ଏଥର ଦୁର୍ଗାପୂଜାରେ ଝଲସିବ ପ୍ରାଚୀନଗର

ଭଦ୍ରକ ଅଫିସ, ୧୬ା୯:ଦୁଇବର୍ଷ ପରେ ଏଥର ଧୁମ୍‌ଧାମ୍‌ରେ ଶାରଦୀୟ ଦୁର୍ଗାପୂଜା ପାଳନ କକରାଯିବ। ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପୂଜା କମିଟି ପକ୍ଷରୁ ଜୋର୍‌ସୋରରେ ପ୍ରସ୍ତୁତି ସାଙ୍ଗକୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଛି। ଚଳିତବର୍ଷ ଆଡ଼ମ୍ବରରେ ମା’ଙ୍କ ଆବାହନ ପାଇଁ ଭଦ୍ରକର ଆରଡ଼ିଛକ ନିକଟସ୍ଥ ପ୍ରାଚୀନଗର ଦୁର୍ଗାପୂଜା କମିଟି ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି। ୧୯ ବର୍ଷ ଧରି ଏଠାରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ଗତ ଦୁଇବର୍ଷ କୋଭିଡ୍‌ କଟକଣା ଯୋଗୁ ନିରାଡ଼ମ୍ବରରେ ପୂଜାର୍ଚ୍ଚନା କରାଯାଇଥିଲା। ଚଳିତବର୍ଷ ଆଡ଼ମ୍ବରରରେ ପୂଜା କରିବାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି। ଆରଡ଼ି ଛକଠାରୁ ପ୍ରାଚୀନଗର ପର୍ଯ୍ୟନ୍ତ ଦେଢ଼ କିଲୋମିଟର ରାସ୍ତାର ଉଭୟପାର୍ଶ୍ୱ ରଙ୍ଗୀନ ଆଲୋକମାଳାରେ ଝଲସିବ। ଏଥିସହ ୩ଟି ତୋରଣ ମଣ୍ଡପ, ଆରଡ଼ି ଛକ ଓ ପ୍ରାଚୀନଗରରେ ନିର୍ମାଣ କରାଯିବ। କାରିଗରମାନେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ପାର୍ଶ୍ୱମୂର୍ତ୍ତି ଗଢ଼ିବାରେ ଲାଗିପଡ଼ିଛନ୍ତି। ମା’ଙ୍କ ପ୍ରତିମାର ଉଚ୍ଚତା ୧୫ ଫୁଟ୍‌ ରଖାଯାଇଛି। ସପ୍ତମୀ, ଅଷ୍ଟମୀ ଓ ନବମୀ ସନ୍ଧ୍ୟାରେ ପାଲା, ପ୍ରବଚନ ଓ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ରହିଛି। ଷଷ୍ଠୀଠାରୁ ପାଞ୍ଚଦିନ ଦିନ ଧରି ମୀନାବଜାର ପଡ଼ିବ। ଚଳିତବର୍ଷ ୭ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବଜେଟ୍‌ ରଖାଯାଇଛି। ପ୍ରାଚୀନଗରରେ ଦେଢ଼ଶହ ପରିବାରକୁ ନେଇ ୨୦୦୪ରେ ଏକ ବୈଠକ କରାଯାଇ ପୂଜା ଆରମ୍ଭ ହୋଇଥିଲା। ପୂଜା କମିଟିକୁ ଜିଲାପାଳଙ୍କ ଅଫିସରେ ପଞ୍ଜୀକୃତ ମଧ୍ୟ କରାଯାଇଛି। କମିଟିରେ ୧୦ ଜଣଙ୍କୁ ଉପଦେଷ୍ଟା ଭାବେ ରଖାଯାଇଛି। ୨୦୦୭ରେ ୫ ଡିସିମିଲ ଜାଗା କମିଟି ନଁାରେ କିଣାଯାଇ ମଣ୍ଡପ ମୁଖଶାଳା, ପୂଜକଙ୍କ ରହିବା ଘର, ରୋଷେଇ ଘର ଆଦି ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri