Posted inଜାତୀୟ

କଫ ସିରପ ଉତ୍ପାଦନ ନେଇ ମେଡେନ ଫାର୍ମାସ୍ୟୁଟିକାଲ୍ସ ଉପରେ ରୋକ ଲଗାଇଲେ ହରିୟାଣା ସରକାର…

ଚଣ୍ଡିଗଡ଼,୧୨।୧୦ : ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ ସିରପ ଉତ୍ପାଦନ ଉପରେ ହରିୟାଣା ସରକାର ରୋକ ଲଗାଇଛନ୍ତି। ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍ସର ୩ଟି କଫ ସିରପ ବିରୋଧରେ ଡାକ୍ତରୀ ଆଲର୍ଟ ଜାରି କରିଛି। ସେବେଠାରୁ କମ୍ପାନୀର କଫ ସିରପକୁ ନେଇ ବିବାଦ ଲାଗି ରହିଥିଲା।

ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି ଯେ ରାଜ୍ୟ ସରକାର କମ୍ପାନୀର କଫ ସିରପ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଚିହ୍ନଟ ହେବା ପରେ ସୋନିପତର ଫାର୍ମାସ୍ୟୁଟିକାଲ କମ୍ପାନୀର ତିନୋଟି କଫ ସିରପ ନମୁନା ପରୀକ୍ଷା ପାଇଁ କୋଲକାତାର ସେଣ୍ଟ୍ରାଲ ଡ୍ରଗ ଲ୍ୟାବକୁ ପଠାଯାଇଥିଲା। ଯାହାର ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନିଲ ବିଜ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛନ୍ତି। ରିପୋର୍ଟ ଆସିବା ପରେ ଯଦି କିଛି ଭୁଲ ଦେଖାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହରିୟାଣାର ଏବଂ କେନ୍ଦ୍ର ସରକାରଙ୍କ ଫାର୍ମାସ୍ୟୁଟିକାଲ ବିଭାଗର ମିଳିତ ଯାଞ୍ଚ ପରେ ପ୍ରାୟ ୧୨ଟି ତ୍ରୁଟି ମିଳିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ନୋଟିସ ଦିଆଯାଇଛି ବୋଲି ସେ କହିଛନ୍ତି।

ଖବର ଅନୁଯାୟୀ, ହରିୟାଣା ଖାଦ୍ୟ ଏବଂ ଔଷଧ ପ୍ରଶାସନ କମ୍ପାନୀର କଫ ସିରପ ଉତ୍ପାଦନ କାରଖାନାର ତ୍ରୁଟି ଦର୍ଶାଇଛି। ହରିୟାଣାର ଫାର୍ମାସ୍ୟୁଟିକାଲ ଅଧିକାରୀମାନେ ସୋନିପତରେ କମ୍ପାନୀର ଉତ୍ପାଦନ କାରଖାନା ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଔଷଧ ଉତ୍ପାଦନର ଉଲ୍ଲଂଘନର ୧୨ ପଏଣ୍ଟ କର୍ତ୍ତୃପକ୍ଷ ତାଲିକାଭୁକ୍ତ କରିଥିଲେ।

ହରିୟାଣା ଡ୍ରଗ କଣ୍ଟ୍ରୋଲର୍‌ ମେଡେନ ଫାର୍ମାସ୍ୟୁଟିକାଲ୍ସକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଏବଂ ଏହାର ଉତ୍ପାଦନ ଲାଇସେନ୍ସ କାହିଁକି ବାତିଲ କରାଯିବ ନାହିଁ ବୋଲି ପଚାରିଛନ୍ତି। ଅକ୍ଟୋବର ୧୪ ସୁଦ୍ଧା ମେଡେନ ଫାର୍ମାସ୍ୟୁଟିକାଲ୍ସକୁ ଏହାର ଜବାବ ଦେବାକୁ ପଡିବ ।

ହରିୟାଣାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ବିଭାଗ ଅନୁଯାୟୀ, ମେଡେନ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଉତ୍ପାଦନ ଏବଂ ପରୀକ୍ଷଣ କ୍ଷେତ୍ରରେ ଉପକରଣର ଲଗ ବୁକ ପ୍ରସ୍ତୁତ କରିବାରେ ବିଫଳ ହୋଇଥିଲା। ଅଧିକାରୀ କହିଛନ୍ତି ଯେ ଔଷଧ ଉତ୍ପାଦନରେ ବ୍ୟବହୃତ ପ୍ରୋପିଲିନ ଗ୍ଲାଇକଲ, ସୋର୍ବିଟୋଲ ସଲ୍ୟୁସନ ଏବଂ ସୋଡିୟମ ମିଥାଇଲପାରାବେନର ବ୍ୟାଚ ସଂଖ୍ୟା ଉଲ୍ଲେଖ କରାଯାଇ ନାହିଁ। ଅନୁସନ୍ଧାନରୁ ଜଣାପଡିଛି ଯେ ମେଡେନ ଫାର୍ମାସ୍ୟୁଟିକାଲ୍ସ ଚାରୋଟି କଫ ସିରପ ପାଇଁ ପ୍ରକ୍ରିୟା ଯାଞ୍ଚ ଏବଂ ଆନାଲିଟିକାଲ ପଦ୍ଧତି ଯାଞ୍ଚ କରିନାହିଁ। ଏପର୍ଯ୍ୟନ୍ତ ଚାରିଟି ରାଜ୍ୟ କହିଛନ୍ତି ଯେ ଫାର୍ମା କମ୍ପାନୀର ଅନେକ ଔଷଧ ଗୁଣାତ୍ମକ ମାନ ସହିତ ମେଳ ଖାଉ ନାହିଁ। ୨୦୧୧ରେ ଭିଏତନାମ ଏହି କମ୍ପାନୀକୁ ନିଷିଦ୍ଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri