Posted inଜାତୀୟ

ବିରୋଧ କରିଥିବା ୨ ବିଚାରପତିଙ୍କ ନାମ ପ୍ରଘଟ

ନୂଆଦିଲ୍ଲୀ, ୧୧ା୧୦:ସୁପ୍ରିମକୋର୍ଟ କଲେଜିୟମରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ବିବାଦ ଘନେଇବାରେ ଲାଗିଛି। ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ନିଯୁକ୍ତ ହେବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଚୂଡ଼ାନ୍ତ କରିବା ସକାଶେ ସିଜେଆଇ ୟୁ.ୟୁ. ଲଲିତ ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏସ୍‌. ଅବଦୁଲ୍‌ ନାଜିର ଆପତ୍ତି ଉଠାଇଥିଲେ। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କଲେଜିୟମ ୨ ବିଚାରପତିଙ୍କ ନାମ ପ୍ରଘଟ କରିଛି। ଅକ୍ଟୋବର ୯ରେ ସ୍ବାକ୍ଷରିତ ଉକ୍ତ ବିବୃତି ସୋମବାର ସାର୍ବଜନୀନ କରାଯାଇଛି। କଲେଜିୟମ ବୈଠକଗୁଡ଼ିକ ସାଧାରଣତଃ ବିଚାରପତିମାନଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହୋଇଥାଏ। ନିଯୁକ୍ତି ପାଇବାକୁ ଥିବା ପ୍ରାର୍ଥୀଙ୍କ ନାମକୁ ନେଇ କୌଣସି ମତଭେଦ ଦେଖାଦେଲେ ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ପ୍ୟାନେଲ ତାକୁ ଆପୋସ ଆଲୋଚନା ଜରିଆରେ ଦୂର କରିଥାଏ। ତେବେ ସେପ୍ଟେମ୍ବର ୩୦ ବୈଠକରେ ବ୍ୟକ୍ତିଗତଭାବେ ଉପସ୍ଥିତ ହୋଇପାରି ନ ଥିବା କଲେଜିୟମ ସଦସ୍ୟଙ୍କ ମତାମତ ପତ୍ର ଜରିଆରେ ଗ୍ରହଣ କରିବା ପାଇଁ ସିଜେଆଇ ନିଷ୍ପତ୍ତି ନେଇଥିଲେ। ଏହି ‘ଲେଟର ରୁଟ୍‌’ ପ୍ରସ୍ତାବ ସପକ୍ଷରେ କଲେଜିୟମ ସଦସ୍ୟ ଜଷ୍ଟିସ୍‌ ସଞ୍ଜୟ କିଷାନ କୌର ଏବଂ କେ.ଏମ୍‌. ଜୋସେଫ୍‌ ସହମତି ପ୍ରକାଶ କରିଥିବାବେଳେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଏବଂ ନାଜିର୍‌ ବିରୋଧ କରିଥିଲେ। ଆପତ୍ତି ଉଠାଇଥିବା ଦୁଇ ବିଚାରପତିଙ୍କ ନାମ କଲେଜିୟମ ପକ୍ଷରୁ ପ୍ରଘଟ କରାଯିବା ପରେ ବର୍ତ୍ତମାନର ସିଜେଆଇ ଲଲିତ ଏବଂ ତାଙ୍କ ଉତ୍ତରାଧିକାରୀ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଏକପ୍ରକାର ମୁହଁାମୁହିଁ ଅବସ୍ଥାକୁ ଆସିଯାଇଛନ୍ତି। ଆଇନ ମନ୍ତ୍ରଣାଳୟ ନଭେମ୍ବର ୮ରେ ଅବସର ନେବାକୁ ଥିବା ଜଷ୍ଟିସ୍‌ ଲଲିତଙ୍କୁ ନିକଟରେ ନୂଆ ସିଜେଆଇଙ୍କ ନାମ ପ୍ରସ୍ତାବ ମାଗିଥିବାବେଳେ କଲେଜିୟମର ଏଭଳି ଆଭିମୁଖ୍ୟ ଉଚିତ ପରମ୍ପରା ସୃଷ୍ଟି କରିନାହିଁ ବୋଲି ଆଇନ ବିଷାରଦମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri