ପାଠପଢ଼ା ସାଙ୍ଗକୁ ଖେଳରେ ବି ଧୁରନ୍ଧର

ସିମୁଳିଆ, ୨୨ା୭(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସିମୁଳିଆ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ବବିତା ମହାପାତ୍ର(୧୬)। ବିଭିନ୍ନ କ୍ରୀଡ଼ା ସହିତ ପାଠପଢ଼ାରେ ବେଶ୍‌ ଧୁରନ୍ଧର। ଜଣେ ଅଲ୍‌ରାଉଣ୍ଡର ଭାବେ ସେ କଲେଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗୋଟିଏ ଆନ୍ତର୍ଜାତିକ, ୪ଟି ଜାତୀୟ ଓ ୧୦ଟି ରାଜ୍ୟସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ୫୦ରୁ ଊର୍ଦ୍ଧ୍ୱ ପ୍ରମାଣପତ୍ର ପାଇଛନ୍ତି। ତାଙ୍କୁ ମଧ୍ୟ ମିଳିଛି ଶ୍ରେଷ୍ଠ କ୍ରୀଡ଼ାବିତ୍‌ ସମ୍ମାନ। ସଫ୍ଟବଲ ଓ ରଗ୍‌ବୀ କ୍ରୀଡ଼ା ତାଙ୍କର ଅତି ପ୍ରିୟ। ଆନ୍ତର୍ଜାତିକ ରଗ୍‌ବୀ କ୍ରୀଡ଼ାରେ ଭାଗନେଇ ସେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। କ୍ରୀଡ଼ା ପ୍ରତିଭାର ବିକାଶ ଲାଗି ନିୟମିତ ଅଭ୍ୟାସ କରୁଛନ୍ତି। ଆଗକୁ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ପାଠ ପଢ଼ି ପୋଲିସ ଚାକିରି କରିବା ତାଙ୍କର ଭିନ୍ନ ଏକ ଅଭିଳାଷ ରହିଛି ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି।
ଏକ ଗରିବ ପରିବାରରେ ଜନ୍ମ ନେଇଥିବା ବବିତାଙ୍କ କ୍ରୀଡ଼ା ପ୍ରତିଭା ପିଲାଦିନୁ ବାରିହୋଇପଡିଥିଲା। ତାଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଙ୍ଗରଖଡିଗଡିଆ ପଞ୍ଚାୟତର ବଣା ଅଞ୍ଚଳରେ। ସେ ନିଜ ଅଞ୍ଚଳର ସରସ୍ବତୀ ଶିଶୁମନ୍ଦିରରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବେଳେ ଲଙ୍ଗଜମ୍ପ୍‌ କ୍ରୀଡ଼ାରେ ଭାଗ ନେଇଥିଲେ। ପରେ ଲକ୍ଷ୍ମୀନାରାୟଣ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଦୌଡ଼ ଓ ଲଙ୍ଗଜମ୍ପ୍‌ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। ରଘୁନାରାୟଣ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କ୍ରୀଡ଼ା ଶିକ୍ଷକ ବିଭୁଦତ୍ତ ରଥଙ୍କ ତତ୍ତ୍ୱାବଧାନରେ ବାଲେଶ୍ୱରରେ ଅନୁଷ୍ଠିତ ଜିଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ନବମ ଶ୍ରେଣୀରେ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ରଗ୍‌ବୀ କ୍ରୀଡ଼ାରେ ଭାଗ ନେଇଥିଲେ। ପରେ ଦଶମ ଶ୍ରେଣୀରେ ହାଇଦ୍ରାବାଦରେ ଅନୁଷ୍ଠିତ ଜାତୀୟ ସଫ୍ଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ା ବବିତା କହନ୍ତି, ଦଶମ ଶ୍ରେଣୀରେ ପଢୁଥିବା ବେଳେ ସେ ସର୍ବାଧିକ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି ା ଭୁବନେଶ୍ୱରରେ ଅନୁଷ୍ଠିତ ଦୁଇଟି ରାଜ୍ୟସ୍ତରୀୟ ରଗ୍‌ବୀ ମ୍ୟାଚ୍‌, ଝାରସୁଗୁଡାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟେନିକଏଟ୍‌ ମ୍ୟାଚ୍‌, ପୁରୀରେ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ, ବାଲେଶ୍ୱରରେ ରାଜ୍ୟସ୍ତରୀୟ ସଫ୍ଟବଲ, ଭଦ୍ରକରେ ରାଜ୍ୟସ୍ତରୀୟ ରଗ୍‌ବୀ ଓ ମାର୍କୋଣାର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଫ୍ଟବଲ ମ୍ୟାଚ୍‌ରେ ଅଂଶଗ୍ରହଣ କରିଥିଲେ ା ପରେ ସିମୁଳିଆ କଲେଜର କ୍ରୀଡ଼ା ଅଧ୍ୟାପକ ବାଇଧର ମହାକୁଡ଼ଙ୍କ ତତ୍ତ୍ୱାବଧାନରେ ସେ ଯୁକ୍ତ ଦୁଇ ଷ୍ଟେଟ୍‌ କାଉନ୍‌ସିଲ ଦ୍ୱାରା ମନୋନୀତ ହୋଇ କିଟ୍‌ ପରିସରରେ ଅନୁଷ୍ଠିତ ଆନ୍ତର୍ଜାତିକ ରଗ୍‌ବୀ କ୍ରୀଡ଼ାରେ ଭାଗନେଇ ଗୋଲ୍ଡମେଡାଲ ହାସଲ କରିଥିଲେ। ତାଙ୍କ କୋଚ୍‌ ଥିଲେ ଶତ୍ରୁଜିତ୍‌ ଦଳାଇ ଓ ଉଷାକାନ୍ତ ମହାଳିକ। ସଫ୍ଟବଲ ତାଙ୍କର ପ୍ରିୟ ଖେଳ ହୋଇଥିଲେ ବି କଲେଜରେ ଏହି ଖେଳ ଅଭ୍ୟାସ ଲାଗି ବ୍ୟବସ୍ଥା ନ ଥିବାରୁ ସେ ରଗ୍‌ବୀ ଖେଳୁଛନ୍ତି ା ପ୍ରୋତ୍ସାହନ ମିଳିଲେ ସେ ଆଗକୁ ଅଧିକ ପଢିପାରିବେ ବୋଲି ବବିତା କହିଛନ୍ତି। ତାଙ୍କ ମା’ ସରିତା ଓ ବାପା କୈବଲ୍ୟ ମହାପାତ୍ର ଝିଅର କ୍ୟାରିୟର ନେଇ ଖୁବ୍‌ ଆଶାବାଦୀ। ସେମାନେ ଏକ ଛୋଟ ଦୋକାନ କରି ପରିବାର ଚଳାଇବା ସହିତ ଝିଅକୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେଇଛନ୍ତି ା ପ୍ରତ୍ୟେକ ଦିନ ସକାଳେ ବବିତା କଲେଜ ଯିବା ପରେ ଅପରାହ୍ନରେ ଘରଠାରୁ ୨କି.ମି. ଦୂର ରଘୁନାରାୟଣ ହାଇସ୍କୁଲ ପଡିଆରେ ଖେଳ ପାଇଁ ଅଭ୍ୟାସ କରିଥାନ୍ତି। ତାଙ୍କ ଭାଇ ପଦ୍ମଲୋଚନ ମଧ୍ୟ ତାଙ୍କୁ ଉତ୍ସାହିତ କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri