Odisha Elections 2024

ସୀମା ଟପିଲେ ଭୟଙ୍କର ପରିଣାମ

ମସ୍କୋ/ଓ୍ବାଶିଂଟନ୍‌, ୨୭ା୯: ପ୍ରାୟ ୭ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ୟୁକ୍ରେନ୍‌ର ଖର୍କିଭ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରୁ ରୁଷିଆ ସୈନ୍ୟ ପଛଘୁଞ୍ଚା ଦେବା ପରେ ଏବେ କ୍ରେମଲିନ୍‌ ୟୁରୋପକୁ ଆଣବିକ ଆକ୍ରମଣ ଧମକ ଦେଉଛି। ଏହି ଧମକ ଅତିରଞ୍ଜିତ ନୁହେଁ ଏବଂ ରୁଷିଆର ସୁରକ୍ଷା ବିପଦରେ ପଡ଼ିଲେ ଅଣୁ ଅସ୍ତ୍ର ବ୍ୟବହାର କରାଯିବ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିସାରିଛନ୍ତି। ଏହାବାଦ୍‌ ପୂର୍ବ ୟୁକ୍ରେନ୍‌ର ଲୁହାନ୍‌ସ୍କ, ଡୋନେସ୍କ, ଖେରସନ୍‌, ଜାପୋରିଜିଝିଆକୁ ରୁଷିଆ ନିଜ ଭୂଖଣ୍ଡରେ ସାମିଲ କରାଇବା ପାଇଁ ସେଠାରେ ଗଣଭୋଟ ଆୟୋଜନ କରିଛି। ଯଦି ଏହି ଅଞ୍ଚଳଗୁଡ଼ିକୁ କେହି ଦଖଲ କରିବାକୁ ଚେଷ୍ଟା କରନ୍ତି ତେବେ ରୁଷିଆ ସେଠାରେ ନିଜର ପୁରା ଶକ୍ତି ଲଗାଇବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଧମକ ଦେଇଛନ୍ତି। ଏହାକୁ ନେଇ ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ମସ୍କୋ ନିଜ ସୀମା ଭିତରେ ନ ରହିଲେ ଏହାର ଭୟଙ୍କର ପରିଣାମ ଭୋଗିବ ବୋଲି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକି ସୁଲେଭାନ୍‌ କହିଛନ୍ତି।
ଭୂମିକୁ ରୁଷିଆ ଦଖଲକୁ ନେବା ନାଟୋ ଓ ମସ୍କୋ ମୁହାଁମୁହିଁ ହେବା ଭଳି ସ୍ଥିତି ଉପୁଜାଇଛି। କାରଣ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ୍‌କୁ ସାମରିକା ସହାୟତା ଯୋଗାଇଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ସାକ୍ଷାତକାରରେ ସୁଲେଭାନ କହିଛନ୍ତି, ୟୁକ୍ରେନ୍‌ ବିରୋଧରେ ରୁଷିଆ ଅଣୁ ଅସ୍ତ୍ର ବ୍ୟବହାର କଲେ ଆମେରିକା ଏହାର କଡ଼ା ଜବାବ ଦେବ। ଏହା ମସ୍କୋକୁ ମହଙ୍ଗା ପଡ଼ିବ। ଶନିବାର ଜାତିସଂଘର ସାଧାରଣ ସଭା (ୟୁଏନ୍‌ଜିଏ)ରେ ଭାଷଣ ଦେଇ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍ରୋଭ୍‌ କହିଥିଲେ, ରୁଷିଆ ଏହାର ସୀମା ଏବଂ ଆଗକୁ ଦେଶର ସମ୍ବିଧାନରେ ସାମିଲ ହେବାକୁ ଥିବା ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ମସ୍କୋର ସୁରକ୍ଷା ପ୍ରାପ୍ତ। ଏଥିସହ ୟୁକ୍ରେନ୍‌ରେ ନାଜି ସମର୍ଥକଙ୍କୁ ଚତୁରତାର ସହ ଶାସନରେ ଅବସ୍ଥାପିତ କରାଯାଇଛି ବୋଲି ସେ ଦାବି କରିଥିଲେ। ପ୍ରକାଶ ଥାଉ କି, ରୁଷିଆ ସେନା ଦଖଲରେ ଥିବା ଉକ୍ତ ୪ ଅଞ୍ଚଳର ୟୁକ୍ରେନ୍‌ର ପ୍ରାୟ ୧୫%। ଏହା ପର୍ତ୍ତୁଗାଲର ଆକାର ସହ ପ୍ରାୟ ସମାନ। ଏଥିସହ ୨୦୧୪ରେ ରୁଷିଆ କବ୍‌ଜା କରିଥିବା ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପ ବେଲ୍‌ଜିୟମ ଆକାରର।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଆଖିବୁଜା ଗୁଳିମାଡ଼: ୪୦ ମୃତ

ଆବୁଜା,୨୨।୫:ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗାଁ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନେ ଗାଁରେ ଆଖିବୁଜା ଭାବେ...

ଆକାଶରେ ଆତଙ୍କ

ବ୍ୟାଙ୍କକ୍‌,୨୨ା୫: ଲଣ୍ଡନରୁ ସିଙ୍ଗାପୁରକୁ ଉଡ଼ାଣ କରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଯାତ୍ରାବେଳେ ଭୟଙ୍କର ଟର୍ବୁଲାନ୍ସର ସମ୍ମୁଖୀନ ହୋଇଛି। ଏଥିରେ ବ୍ରିଟେନ୍‌ର ଜଣେ ୭୩ ବର୍ଷୀୟ...

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ ଭାରତକୁ ପାଇଁ କାହିଁକି ଝଟ୍‌କା? ଜାଣନ୍ତୁ କାହାକୁ ହେବ ଲାଭ…

ଦୁବାଇ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜରବୈଜାନ ସୀମାନ୍ତ ପ୍ରାର୍ବତ୍ୟାଞ୍ଚଳରେ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପଛରେ ଘନ କୁହୁଡ଼ି...

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି

ତାଇପେଇ ,୨୧ା୫: ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ...

ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ

କାଠମାଣ୍ଡୁ ,୨୧ା୫:ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ଦେଶରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ପ୍ରଚଣ୍ଡଙ୍କ ପାଇଁ ରାଜନୈତିକ ସ୍ଥିରତା...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri