Posted inଜାତୀୟ

ଶିନ୍ଦେ ଧନୁତୀର ଚିହ୍ନ ଦାବି କରିପାରିବେ ନାହିଁ

ନୂଆଦିଲ୍ଲୀ,୮।୧୦: ଶିବସେନା ଓ ଏହାର ଚିହ୍ନକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସୁପ୍ରିମକୋର୍ଟ ଏହାର ନିଷ୍ପତ୍ତି ନିର୍ବାଚନ କମିଶନଙ୍କ ଉପରେ ଛାଡ଼ିଥିଲେ। ଏକନାଥ ଓ ତାଙ୍କ ସମର୍ଥକ ବିଧାୟକମାନେ ସ୍ବେଚ୍ଛାକୃତ ଭାବେ ଶିବସେନା ଛାଡ଼ିଥିବାରୁ ସେମାନେ ଦଳୀୟ ଚିହ୍ନ ଧନୁତୀର ପାଇଁ ଦାବି କରିପାରିବେ ନାହିଁ ବୋଲି ଠାକ୍‌ରେ ନିର୍ବାଚନ କମିଶନଙ୍କୁ ଶୁକ୍ରବାର ଜଣାଇଛନ୍ତି। ଅନ୍ଧେରୀ ଇଷ୍ଟ ଆସନରେ ନଭେମ୍ବର ୩ରେ ହେବାକୁ ଯାଉଥିବା ବିଧାନସଭା ଉପନିର୍ବାଚନ ଲାଗି ଶିନ୍ଦେ ଗୋଷ୍ଠୀ ଧନୁତୀର ଚିହ୍ନ ଦାବି କରିଥିଲେ। ଠାକ୍‌ରେ ଗୋଷ୍ଠୀ ଉକ୍ତ ଆସନ ଲାଗି ଦିବଂଗତ ବିଧାୟକ ରମେଶ ଲାଟ୍‌କେଙ୍କ ସ୍ତ୍ରୀ ଋତୁଜାଙ୍କୁ ପ୍ରାର୍ଥୀ କରିଥିବାବେଳେ ଶିନ୍ଦେ ଗୋଷ୍ଠୀ ଭାଜପା ପ୍ରାର୍ଥୀ ମୁରଜୀ ପଟେଲଙ୍କକୁ ସମର୍ଥନ ଜଣାଇଛି। ଶିନ୍ଦେ ଗୋଷ୍ଠୀଙ୍କ ଦାବି ଉପରେ ନିର୍ବାଚନ କମିଶନ ଠାକ୍‌ରେଙ୍କ ଗୋଷ୍ଠୀକୁ ଜବାବ ମାଗିଥିଲେ।
ଗତ ଜୁନ୍‌ରେ ଠାକ୍‌ରେ ସରକାର କ୍ଷମତାରୁ ଯିବା ପରେ ପ୍ରଥମ ଥର ନିର୍ବାଚନ ଅନଷ୍ଠିତ ହେବାକୁ ଯାଉଛି। ଶିବସେନାରେ ବିଭାଜନ ପରେ ଭାଜପା ସମର୍ଥନରେ ଏକନାଥ ଶିନ୍ଦେ ସରକାର ଗଢ଼ିଥିବାବେଳେ ତାଙ୍କ ପଛରେ ସଂଖ୍ୟାଧିକ ଦଳୀୟ ବିଧାୟକ ଓ ଏମ୍‌ପିଙ୍କ ସମର୍ଥନ ରହିଛି। ତେଣୁ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ସ୍ବୀକୃତି ଦେବା ସହ ଧନୁତୀର ଚିହ୍ନ ପ୍ରଦାନ ଲାଗି ଶିନ୍ଦେ ଦାବି କରୁଛନ୍ତି। ଅନ୍ୟପକ୍ଷରେ ବ୍ୟବସ୍ଥା ଅନୁଯାୟୀ ଦଳର ଅଧ୍ୟକ୍ଷ ରହିଥିବା ଠାକ୍‌ରେ କହିଛନ୍ତି, ଶିନ୍ଦେ ଗୋଷ୍ଠୀ ବିଧାୟକମାନଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ଆବେଦନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଥିବାରୁ ସେମାନଙ୍କୁ ଦଳର ସଦସ୍ୟ ଭାବେ ଗଣାଯିବା ଉଚିତ ନୁହେଁ। ଦଳୀୟ ସଦସ୍ୟଙ୍କଠାରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ସତ୍ୟପାଠ ସଂଗ୍ରହ ଲକ୍ଷ୍ୟ ରଖିଥିବା ଠାକ୍‌ରେ କହିଛନ୍ତି, ତାଙ୍କ ବାପା ବାଲ୍‌ ଠାକ୍‌ରେ ୫୦ ବର୍ଷ ପୂର୍ବେ ଦଳ ପ୍ରତିଷ୍ଠା କରିଥିଲେ। ଅନ୍ୟପକ୍ଷରେ ଶିନ୍ଦେ ନିଜକୁ ବାଲ୍‌ ଠାକ୍‌ରେଙ୍କ ହିନ୍ଦୁତ୍ୱର ପ୍ରକୃତ ଲିଗାସୀ ବୋଲି ଦାବି କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଗମ୍ଭୀରଙ୍କ ଅଦ୍ଭୁତ ଷ୍ଟ୍ରାଟେଜି: ଶେଷ ଓଭରରେ କଲେ ଏମିତି ମିଳିଲା ତୁରନ୍ତ ସଫଳତା

ଧର୍ମଶାଳା,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଏକ ଅଦ୍ଭୁତ ରଣନୀତି...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri