Posted inଫୁରସତ

ବଜାରକୁ ଆସିଲା ଉଡ଼ନ୍ତା ବାଇକ୍‌, ଦାମ୍‌ ରହିଛି…

ଆପଣ ଉଡ଼ନ୍ତା ବାଇକ୍‌ ବିଷୟରେ ଅନେକ କଥା ଶୁଣିଥିବେ। ମାତ୍ର ଦୁନିଆକୁ ସତରେ ଏବେ ଉଡ଼ନ୍ତା ବାଇକ୍‌ ଆସିଛି। ଯଦି ଆପଣ ଟ୍ରାଫିକ୍‌ ଜାମ୍‌ ଦ୍ୱାରା ଅସୁବିଧାରେ ପଡ଼ନ୍ତି ତେବେ ଆକାଶରେ ଉଡ଼ି ଗୋଟିଏ ସହରରୁ ଅନ୍ୟ ସହରକୁ ଯାଇପାରିବେ। ଏହା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ।

ଜାପାନର ଏକ ଷ୍ଟାର୍ଟଅପ୍‌ କମ୍ପାନୀ AERWINS ଟେକ୍ନୋଲୋଜି ଏହି ବାଇକ୍‌ ତିଆରି କରିଛି। ସେପ୍ଟେମ୍ବର ୧୫ରେ ଡେଟ୍ରୋଏଟ୍‌ ଅଟୋ ଶୋ’ରେ ଏହା ଲଞ୍ଚ୍‌ କରାଯାଇଥିଲା। ଶୋ’ ସମୟରେ ଏହି ବାଇକ୍‌ ବିଶେଷଜ୍ଞଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଥିଲା।

ଏହି ବାଇକ୍‌ର ନାମ ହେଉଛି Xturismo। ଡେଟ୍ରୋଏଟ ଅଟୋ ଶୋ’ର ସହ-ଅଧ୍ୟକ୍ଷ ଥାଡ୍‌ ସୋଜୋଟ୍‌ ଏହି ବାଇକ୍‌କୁ ଅତି ପ୍ରଶଂସା କରିଥିଲେ। ତାଙ୍କ ଅଭିଜ୍ଞତା ବାଣ୍ଟି ସେ କହିଛନ୍ତି, ଏହା ବହୁତ ଉତ୍ସାହଜନକ ଏବଂ ଚମତ୍କାର ଅଟେ।

ଏହି ବାଇକ୍‌ ଲୋକଙ୍କ ସ୍ବପ୍ନକୁ ବାସ୍ତବରେ ପରିଣତ କରେ। ତେଣୁ ଏଥିପାଇଁ ଆପଣଙ୍କୁ ବିପୁଳ ପରିମାଣର ଖର୍ଚ୍ଚ କରିବାକୁ ପଡ଼ିବ। କମ୍ପାନୀ ଅନୁଯାୟୀ ଏହି ବାଇକ୍‌ର ମୂଲ୍ୟ ୭ ଲକ୍ଷ ୭୭ ହଜାର ଡଲାର ଅଟେ। ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୬ କୋଟି ୧୮ ଲକ୍ଷ ଟଙ୍କା।

ଏହି ବାଇକ୍‌ର ଓଜନ ୩୦୦ କିଲୋଗ୍ରାମ ଅର୍ଥାତ୍‌ ୩ କ୍ୱିଣ୍ଟାଲ। ଏହି ଉଡ଼ନ୍ତା ବାଇକ୍‌ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଉଡ଼ିପାରିବ। ଏହା ଉଡ଼ିବା ପାଇଁ ବ୍ୟାଟେରୀରୁ ଶକ୍ତି ମଧ୍ୟ ପାଇଥାଏ। କମ୍ପାନୀ କହିଛି, ଛୋଟ ଇଲେକ୍ଟ୍ରି ମଡେଲର ମୂଲ୍ୟ ପ୍ରାୟ ୫୦,୦୦ରୁ ୩୯,୮୨,୫୨୫ ଟଙ୍କା ପର୍ଯ୍ୟନ୍ତ ହେବ।

ଏହା ଜାପାନରେ କଳା, ନୀଳ ଏବଂ ନାଲି ରଙ୍ଗରେ ବିକ୍ରି ପାଇଁ ଉପଲବ୍ଧ। ଏହାର ନିର୍ମାତାମାନେ ଏହାକୁ ୨୦୨୩ରେ ଆମେରିକାରେ ବିକ୍ରୟ ପାଇଁ ଯୋଜନା କରିଛନ୍ତି।
ଯଦି ଆପଣ ଏହି ବାଇକ୍‌ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଜାପାନ ଯିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri