ଟାମ୍ପରଗଡ଼ ଶକ୍ତିପୀଠ ଜରାଜୀର୍ଣ୍ଣ

ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର ଜିଲାରେ ଅନେକ ଐତିହ୍ୟସମ୍ପନ୍ନ ପ୍ରାଚୀନ କୀର୍ତ୍ତିରାଜି ରହିଛି। ତନ୍ମଧ୍ୟରେ ଆଦିବାସୀ ବହୁଳ ଯୁଯୁମୁରା ବ୍ଲକର ଟାମ୍ପରଗଡ଼ ଗ୍ରାମରେ ଥିବା ମା’ ଦକ୍ଷିଣକାଳୀଙ୍କ ଶକ୍ତିପୀଠ ଅନ୍ୟତମ। ପ୍ରାୟ ୩ଶହ ବର୍ଷ ପୁରାତନ ଏହି ପୀଠ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇ ପଡିରହିଛି।
କୁଟାସିଂହା ପାହାଡ଼ ତଳେ ଅବସ୍ଥିତ ମନ୍ଦିର ଉଚ୍ଚତା ପ୍ରାୟ ୪୦ଫୁଟ୍‌ ହେବ। ଏହାର ନିର୍ମାଣଶୈଳୀ ବେଶ୍‌ ଆକର୍ଷଣୀୟ। ମୁଖ୍ୟ ମନ୍ଦିର ଓ ଗର୍ଭଗୃହକୁ ଲାଗି ରହିଛି ୧୫ଫୁଟ୍‌ ଉଚ୍ଚତାର ମୁଖଶାଳା। ମନ୍ଦିରରେ ବ୍ୟବହାର ହୋଇଥିବା ଇଟାଗୁଡ଼ିକ ମଧ୍ୟଯୁଗୀୟ ବୋଲି କୁହାଯାଉଛି। ମନ୍ଦିର ପାର୍ଶ୍ୱରେ ରହିଛି ଏକ ବୃହତ୍‌ ଜଳାଶୟ। ଚତୁଃପାର୍ଶ୍ୱରେ ବର, ବେଲ ଓ ଅନ୍ୟାନ୍ୟ ଗଛ ରହିଛି। ଅନତି ଦୂରରେ କୁଟାସିଂହାର ଗରିଆଖମନ ପାହାଡ଼ର ପ୍ରାକୃତିକ ପରିବେଶ ଏହାର ଶୋଭା ବଢ଼ାଉଛି। ମନ୍ଦିରରେ ଦେବୀ ପୂଜା ପାଉ ନ ଥିଲେ ମଧ୍ୟ ପାର୍ଶ୍ୱରେ ଥିବା ଗୃହରେ ମା’ ଦକ୍ଷିଣକାଳୀଙ୍କୁ ପୂଜା କରାଯାଉଛି। ଏହାସହ ଝାଡ଼େଶ୍ୱର ବାବାଙ୍କ ନାମରେ ମହାଦେବଙ୍କୁ ପୂଜା କରାଯାଉଛି। ମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଏ। ସ୍ଥାନୀୟ ଜମିଦାରଙ୍କ ପରିବାର ପର୍ବପର୍ବାଣି ସମୟରେ ଆସି ପୂଜା କରନ୍ତି। ଶୈବ ଓ ଶକ୍ତିପୀଠ ଭାବେ ଏହି ସ୍ଥାନର ପ୍ରସିଦ୍ଧି ରହିଛି। ବର୍ଷତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବା ବେଳେ ଦଶହରା, ଚୈତ୍ର ମାସରେ ବହୁ ଭକ୍ତଙ୍କ ଭିଡ଼ ହୋଇଥାଏ। ଜିଲା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନେ ଆସି ମାନସିକ ରଖିଥାନ୍ତି। ଭଗବାନଙ୍କ ପାଖରେ ଯାହା ମନାସିଲେ ତାହା ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଜନଶ୍ରୁତି ଅନୁସାରେ ପ୍ରାୟ ୩ଶହ ବର୍ଷ ପୂର୍ବେ ତତ୍‌କାଳୀନ ଜମିଦାର ଜଳନ୍ଧର ସିଂଦେଓ ସ୍ବପ୍ନାଦେଶ ପାଇ ଏହି ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର ପ୍ରତିଷ୍ଠା କରିବାକୁ ପ୍ରସ୍ତୁତି କରୁଥିବା ସମୟରେ ମା’ ଦକ୍ଷିଣକାଳୀ ମନ୍ଦିର ବାହାରେ ଅସ୍ଥାୟୀ ସ୍ଥାନରେ ବିରାଜମାନ କରାଇ ପୂଜା କରିବାକୁ ପୁଣି ସ୍ବପ୍ନାଦେଶ ଦେଇଥିଲେ। ସେହିଦିନଠାରୁ ମନ୍ଦିର ପାର୍ଶ୍ୱରେ କାଳୀ ଓ ଶିବଙ୍କୁ ପୂଜା କରାଯାଉଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୀଠ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି। ମନ୍ଦିର ଚାରିପାଖରେ ଶିଉଳି ଓ ଅନାବନା ଗଛଲତା ଆଚ୍ଛାଦିତ ହୋଇ ରହିଛି। କୀର୍ତ୍ତିରାଜି ଓ ଐତିହ୍ୟକୁ ସୁରକ୍ଷା ଦେବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଐତିହ୍ୟପୂର୍ଣ୍ଣ ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ବ ଓ ଦେବୋତ୍ତର ବିଭାଗ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁନରୁଦ୍ଧାର କରାଯାଉ ବୋଲି ସ୍ଥାନୀୟ ଗ୍ରାମବାସୀ, ମନ୍ଦିର ପୂଜକ ଓ ଐତିହାସିକମାନେ ଦାବି କରିଛନ୍ତି। ଅନ୍ୟ ମନ୍ଦିର ଓ ପ୍ରାଚୀନ କୀର୍ତ୍ତିରାଜି ଭଳି ଟାମ୍ପରଗଡ଼ର ଏହି ପ୍ରାଚୀନ ମନ୍ଦିର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି। ମନ୍ଦିର ପୂଜକ ପ୍ରମୋଦ ବଡ଼ପଣ୍ଡା ମନ୍ଦିରର ମଧ୍ୟ ପୁନରୁଦ୍ଧାର କରାଯାଉ ବୋଲି କହିଛନ୍ତି। ଏ ସମ୍ପର୍କରେ ରେଢ଼ାଖୋଲ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି, ଏହି ପ୍ରାଚୀନ କୀର୍ତ୍ତି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଆସୁଛି। ତେଣୁ ଏହାର ପୁନରୁଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଅନୁରୂପ ଭାବେ ପର୍ଯ୍ୟଟନ ବିଭାଗ ଅଧିକାରୀ ହେମନ୍ତ ପ୍ରଧାନ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ଶୀଘ୍ର ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଜିଲାପାଳଙ୍କ ଜରିଆରେ ପୁନରୁଦ୍ଧାର ପାଇଁ ଚିଠି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…

ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...

କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ

ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ):  ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମେସିଙ୍କୁ ବଡ଼ ଗିଫ୍ଟ ଦେଲେ ଅନନ୍ତ ଅମ୍ବାନୀ: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ଜାମନଗରର ବନତାରା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମେସି ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ କେନ୍ଦ୍ରରେ ପାରମ୍ପରିକ ରୀତିନୀତିରେ...

Stokes-Archer Fight VIDEO: ବେନ୍ ଷ୍ଟୋକ୍ସ ଏବଂ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ କାହିଁକି ହେଲା ଝଗଡ଼ା?

ନୂଆଦିଲ୍ଲୀ,୧୮।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଆସେସ୍ ଟେଷ୍ଟରେ ଇଂଲଣ୍ଡର ଖରାପ ପ୍ରଦର୍ଶନର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ସେଥିପାଇଁ ଇଂଲଣ୍ଡ ଅଧିନାୟକ ଏବଂ ଖେଳାଳିମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri