Posted inଖେଳ

ଭୁଭିଙ୍କ ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ନୂପୁର

ନୂଆଦିଲ୍ଲୀ,୨୨।୯: ଆଜିକାଲି ଭାରତର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେଉଛନ୍ତି। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ଏସିଆ କପରେ ତାଙ୍କର ୧୯ତମ ଓଭର ଭାରତ ପାଇଁ ମହଙ୍ଗା ପ୍ରମାଣିତ ହୋଇଥିଲା ଏବଂ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ ମଧ୍ୟ ସମାନ ଘଟଣା ଘଟିଛି। ଭୁଭି ୧୯ତମ ଓଭରରେ ମହଙ୍ଗା ବୋଲିଂ କରିଥିଲେ, ଯାହା ଭାରତ ଉପରେ ଭାରି ପଡିଛି। ତାଙ୍କ ସ୍ତ୍ରୀ ନୂପୁର ନାଗର ଭୁଭିଙ୍କ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଲେଖିଛନ୍ତି, ଆଜିକାଲି ଲୋକଙ୍କର କିଛି କାମ ନାହିଁ। ଘୃଣା ଏବଂ ଈର୍ଷା ବିସ୍ତାର କରିବାକୁ ସେମାନଙ୍କର ଅନେକ ସମୟ ଅଛି। ସେ ସମସ୍ତଙ୍କୁ ମୋର ପରାମର୍ଶ ହେଉଛି – ତୁମର ବାକ୍ୟ କୌଣସି ଫରକ ପକାଏ ନାହିଁ। ତେଣୁ ନିଜକୁ ଉନ୍ନତ କରିବା ପାଇଁ ଏହି ସମୟ ବିତାନ୍ତୁ।
୨୦ ସେପ୍ଟେମ୍ବରରେ ଖେଳାଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଭୁବନେଶ୍ୱର କୁମାର ୧୯ ଓଭରରେ ବୋଲିଂ କରି ୧୬ ରନ ଦେଇଥିଲେ। ଏଥିରେ ଏକ ଓ୍ବାଇଡ୍‌ ବଲ ଥିଲା। ଭୁଭି ପ୍ରାରମ୍ଭିକ ଓଭରରେ ପ୍ରଭାବଶାଳୀ ବୋଲିଂ କରୁଛନ୍ତି, କିନ୍ତୁ ଡେଥ୍‌ ଓଭରରେ ସେ ଚାପରେ ରହୁଥିବା ଭଳି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ଶୁଭେ, ହେଲେ ରାତିରେ କାହିଁକି ଶୁଣାଯାଏ ନାହିଁ AeroPlaneର ଶବ୍ଦ? କାରଣ ଜାଣିଲେ…

ପ୍ଲେନ ବା ଉଡାଜାହାଜ ଦିନ ଭଳି ରାତିରେ ମଧ୍ୟ ଉଡାଣ ଭରିଥାଏ। ଦିନରେ ଏହା ଉଡିବା ସମୟରେ ପ୍ରଚଣ୍ଡ ଶବ୍ଦ ଶୁଭିଥାଏ। ହେଲେ ରାତିରେ ସେଭଳି...

ସହର ଉପକଣ୍ଠରେ ନକଲି ଘିଅ ପ୍ରସ୍ତୁତି, ଅତର୍କିତ ଚଢ଼ାଉ କରି ପ୍ଲାଣ୍ଟ ସିଲ କଲା…

ବରଗଡ,୧୩।୧(ପ୍ରେମାନନ୍ଦ ଖମାରୀ)- ବରଗଡ ସହର ଉପକଣ୍ଠ ବରାହଗୋଡା ଛକ ନିକଟରେ ନକଲି ଘିଅ ପ୍ରସ୍ତୁତି ଅଭିଯୋଗ ପାଇ ପୋଲିସ, ପ୍ରଶାସନ ମଙ୍ଗଳବାର ଅତର୍କିତ ଚଢାଉ କରିଛି...

ସ୍ତ୍ରୀଙ୍କୁ ଲୁଚାଇ ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ ଦୁଇ ସନ୍ତାନର ବାପା; ୨ ବର୍ଷ ପରେ ସାମ୍ନାକୁ ଆସିଲା ସତ, ତା’ ପରେ…

ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ...

୩୫ ଲିଟର ଦେଶୀମଦ ଜବତ: ୨ ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ମହୁରୀ କାଳୁଆ ନିକଟ କୁମ୍ଭଝରି ଗ୍ରାମର ପ୍ରଭାକର ମଲ୍ଲିକଙ୍କୁ ଗିରଫ କରି ବ୍ରହ୍ମପୁର ଏସଡିଜେଏମ...

ସୂର୍ଯ୍ୟ-ଶନିଙ୍କ ବିରଳ ଯୋଗ; ଲାଭବାନ ହେବେ କେଉଁ ରାଶି?

ବୈଦିକ ଜ୍ୟୋତିଷ ଅନୁସାରେ, ସୂର୍ଯ୍ୟ ଆତ୍ମବିଶ୍ୱାସ, ଶକ୍ତି ଏବଂ ଅହଂକାରକୁ ପ୍ରତିନିଧିତ୍ୱ କରନ୍ତି, ଯେତେବେଳେ ଶନି କାର୍ଯ୍ୟ, ଶୃଙ୍ଖଳା ଏବଂ ନ୍ୟାୟକୁ ପ୍ରତିନିଧିତ୍ୱ କରନ୍ତି। ପୌରାଣିକ...

ଶିଶୁକନ୍ୟାଙ୍କୁ କରିଥିଲେ ହତ୍ୟା: ସାବତ ମା’, ବାପାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌-୩ ବିବସ୍ବତ ଗୌତମ ମଙ୍ଗଳବାର ଏକ ଶିଶୁକନ୍ୟା ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ହତ୍ୟାରେ ସମ୍ପୃକ୍ତ ଶିଶୁକନ୍ୟାଙ୍କ...

୩୫ ଭରଣ ଜମିର ଧାନ ଜଳିଯିବା ଘଟଣା: ପହଞ୍ଚିଲେ ବିଧାୟକ, ତହସିଲଦାର 

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଖଳାରେ ମଙ୍ଗଳବାର ଅପରାହ୍ନରେ ହଟାତ ନିଆଁ ଲାଗିଯାଇଥିଲା । ଖଳାରେ ଅମଳ ହେବାକୁ...

ପୀତବାସ ହତ୍ୟା ମାମଲା: ୬ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ବ୍ରହ୍ମପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri