Posted inଫୁରସତ

ପାଠକଙ୍କ ହୃଦୟରେ ରହିବାକୁ ଚାହେଁ: କବି ମନୋରମା ବିଶ୍ୱାଳ

ପ୍ରାୟ ୫ଦଶନ୍ଧି ଧରି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସେ ବହୁ ଶିଶୁ ସାହିତ୍ୟ, ଭ୍ରମଣ କାହାଣୀ ଓ କବିତା ପୁସ୍ତକ ପ୍ରକାଶ କରିଛନ୍ତି। ଯେଉଁଥିରେ ମା’ମାଟି, ହଜିଯାଉଥିବା ଗାଁର ମହକ ଦେଖିବାକୁ ମିଳେ। ଓଡ଼ିଆ ସାହିତ୍ୟଜଗତରେ ସେ ଜଣେ ବେଶ୍‌ ପ୍ରତିଷ୍ଠିତ କବି। ସେ ମଧ୍ୟ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର। ‘ଫାଲଗୁନି ତିଥିର ଝିଅ’ କବିତା ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ସେ ହେଲେ କବି ମନୋରମା ବିଶ୍ୱାଳ ମହାପାତ୍ର। ଜନ୍ମ ୨୭ା୧୧ା୧୯୪୮ମସିହାରେ। ପିତା ପ୍ରାଣକୃଷ୍ଣ ବିଶ୍ୱାଳ। ମାତା କ୍ଷେତ୍ରମଣି। ଘର ବାଲେଶ୍ୱର ଜିଲାର ସମୁଦ୍ରକୁଳିଆ ଜଗାଇ ଗାଁରେ। ଶାଶୁଘର ବାଲେଶ୍ୱରର ହଳଦୀପଦାରେ। ସମ୍ପ୍ରତି ସେ ପ୍ରୀତମପୁରୀ, ଆଚାର୍ଯ୍ୟବିହାର ଭୁବନେଶ୍ୱରରେ ରହୁଛନ୍ତି। ସେ କୁହନ୍ତି, ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍‌ ହିନ୍ଦ୍‌ ଫୌଜରେ ଯୋଗଦେଇ ଦେଶକୁ ସ୍ବାଧୀନ କରିବା ପାଇଁ ସଙ୍କଳ୍ପ ନେଇଥିଲେ ବାପା। ସେ ଥିଲେ ଜଣେ ସାହିତ୍ୟ ଓ ସଙ୍ଗୀତର ଅନୁରାଗୀ ମଣିଷ। ଯାହାଙ୍କ ପ୍ରଭାବ ମୋ ଉପରେ ପଡିଛି। ଆଉ ମୋ ଗାଁ ହିଁ ମତେ କବିତା ଲେଖିବାର ପ୍ରେରଣା ଦେଲା। ସମୁଦ୍ର ଏବଂ ସୁବର୍ଣ୍ଣରେଖା ନଦୀ ଯେଉଁଠି ହାତ ଧରାଧରି ହୋଇ ଝାଉଁବଣରେ ଲୁଚକାଳି ଖେଳନ୍ତି ସେଇଠି ମୋ ଗାଁ ଜଗାଇ। ଗାଁ ବିଦ୍ୟାଳୟରେ ପଢ଼ିଲାବେଳରୁ ହିଁ ସୃଜନଶୀଳତା ମୋ ମନକୁ ଉଦ୍‌ବେଳିତ କରୁଥିଲା। ପ୍ରଥମେ ମୁଁ କେବେ କବିତା ଲେଖିଲି ଠିକ୍‌ ଭାବରେ ମନେନାହିଁ। ମାତ୍ର ଷଷ୍ଠଶ୍ରେଣୀ ବେଳକୁ ମୋର ପ୍ରଥମ କବିତା ‘ମୋ ଘର’ ପ୍ରକାଶ ପାଇଥିଲା। ପତ୍ରିକାଟି ସ୍କୁଲ ଠିକଣାରେ ଆସିଥିଲା। ପ୍ରଥମେ ଆମ ପ୍ରଧାନ ଶିକ୍ଷୟିତ୍ରୀ ସେହି ପତ୍ରିକାଟିକୁ ଖୋଲିଥିଲେ ଏବଂ ସେଥିରେ ମୋ ଲେଖା ଦେଖି କେବଳ ମୁଁ ନୁହେଁ, ସାରା ସ୍କୁଲ ଯେମିତି ଖୁସିରେ ନାଚି ଉଠିଥିଲା। ଘରେ ବାପା ଏବଂ ମୋ ସାନଭାଇ ଆନନ୍ଦରେ ଆତ୍ମହରା ହୋଇଯାଇଥିଲେ। ଏହି କବିତା ପ୍ରକାଶ ପାଇବା ଉପଲକ୍ଷେ ବାପା ତାଙ୍କ ଅଫିସ୍‌ରେ ଏବଂ ଘରେ ରସଗୋଲା ବାଣ୍ଟିବା ସହ ଭୋଜି ବି ଦେଇଥିଲେ। ସେହି ସୁନ୍ଦର ସ୍ମୃତିର କଥା ଯେତେବେଳେ ବି ମନେପଡ଼େ ମୁଁ ଅନ୍ୟମନସ୍କ ହୋଇଯାଏ। ମୋର ପ୍ରଥମ କବିତା ପୁସ୍ତକ ‘କିଶଳୟ’ ଯେବେ ପ୍ରକାଶ ପାଇଥିଲା ସେତେବେଳେ ମୁଁ ଭଦ୍ରକ ଗାର୍ଲସ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଥିଲି। ତା’ପରେ ଭଦ୍ରକ କଲେଜରେ ବିଏ ପଢା ସମୟରେ ‘ଝଙ୍କାର’ରେ ଏକ କବିତା ପ୍ରକାଶିତ ହୋଇଥିଲା। ପରେ ଉଚ୍ଚଶିକ୍ଷା ପାଇଁ ଶାନ୍ତିନିକେତନ ଗଲି। ସେଠାରୁ ଏମ୍‌.ଏ ପରେ ୟୁଜିସି ଫେଲୋଶିପ୍‌ ପାଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଡ.ମାୟାଧର ମାନସିଂହଙ୍କ କାବ୍ୟକୀର୍ତ୍ତି ଉପରେ ପିଏଚ.ଡି. କଲି। ତା’ପରେ ପ୍ରଥମେ ଭଦ୍ରକ କଲେଜରେ ଅଧ୍ୟାପିକା ରୂପେ ନିଯୁକ୍ତି ପାଇଲି। ପରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନଙ୍କ ଦ୍ୱାରା ମନୋନିତ ହୋଇ ବିଜେବି କଲେଜରେ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଲି। ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ କଲେଜରେ ଅଧ୍ୟାପନା କଲି। କିନ୍ତୁ ମୋ କବି ଜୀବନର ତପସ୍ୟା ଭୂମିଥିଲା ଭଦ୍ରକ। ତା’ର ମାଟି ମୋ ପାଇଁ ତୀର୍ଥମାଟି। ତା’ ପାଣି ମୋ ପାଇଁ ପୁଣ୍ୟତୋୟା ନଦୀ ପରି ପବିତ୍ର। ତା’ ପବନରେ ମୁଁ ଆଘ୍ରାଣ କରିଛି ପ୍ରଥମ ଭିଜାମାଟିର ବାସ୍ନା। ଭଦ୍ରକର ଅନତି ଦୂରରେ ରକ୍ତତୀର୍ଥ ଇରମ, କବି ଜଗନ୍ନାଥ ପାଣି, କବୟିତ୍ରୀ ବିଦ୍ୟୁତ୍‌ପ୍ରଭା, କବି ଶେଖର ଚିନ୍ତାମଣି, କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଗାଁ। ସର୍ବୋପରି ପ୍ରିୟ ନଦୀ ସାଳନ୍ଦୀ ସେସବୁ ମିଶି ମୋ କବି ଚେତନାକୁ ରୁଦ୍ଧିମନ୍ତ କରିଛନ୍ତି। ମୋ ଜନ୍ମସ୍ଥାନ ‘ଜଗାଇ’ ତ ମୋ ମା’ପରି ଚିର ନମସ୍ୟା ଏବଂ ଆଦରଣୀୟା। ପିଲାଦିନେ ଲୋକଗଳ୍ପ ଏବଂ କାନ୍ଦଣା ଗୀତ ଶୁଣି ଶୁଣି ମୋ ଶୈଶବ କଟିଛି। ମାମୁଘରେ ପାଲା, ଦାସକାଠିଆରେ ବୈଦେହୀଶ ବିଳାସ ଏବଂ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରଭୃତି ବିଷୟ ଅଲୋଚନା ହେଉଥିଲା। ଭାଗବତ, ଗୀତା ଏବଂ ଗାଁରେ ଝିଅମାନେ ଶାଶୁଘର ଗଲାବେଳେ କାନ୍ଦଣାଗୀତ ମୁଖସ୍ଥ କରୁଥିଲେ, ଏଥିରେ ମୁଁ ଖୁବ୍‌ ପ୍ରଭାବିତ ହୋଇଛି। କିନ୍ତୁ ମୋର ବ୍ୟକ୍ତିସତ୍ତା ଯେତେବେଳେ କବିସତ୍ତାରେ ରୂପାନ୍ତରିତ ହୋଇଯାଏ, ମୁଁ ସେତେବେଳେ ଆଉଜଣେ କିଏ ହୋଇଯାଏ। ଜାଗତିକ ଜୀବନର ସବୁ ଜଞ୍ଜାଳ ସେତେବେଳେ ତୁଚ୍ଛ ହୋଇଥାଏ। ଜୀବନର ଗତିପଥରେ ବହୁ ତିକ୍ତ ମଧୁର ଅନୁଭୂତି ସହିତ ମୋ କବି ସତ୍ତା ସମ୍ପ୍ରସାରିତ ହୋଇଛି। ମୁଁ ଲେଖିଥିବା ପୁସ୍ତକ ମଧ୍ୟରେ ଫାଲ୍‌ଗୁନି ତିଥିର ଝିଅ, ଏକଲା ନଈର ଗୀତ, ଥରେଖାଲି ଡାକିଦେଲେ, ଶବ୍ଦର ପ୍ରତିମା, ମରିସସ୍‌ରେ ଦୀକ୍ଷା ଓ ଜେଜେମା, ଭାବୁଛି ଚିଠିଲେଖିବି ମାକୁ, କାଳନ୍ଦୀ ଶଙ୍ଖଚିଲ ଗାଁ, ସବୁରଖି ଗଲି, ସ୍ମୃତି ଶାନ୍ତିନିକେତନ, ଶବ୍ଦ ସରସ୍ବତୀ, ସାତସମୁଦ୍ର ତେରନଈ ଏମିତିରେ ପ୍ରାୟ ୫୦ଟି ଶିଶୁସାହିତ୍ୟ ପୁସ୍ତକ ଓ ପ୍ରାୟ ୪୦ଟି କବିତା ସଙ୍କଳନ ପ୍ରକାଶିତ ହୋଇସାରିଛି। ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ସଙ୍ଗୀତ ସିଡୀ -ବର୍ଷାଝରା ସ୍ମୃତିଭରା, ଅଧାଲେଖା ଚିଠି ଏବଂ ପ୍ରଫୁଲ୍ଲ କରଙ୍କ ଦ୍ୱାରା ଭାବର ଠାକୁର ତୁମେ ଭାବର ସାଗର, ଏଇ ଦୁନିଆର ପାନ୍ଥଶାଳାରେ, ଆମେ ସବୁ ଟିକିଫୁଲ ଆଦି ସଙ୍ଗୀତ ଲୋକପ୍ରିୟ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ, ପଞ୍ଜାବ କଳା ଏକାଡେମୀ ଚଣ୍ଡିଗଡ଼, ମିନାବଜାର ସମେତ ବିଭିନ୍ନ ଅନୁଷ୍ଠାନରୁ ଶତାଧିକ ପୁରସ୍କାର ଓ ସମ୍ମାନ ମିଳିସାରିଛି। ତେବେ ମୋ ପରିବାରରେ ମୋ ଲେଖାଲେଖିକୁ ଯିଏ ଅଧିକ ପ୍ରେରଣା ଦେବା ସହ ଉତ୍ସାହିତ କରନ୍ତି ସେ ହେଲେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବାର ଉଚ୍ଚପଦାଧିକାରୀ ସ୍ବାମୀ ବାସବ କୁମାର ମହାପାତ୍ର। ମୋର ଗୋଟିଏ ପୁଅ ଗୋଟିଏ ଝିଅ ନିଜ ନିଜ ସ୍ଥାନରେ ସୁପ୍ରତିଷ୍ଠିତ। ଅନ୍ୟପକ୍ଷେ ପ୍ରତିବର୍ଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀରେ ଆଜକୁ ପ୍ରାୟ ୩୦ବର୍ଷ ଧରି ମୋ ଶାଶୁଙ୍କ ନାମରେ ନାମିତ ‘ରତ୍ନମଣି ସ୍ମୃତି ସମ୍ମାନ’କୁ ଜଣେ ପ୍ରତିଷ୍ଠିତ କବିଙ୍କୁ ପ୍ରଦାନ କରାଯାଉଛି। ତେବେ ଏତିକି କହିବି ମୋ ଅବର୍ତ୍ତମାନରେ ଯଦି ମୁଁ ପାଠକମାନଙ୍କ ହୃଦୟରେ ବଞ୍ଚିରହିବି ନିଶ୍ଚିତ ଭାବରେ କବିପ୍ରାଣ ସାର୍ଥକ ହେବ।
-ବନବିହାରୀ

 


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri