ୍ତୁ ନାହିଁ। ଦିନରାତି ଈର୍ଷା, ଦ୍ୱେଷ ଏବଂ ପ୍ରତିଶୋଧର ନିଆଁରେ ଜଳୁଥିବା ବ୍ୟକ୍ତି ନିଜର ପାର୍ଶ୍ୱ ବାତାବରଣକୁ ନକାରାତ୍ମକ ଭାବନରେ ପରିପୂର୍ଣ୍ଣ କରିଦେଇଥାନ୍ତି। ଏପରି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଶରୀର ମନ ଓ ଆତ୍ମା ମଧ୍ୟରେ ଠିକ୍‌ ତାଳମେଳ ରହିବା ଆବଶ୍ୟକ। ଅନ୍ୟର ଖରାପ ଚିନ୍ତା କରିବା ଅପେକ୍ଷା ସଚ୍ଚୋଟତା ସହ ଆତ୍ମମନ୍ଥନ କରିବା ସଙ୍ଗେ ସଙ୍ଗେ ନିଜର ଭୁଲ୍‌ କ’ଣ ରହୁଛି ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ।
ଅତି ଭାବୁକତା ହେବା କ୍ଷତିକାରକ
ଚିନ୍ତାମୁକ୍ତ ଜୀବନ ଲାଗି ଭାବନାତ୍ମକ ଚିନ୍ତାଧାରାକୁ ନିଜଠୁ ଦୂରେଇ ରଖିବା ଭଲ। ଏହି କଥା ସବୁବେଳେ ମନେରଖିବା ଉଚିତ ଯେ, ସମସ୍ତଙ୍କର ଭଲ ଓ ମନ୍ଦ ଭାବନା ରହିଛି। ବେଳେ ବେଳେ ମଣିଷ ଭାବନାତ୍ମକ ଚିନ୍ତାଧାରାକୁ ନେଇ ଚିନ୍ତାଗ୍ରସ୍ତ ହୋଇଥାଏ। ଅତୀତର କଟୁ କଥାକୁ ବାରମ୍ବାର ମନେ ନ ପକାଇବା ଭଲ। ମଝିରେ ମଝିରେ ମନକୁ ସଫା କରିବା ମଧ୍ୟ ଜରୁରୀ। ଏଥିପାଇଁ ନିୟମିତ ଯୋଗ ଏବଂ ଧ୍ୟାନ କରିପାରନ୍ତି। ଯେତେବେଳେ ଆପଣ ନିଜ ଭାବନାକୁ ଅଧିକାଂଶ ସମୟ ସନ୍ତୁଳିତ ରଖିପାରିବେ ସେତେବେଳେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ଆଉ ଆପଣଙ୍କୁ ବୋଝ ସଦୃଶ ଲାଗିବ ନାହିଁ। ସେଗୁଡ଼ିକ ଆପଣ ସହଜରେ ମଧ୍ୟ ସମାଧାନ କରିପାରିବେ।
କ୍ଷମା କରନ୍ତୁ, ଭୁଲିଯାନ୍ତୁ
ଆମର ଉନ୍ନତି ଓ ଖୁସିରେ ପ୍ରତିବନ୍ଧକ ସାଜିପାରେ ଅତୀତର ଦୁଃଖଦ ଘଟଣା, ଯାହା ବାରମ୍ବାର ନକାରାତ୍ମକ ଭାବନାକୁ ଜାଗ୍ରତ କରିଥାଏ। ଏହାଦ୍ୱାରା ଆମେ ବାରମ୍ବାର ରାଗିବା ସହ ଦୁଃଖୀ ହୋଇ ଅନ୍ୟମାନଙ୍କ ବିଷୟରେ ଖରାପ ଭାବିଥାଉ। ପ୍ରତିଶୋଧର ଭାବନାରୁ ନିଜକୁ ବାହାର କରିବାକୁ ହେଲେ ଯଦି ଆପଣଙ୍କୁ କିଏ ଖରାପ ବ୍ୟବହାର କରିଛି ତେବେ ସେ ଘଟଣାକୁ ଜଲ୍‌ଦି ଭୁଲିଯିବାକୁ ଚେଷ୍ଟା କରନ୍ତୁ। ତାକୁ କ୍ଷମା କରିବାକୁ ହେଲେ ନିଜ ହୃଦୟ ମଧ୍ୟ ସେତିକି ଉଦାର ହେବା ଦରକାର। ଯଦି ଆପଣ ସତ୍‌ ପଥରେ ଅଛନ୍ତି ତେବେ ଆପଣ ବିଚଳିତ ହେବା ଠିକ୍‌ ନୁହେଁ। ନିଜର ମାନସିକତାକୁ ସକାରାତ୍ମକ ରଖିଲେ ଆପଣ ନିଜ ଜୀବନକୁ ଭଲ ଭାବରେ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri