Odisha Elections 2024

୪ବର୍ଷ ହେଲା ଖୋଲିନାହିଁ ଚାବି

ରାସୋଳ, ୩୦।୯(ଡି.ଏନ୍‌.ଏ.): ଚାଷୀଙ୍କୁ ଦିଆଯିବ କୃଷି ସମ୍ପର୍କିତ ପରାମର୍ଶ। ଫସଲରେ ରୋଗପୋକ ବ୍ୟାପିଲେ ଏଥିରୁ ମୁକୁଳିବାର ବାଟ ବତାଇବେ ଅଧିକାରୀ। ସରକାରଙ୍କ ଚାଷଭିତ୍ତିକ ଯୋଜନାର ପ୍ରଚାର ପ୍ରସାର ଏବଂ ଏହାର ଲାଭ ଯେପରି ପ୍ରକୃତ ହିତାଧିକାରୀ ପାଇବେ ତାହାକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି କୃଷକ ପରାମର୍ଶ କେନ୍ଦ୍ର। ଅଧିକାରୀଙ୍କ ରହିବା ଲାଗି କ୍ୱାର୍ଟର୍ସ ବି ଅଛି। ହେଲେ ଦୀର୍ଘ ୪ବର୍ଷ ହେଲା ଅଫିସ ତାଲା ଖୋଲୁନାହଁି କି କାହାରି ପାଦ ପଡ଼ିନି। ଫଳରେ ବଣବୁଦାରେ ପରିପୂର୍ଣ୍ଣ ହୋଇ ଭୂତକୋଠିରେ ପରିଣତ ହୋଇଛି ରାସୋଳ ସଦରରେ ଥିବା କୃଷକ ପରାମର୍ଶ କେନ୍ଦ୍ର।
ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଅନ୍ୟତମ କୃଷିପ୍ରଧାନ ଅଞ୍ଚଳ ରାସୋଳରେ ବହୁ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି କୃଷକ ପରାମର୍ଶ କେନ୍ଦ୍ର କାର୍ଯ୍ୟାଳୟ। ନୂଆ ରଙ୍ଗରେ ଚକ୍‌ଚକ୍‌ କରୁଛି କୋଠା। କ୍ୱାର୍ଟର୍ସ ବି ଅଛି। ହେଲେ କାର୍ଯ୍ୟାଳୟ ଆରମ୍ଭ ହେବା ଦିନରୁ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ସଫେଇ କରାଯାଉ ନ ଥିବାରୁ ଅଫିସ ପରିସର ଅରଣ୍ୟର ଭ୍ରମ ସୃଷ୍ଟି କରୁଛି। ଏଠାରେ ଚାଷୀଙ୍କ ମାର୍ଗଦର୍ଶନ କରିବା ଭଳି ଏକ କାର୍ଯ୍ୟାଳୟ ରହିଛି ବୋଲି ଅନେକେ ଜାଣି ପାରୁନାହାନ୍ତି। ଫଳରେ ଏଭଳି ଏକ ବହୁମୁଖୀ କାର୍ଯ୍ୟାଳୟ ଲକ୍ଷ୍ୟରୁ ବାଟ ହୁଡ଼ିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପକ୍ଷେ ଏହି ଅଫିସର ତାଲା କାହା ପାଖରେ ଅଛି, ତାହା ସ୍ପଷ୍ଟ ହେଉନାହିଁ। ଜଣେ ଠିକାଦାର ଉକ୍ତ କାର୍ଯ୍ୟାଳୟରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଉପକରଣ ରଖୁଥିବା ଅଞ୍ଚଳବାସୀ କହିଛନ୍ତି, ଯାହା ତଦନ୍ତ ସାପେକ୍ଷ। ରାସୋଳରେ ଏକ କୃଷି ପରାମର୍ଶ କେନ୍ଦ୍ର ଥିବା ଏବଂ କର୍ମଚାରୀ ଆସୁଥିବା ଅଧିକାଂଶ ଚାଷୀଙ୍କ ପାଖରେ ସୂଚନା ନ ଥିବା ଚାଷୀ ଅଭୟ ସାହୁ, ଅନାଥ ସ୍ବାଇଁ, ବଳଭଦ୍ର ପରିଡ଼ା, ମେଘନାଦ ଦେହୁରୀ, ତ୍ରିନାଥ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଏଏଓ ସନ୍ତୋଷ କୁମାର ତରାଇ କୁହନ୍ତି, ଉକ୍ତ ଅଫିସ ଭିଏଲ୍‌ଡବ୍ଲ୍ୟୁ ଉମେଶ ନାୟକଙ୍କ ଦାୟିତ୍ୱରେ ଅଛି। ନୂଆ ଆସିଥିବାରୁ କ୍ୱାର୍ଟର୍ସରେ ରହିନାହାନ୍ତି। ଆଉ କ’ଣ ସମସ୍ୟା ଅଛି, ବୁଝି କହିବେ ବୋଲି ସେ କହିଛନ୍ତି। ଭିଏଲ୍‌ଡବ୍ଲ୍ୟୁ ନାୟକ କୁହନ୍ତି, ସେ ୧୦ ମାସ ହେଲା ରାସୋଳ ଆସିଛନ୍ତି। କୁନୁଆ ଦାୟିତ୍ୱରେ ଅଛନ୍ତି। ରାସୋଳରେ ଅଫିସ କାର୍ଯ୍ୟକ୍ଷମ ହୋଇନାହିଁ। ଖୁବ୍‌ଶୀଘ୍ର ଏହାର ପରିସର ସଫାସୁତରା କରାଯିବ। ଚାବି ସମ୍ପର୍କରେ ପଚରାଯିବାରେ ସେ କୁହନ୍ତି, ପରାମର୍ଶ କେନ୍ଦ୍ର ଚାବିଟି ବ୍ଲକ କୃଷି କାର୍ଯ୍ୟାଳୟରେ ଥାଇପାରେ। ତେବେ କ୍ୱାର୍ଟର୍ସ ଚାବି କାହା ପାଖରେ ଅଛି, ସେ ଜାଣି ନ ଥିବା କହିଛନ୍ତି।

ଧର୍ମକୁ ଆଖିଠାର ଛଡ଼ା ଅନ୍ୟ କିଛି ନୁହେଁ
କୃଷି ପରାମର୍ଶ କେନ୍ଦ୍ର ସମ୍ମୁଖରେ ମୋ’ ଘର। କାର୍ଯ୍ୟାଳୟ ହେବାର ୪ ବର୍ଷ ଭିତରେ କୌଣସି କୃଷି ବିଭାଗ ଅଧିକାରୀ କି କର୍ମଚାରୀଙ୍କ ପାଦ ପଡ଼ିନି। କେହି ରହୁ ନ ଥିବାରୁ ଅଫିସ ଜଙ୍ଗଲ ହେଲାଣି। ଏହା ଧର୍ମକୁ ଆଖିଠାର।
-ରବିନାରାୟଣ ସାହୁ, ରାସୋଳ
ଉଦ୍ଦେଶ୍ୟ ବାଟବଣା ହୋଇଛି
ଚାଷୀଙ୍କ ସୁବିଧା ପାଇଁ କାର୍ଯ୍ୟାଳୟ କରିଦେଲେ। ହେଲେ କୌଣସି ଅଧିକାରୀଙ୍କ ପାଦ ପଡୁନି କି ଏହା ଚାଷୀଙ୍କ କାମରେ ଆସୁନାହିଁ। ସରକାର ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପ୍ରକୃତ ଉଦ୍ଦେଶ୍ୟ ବାଟବଣା ହୋଇଛି।
-ନିରଞ୍ଜନ ସାହୁ, ରାସୋଳ


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri