Posted inଜାତୀୟ

ସିଡିଏସ୍‌ ଭାବେ ଦାୟିତ୍ୱ ଗ୍ରହଣ ଅନିଲ ଚୌହାନ

ନୂଆଦିଲ୍ଲୀ,୩୦।୯: ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ପରେ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଅନିଲ ଚୌହାନ ନୂତନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଛନ୍ତି, ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ପଦବୀର ଦାୟିତ୍ୱ ନେଇଥିବାରୁ ମୁଁ ଗର୍ବିତ। ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଭାବରେ ମୁଁ ତିନି ପ୍ରତିରକ୍ଷା ବାହିନୀର ଆଶା ପୂରଣ କରିବାକୁ ଚେଷ୍ଟା କରିବି। ଆମେ ସମସ୍ତେ ମିଶି ଆହ୍ବାନ ଏବଂ କଠିନ ପରିସ୍ଥିତିର ସାମ୍ନା କରିବା।
ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବାର ପ୍ରାୟ ୧୦ ମାସ ବ୍ୟବଧାନ ପରେ କେନ୍ଦ୍ର ସରକାର ବୁଧବାର ପ୍ରାକ୍ତନ ସେନା ଅଧିକାରୀ ଚୌହାନଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।
୧୯୬୧ରେ ଜନ୍ମିତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଅନିଲ ଚୌହାନ ହେଉଛନ୍ତି ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ), ଖଡ଼କଓ୍ବାଲ୍‌ସା ଏବଂ ଭାରତୀୟ ସାମରିକ ଏକାଡେମୀ (ଆଇଏମ୍‌ଏ)ରେ ପ୍ରାକ୍ତନ ଛାତ୍ର। ୧୯୮୧ରେ ୧୧ ଗୋର୍ଖା ରାଇଫଲ୍ସରେ ଯୋଗଦେଇଥିବା ଚୌହାନ ୨୦୨୧ ମେ’ ୩୧ରେ ସେନାର ଇଷ୍ଟର୍ନ କମାଣ୍ଡ ଚିଫ୍‌ ପଦରୁ ଅବସର ନେଇଥିଲେ। ଦୀର୍ଘ ୪୦ ବର୍ଷର କ୍ୟାରିୟର ମଧ୍ୟରେ ସେ ସଶସ୍ତ୍ର ବଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଅଳଙ୍କୃତ କରିଥିଲେ। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ଉତ୍ତର-ପୂର୍ବରେ ଉଗ୍ରପନ୍ଥୀ ଦମନ ପାଇଁ ଅନେକ ଅପରେଶନର ନେତୃତ୍ୱ ନେଇଥିଲେ। ଭାରତୀୟ ସେନା ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଅନିଲ ଚୌହାନଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଟ ସେବା ମେଡାଲ ଭଳି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି। ସିଡିଏସ୍‌ ହେଉଛନ୍ତି ଚିଫ୍‌ସ ଅଫ୍‌ ଷ୍ଟାଫ୍‌ କମିଟିର ସ୍ଥାୟୀ ଅଧ୍ୟକ୍ଷ। ଏଥିସହ ସେ ପ୍ରତିରକ୍ଷା ମନ୍ତ୍ରଣାଳୟର ସାମରିକ ବ୍ୟାପାର ସଚିବ ତଥା ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁଖ୍ୟ ସାମରିକ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବେ। ପ୍ରକାଶ ଯେ, ସ୍ଥଳସେନା, ବାୟୁସେନା ଓ ନୌସେନାରେ ସମନ୍ବୟ ରକ୍ଷାକରି ସଶସ୍ତ୍ର ବଳକୁ ମଜଭୁତ କରିବା ପାଇଁ ୨୦୨୦ ଜାନୁୟାରୀରେ କେନ୍ଦ୍ର ସରକାର ସିଡିଏସ୍‌ ପଦବୀ ସୃଷ୍ଟି କରିଥିଲେ। ୨୦୨୧ ଡିସେମ୍ବରରେ ୮ରେ ଭାରତର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ ଓ ତାଙ୍କ ସ୍ତ୍ରୀ ମଧୁଲିକା ରାଓ୍ବତ୍‌ଙ୍କ ସମେତ ଅନ୍ୟ ୧୧ ଜଣଙ୍କୁ ନେଇ ଯାଉଥିବା ଭାରତୀୟ ବାୟୁସେନା(ଆଇଏଏଫ୍‌)ର ଏମ୍‌ଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଡିଏସ୍‌ଙ୍କ ସମେତ ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେବେଠୁ ଏହି ଗୁରୁତ୍ୱପୂର୍ଣ୍ଣ ସାମରିକ ପଦବୀ ଖାଲି ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri