Posted inଜାତୀୟ

ଅଳ୍ପ ମଦ ସ୍ବାସ୍ଥ୍ୟ ପାଇଁ ଭଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୯(ପି.ଟି.): ସ୍ବଳ୍ପ ପରିମାଣର ମଦ ପିଇବା ସ୍ବାସ୍ଥ୍ୟ ପାଇଁ ଭଲ। ଅନେକ ଏଭଳି ପ୍ରସ୍ତାବ ଦେଇଥାନ୍ତି ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ ଶୁକ୍ରବାର ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ କହିଛନ୍ତି। ତମାଖୁ ସେବନ ସ୍ବାସ୍ଥ୍ୟ ପାଇଁ ହାନିକାରକ। ସେଥିପାଇଁ ତମାଖୁ ପ୍ୟାକେଟରେ ଫଟୋଚିତ୍ର ସହ ବୈଧାନିକ ସତର୍କ ସୂଚନାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ମଦ ବୋତଲଗୁଡ଼ିକରେ ବୈଧାନିକ ସତର୍କ ସୂଚନା ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ତେବେ ଏଥିରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି ପରିସରରେ ଆସୁଥିବାରୁ, ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ, ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଦାଏର କରିଥିବା ପିଆଇଏଲ୍‌ରେ ଉଲ୍ଲେଖ କରିଥିଲେ, ସିଗାରେଟ୍‌ ତୁଳନାରେ ମଦ ୧୦ ଗୁଣ ଅଧିକ ହାନିକାରକ। କୋର୍ଟ ନିର୍ଦ୍ଦେଶ ବଳରେ ସିଗାରେଟ୍‌ ପ୍ୟାକେଟଗୁଡ଼ିକରେ ସତର୍କ ସୂଚନାକୁ ବାଧ୍ୟତାମୂଳକ କରାଯାଇଛି। ମଦ କ୍ଷେତ୍ରରେ ସେଭଳି ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ଅଦାଲତଙ୍କୁ ନିବେଦନ କରିଥିଲେ। ଏଥିସହିତ କୌଣସି ମଦକୁ ମାନବ ବ୍ୟବହାର ଲାଗି ଉପଯୁକ୍ତ ଘୋଷଣା କରିବା ପୂର୍ବରୁ ସ୍ବାସ୍ଥ୍ୟ ପ୍ରଭାବ ଆକଳନ (ଏଚ୍‌ଆଇଏ)କୁ ବାଧ୍ୟତାମୂଳକ କରିବା ଲାଗି ମଧ୍ୟ ଉପାଧ୍ୟାୟ ତାଙ୍କ ପିଟିଶନରେ ପ୍ରାର୍ଥନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ, କହିଲେ ସଫଳ ବିବାହାର ଆଧାର ସହନଶୀଳତା

ନୂଆଦିଲ୍ଲୀ,୪।୫: ସୁଖି ଦାମ୍ପତ୍ୟ ଜୀବନ ବିଷୟରେ ପରାମର୍ଶଦାତା ପରି ସୁପ୍ରିମକୋର୍ଟ କିଛି ଟିପ୍ସ ଦେଇଛନ୍ତି। ଶୁକ୍ରବାର କୋର୍ଟ କହିଛନ୍ତି ଯେ ସହନଶୀଳତା ଏବଂ ସମ୍ମାନ ଏକ...

ରାଜନୀତିରେ ଅଜବ ଦୃଶ୍ୟ, ମଇଁଷି-ମେଣ୍ଢା ଉପରେ ଆସି କରୁଛନ୍ତି ନାମାଙ୍କନ ଦାଖଲ

କୋଲକାତା,୪।୫: ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଜାରି ରହିଛି। ବିଭିନ୍ନ ଦଳର ପ୍ରାର୍ଥୀ ନିଜର ଖାସ୍‌ ଅନ୍ଦାଜରେ ଆସି ନାମାଙ୍କନ...

ହ୍ବାଟସଆପର ଭୁଲ ବ୍ୟବହାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ୭୯ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ମେଟା ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୪।୫: ମେଟା ମାଲିକାନା ହ୍ବାଟସ ଆପ କହିଛି ଯେ ମାର୍ଚ୍ଚରେ ଏହା ଭାରତରେ ୭୯ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ମାର୍ଚ୍ଚ ୧ ରୁ ୩୧ମଧ୍ୟରେ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri