Posted inଜାତୀୟ

ଅନ୍ଧେରି ଉପ-ନିର୍ବାଚନରେ ନୂଆ ମୋଡ଼: ଉଦ୍ଧବଙ୍କ ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ଶିନ୍ଦେ ବିଧାୟକଙ୍କ ଅପିଲ…

ମୁମ୍ବାଇ,୧୭।୧୦ : ମହାରାଷ୍ଟ୍ରର ଅନ୍ଧେରି ଉପ-ନିର୍ବାଚନରେ ନୂଆ ମୋଡ଼ ଆସିଛି। ନଭେମ୍ବର ୩ରେ ମୁମ୍ବାଇର ଉପକଣ୍ଠ ଅନ୍ଧେରିର ପୂର୍ବ ବିଧାନସଭା ଆସନରେ ଉପ-ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକରେଇ ଦଳ ପାଇଁ ଏହି ସିଟ ସମ୍ମାନର ପ୍ରଶ୍ନ। ଏହି ସମୟରେ, ଶିନ୍ଦେଙ୍କ ଦଳର ଜଣେ ବିଧାୟକ ଠାକରେ ଦଳ ପ୍ରାର୍ଥୀ ଋତୁଜା ଲଟକେଙ୍କୁ ସମର୍ଥନ କରିଛନ୍ତି। କେବଳ ଏତିକି ନୁହେଁ, ଋତୁଜାଙ୍କୁ ନିର୍ବିରୋଧ ଜିତାଇବାକୁ ସେ ଅପିଲ କରିଛନ୍ତି।

ଉଦ୍ଧବ ବାଲାସାହେବ ଠାକରେ ଦଳ ପକ୍ଷରୁ ଋତୁଜାଙ୍କୁ ଆନ୍ଧେରି ପୂର୍ବ ବିଧାନସଭା ଆସନ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଛି। ସେ ସ୍ବର୍ଗତ ଶିବସେନା ବିଧାୟକ ରମେଶ ଲଟକେଙ୍କ ସ୍ତ୍ରୀ।

ଋତୁଜା କହିଛନ୍ତି ଯେ ତାଙ୍କ ସ୍ବାମୀ ରମେଶ ଉଦ୍ଧବ ଠାକରେଙ୍କ ପ୍ରତି ବିଶ୍ୱସ୍ତ ଥିଲେ। ସେ ମଧ୍ୟ ସ୍ବାମୀଙ୍କ ପଦାନୁସରଣ କରିବେ।

ଦଳର ବିଧାୟକଙ୍କ ଏଭଳି ମନ୍ତବ୍ୟ ନେଇ ଶିନ୍ଦେ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri