ଆଜି ସରିବ ବିଆଇଟିଏଫ୍‌

ଭୁବନେଶ୍ୱର,୧୮।୧୦: ରାଜ୍ୟର ପ୍ରମୁଖ ଇଭେଣ୍ଟ ଆଣ୍ଡ ପ୍ରଦର୍ଶନୀଭିତ୍ତିକ ଘରୋଇ ସଂସ୍ଥା ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା.ଲିଃ (ଜେଇଏମ୍‌) ପକ୍ଷରୁ ଆୟୋଜିତ ୭ମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ବିଆଇଟିଏଫ୍‌)-୨୦୨୨ର ଶେଷ ଦିନ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ବିଶେଷ କରି ଉକ୍ତ ମେଳା ଚଳିତ ବର୍ଷ ଅକ୍ଟୋବର ୮ ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନ ପରିସରରେ ଉପଲବ୍ଧ ରହିଛି। ଏ ସମ୍ପର୍କରେ ଜେଇଏମ୍‌ର ଏମ୍‌ଡି ସୁଜିତ ଗୁପ୍ତା କହିଛନ୍ତି ଦୀର୍ଘ ୭ ବର୍ଷ ହେବ ଏହି ମେଳାର ଆୟୋଜନ କରାଯାଉଛି। ଚଳିତ ବର୍ଷ ଭଲ ବ୍ୟବସାୟ ସାଙ୍ଗକୁ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ମଧ୍ୟ ସେମାନଙ୍କର ଆବଶ୍ୟକତା ଓ ଲକ୍ଷ୍ୟ ପୂରଣ କରିପାରିଛନ୍ତି। ଏପରିକି ଉକ୍ତ ମେଳାରେ ୭ଟି ଦେଶ ଏବଂ ୨୦ଟି ରାଜ୍ୟର ୪୦୦ରୁ ଅଧିକ ବ୍ୟବସାୟୀ ଯୋଗଦେଇଥିବା ଜଣାପଡିଛି। ଏଥିରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ କୁଶଳୀ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆଭ୍ୟନ୍ତରୀଣ ସାଜସଜ୍ଜା, ଘର ସାଜସଜ୍ଜା, ଫର୍ନିଚର, ଆଣ୍ଟିକ୍‌ କଲେକ୍ସନ, ପେଣ୍ଟିଂ, ଜୁଏଲେରି, ଥାଇଲାଣ୍ଡ ଫୁଲ, ପୋଷାକ ପତ୍ର, ରାଜସ୍ଥାନୀ ମାର୍ବଲ୍ସ, ଆଫଗାନିସ୍ତାନ ଡ୍ରାଏ ଫ୍ରୁଟ୍ସ, ବାଂଲାଦେଶ ଶାଢ଼ି, ହାଣ୍ଡିକ୍ରାଫ୍ଟ ଓ ହ୍ୟାଣ୍ଡ୍‌ଲୁମ ଭଳି ଅନେକ ଜିନିଷ ପ୍ରଦର୍ଶିତ ହେଉଛି। ସେହିଭଳି ଚଳିତ ବର୍ଷର ବାଣିଜ୍ୟ ମେଳାରେ ପ୍ରଥମ ଥର ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ସହଯୋଗରେ ମଧ୍ୟ ଏକ ରିଅଲ ଇଷ୍ଟେଟ୍‌ ମେଳା ଆୟୋଜିତ ହେଉଛି। ଏଥିରେ ବହୁ ନାମୀଦାମୀ ବିଲ୍‌ଡର ମଧ୍ୟ ଅଂଶଗ୍ରହଣ କରିଛନ୍ତି। ବିଶେଷକରି ରିଅଲ ଇଷ୍ଟେଟ୍‌ ମେଳାରୁ ସମସ୍ତେ ନିଜ ନିଜର ଆବଶ୍ୟକ ମୁତାବକ ବିଭିନ୍ନ ସୁବିଧା ଓ ସେବା ମଧ୍ୟ ପାଇପାରିବେ। ସେହିପରି ମେଳା ପରିସରକୁ ଆସିଥିବା ଦର୍ଶକଙ୍କ ପାଇଁ ବିଭିନ୍ନ ସୁସ୍ବାଦୁ ଖାଦ୍ୟର ଏକ ସ୍ବତନ୍ତ୍ର ଫୁଡ୍‌ ଜୋନ୍‌ ମଧ୍ୟ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେଉଛି। ଉକ୍ତ ମେଳା ପ୍ରତିଦିନ ଅପରାହ୍ନ ୨ରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri