Posted inଫୁରସତ

ଉଟୋର୍ଡା ବିଚ୍‌

ଦକ୍ଷିଣ ଗୋଆର ଏକ ସୁନ୍ଦର ବେଳାଭୂମି ହେଉଛି ଉଟୋର୍ଡା ବିଚ୍‌। କୋଳାହଳମୟ ପରିବେଶରୁ ଦୂରରେ ଥିବା ଏହି ସ୍ଥାନରେ ଟିକେ ଶାନ୍ତିରେ ସମୟ ବିତାଇବା ପାଇଁ ପର୍ଯ୍ୟଟକଙ୍କର ବହୁ ଇଚ୍ଛା ଥାଏ। ସେଥିପାଇଁ ଅକ୍ଟୋବରରୁ ଫେବୃୟାରୀ ମାସ ଭିତରେ ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳେ…

ବେଳାଭୂମିରେ ବସି ପ୍ରକୃତିର ଅପୂର୍ବ ଶୋଭାକୁ ଉପଭୋଗ କରିବାକୁ କାହାକୁ ବା ଭଲ ନ ଲାଗେ। ସେଥିପାଇଁ ତ କାମରୁ ଛୁଟି ମିଳିଲେ ଅନେକେ କେଉଁ ଏକ ବେଳାଭୂମିକୁ କିଛିଦିନ ପାଇଁ ବୁଲିଯିବାକୁ ପ୍ଲାନିଂ କରିଥାନ୍ତି। ଯଦି ଆପଣ ବି ସେମିତି କିଛି ଯୋଜନା କରୁଥାନ୍ତି, ତା’ହେଲେ ଦକ୍ଷିଣ ଗୋଆରେ ଥିବା ଉଟୋର୍ଡା ବିଚ୍‌ ବା ବେଳାଭୂମି ଆପଣଙ୍କ ପାଇଁ ଏକ ବେଷ୍ଟ ଡେଷ୍ଟିନେଶନ ହେବ। କାରଣ ଏହି ବେଳାଭୂମିର ପରିବେଶ ଆକର୍ଷଣୀୟ ହେବାସହ ବେଶ୍‌ ପରିଷ୍କାର,ପରିଚ୍ଛନ୍ନ ମଧ୍ୟ। ଏହାଛଡ଼ା ପର୍ଯ୍ୟଟକଙ୍କୁ ଆନନ୍ଦ ଦେବା ପାଇଁ ଏଠାରେ ବିଭିନ୍ନ ପ୍ରକାର ଜଳକ୍ରୀଡ଼ାର ମଧ୍ୟ ସୁବିଧା ଯୋଗାଇ ଦିଆଯାଇଥାଏ। ଖାସ୍‌ ସେଥିପାଇଁ ତ ଟୁରିଷ୍ଟ ସିଜନ୍‌ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ବଢ଼ିବାକୁ ଲାଗେ।

ବିଚ୍‌ରେ ଜଳକ୍ରୀଡ଼ାର ଆନନ୍ଦ
ଉଟୋର୍ଡା ବିଚ୍‌ରେ ପର୍ଯ୍ୟଟକ ଚାହିଁଲେ ଡଲ୍‌ଫିନ୍‌ ବୋଟ୍‌ ଟ୍ରିପ୍‌, ଓ୍ବାଟର୍‌ ସ୍କିଂ, ଓ୍ବିଣ୍ଡ ସର୍ଫିଙ୍ଗ୍‌ ଭଳି ଆନନ୍ଦଦାୟକ ଜଳକ୍ରୀଡ଼ାର ଭରପୂର ମଜା ନେଇପାରିବେ। ଏଥିସହିତ ଉକ୍ତ ବେଳାଭୂମିରେ ସାଇକ୍ଲିଂ କରିବାର ନିଆରା ଅନୁଭୂତି ବି ପାଇପାରିବେ। ଫିଶିଂ ପାଇଁ ଏଠି ଯଥେଷ୍ଟ ସୁବିଧା ରହିଛି। ତା’ଛଡ଼ା ଏଠାରେ ପର୍ଯ୍ୟଟକଙ୍କ ଦେହ ଓ ମନକୁ ଫୂର୍ତ୍ତି କରିବା ପାଇଁ ବିଭିନ୍ନ ପ୍ରକାର ସ୍ପା’ର ବ୍ୟବସ୍ଥା ବି ଅଛି।

ନିକଟସ୍ଥ ପର୍ଯ୍ୟଟନସ୍ଥଳୀ
ଉଟୋର୍ଡା ବେଳାଭୂମିରେ ବୁଲିବା ସହ ପର୍ଯ୍ୟଟକ ଚାହିଁଲେ ନିକଟରେ ଥିବା କିଛି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବି ବୁଲି ଦେଖିପାରିବେ। ଯେମିତିକି-

* ମଜୋର୍ଡା ବିଚ୍‌: ଉଟୋର୍ଡା ବିଚ୍‌ଠାରୁ ମାତ୍ର ଅଳ୍ପ କିଛି କି.ମି. ଦୂରରେ ରହିଛି ଏହି ବିଚ୍‌। ଏହା ମଧ୍ୟ ଏକ ଆକର୍ଷଣୀୟ ବେଳାଭୂମି। ବିଶେଷକରି ଲଭର୍ସ ତଥା ଦମ୍ପତିମାନଙ୍କ ଗହଣରେ ଏହି ବିଚ୍‌ର ବେଶ୍‌ ଲୋକପ୍ରିୟତା ରହିଛି।

* କୋଲଭା ବିଚ୍‌: ଦକ୍ଷିଣ ଗୋଆର ଏହା ଏକ ସୁନ୍ଦର ବେଳାଭୂମି। ଉଟୋର୍ଡା ବିଚ୍‌ଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି ଏହି ବେଳାଭୂମି। ପର୍ଯ୍ୟଟକ ଏଠାରେ ବି ଜଳକ୍ରୀଡ଼ାର ମଜା ନେବା ସହ ସି-ଫୁଡ୍‌ ଖାଇବାର ଅପୂର୍ବ ଆନନ୍ଦ ପାଇ ପାରିବେ।

* ଥ୍ରୀ କିଙ୍ଗ୍ସ ଚାପେଲ୍‌: ଏହା ହେଉଛି ଏକ ଚର୍ଚ୍ଚ। ଏହି ଚର୍ଚ୍ଚ ସହିତ ଅନେକ ଐତିହାସିକ କଥାର ସମ୍ପର୍କ ରହିଛି। ପର୍ଯ୍ୟଟକ ଏଠାକୁ ବୁଲିଯାଇ ସେସବୁକୁ ଜାଣିବାର ସୁଯୋଗ ପାଇପାରିବେ।

* ନାଭାଲ୍‌ ଆଭିଏଶନ ମ୍ୟୁଜିୟମ: ଉଟୋର୍ଡା ବିଚ୍‌ ନିକଟରେ ଥିବା ଏହି ମ୍ୟୁଜିୟମ୍‌ ଆଡ଼େ ମଧ୍ୟ ପର୍ଯ୍ୟଟକ ଚାହିଁଲେ ବୁଲିଯାଇପାରିବେ। ନାଭାଲ୍‌ ସମ୍ପର୍କିତ ଅନେକ ତଥ୍ୟ ଜାଣିବାର ସୁଯୋଗ ଏଠି ରହିଛି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ ଅକ୍ଟୋବରରୁ ଫେବୃୟାରୀ ହେଉଛି ଏଠାକୁ ବୁଲିଯିବାର ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଗୋଆରେ ଟୁରିଷ୍ଟ ସିଜନ୍‌ ଆରମ୍ଭ ହୋଇଥାଏ। ତା’ଛଡ଼ା ଏହି ସମୟ ଭିତରେ ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ସମ୍ପୂର୍ଣ୍ଣ ଅନୁକୂଳ ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ମଧ୍ୟ ଭଲ ସୁବିଧା ରହିଛି। ନିଜ ବଜେଟକୁ ଦେଖି ପର୍ଯ୍ୟଟକ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଏହି ବିଚ୍‌ରେ ପହଞ୍ଚତ୍ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri