ନୂତନ ନିର୍ମାଣ ହେଉନି, ବିପଦସଙ୍କୁଳ ଗୃହ ମରାମତି ଚାଲିଛି

ନାଉଗଁା,୧୩ା୯(ସ୍ବ.ପ୍ର.):ସମସ୍ତଙ୍କ ପାଖରେ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏନେଇ ୫ ହଜାର ଜନସଂଖ୍ୟା ଥିବା ସ୍ଥାନରେ ଉପସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି। ମାତ୍ର କିଛି ସ୍ଥାନରେ ଏନେଇ ଆସୁଥିବା ସରକାରୀ ଟଙ୍କାର ଦୁରୁପଯୋଗ ହେଉଥିବା ଅଭିଯୋଗ ହୋଇଛି। ନାଉଗଁା ବ୍ଲକ ଜାମୁଗଁା ପଞ୍ଚାୟତ ଅନ୍ତର୍ଗତ କଂଟୁଣିଆହାଟରେ ଥିବା ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବିପଦପୂର୍ଣ୍ଣ ବୋଲି ଦର୍ଶାଯାଇ ନୂତନ ନିର୍ମାଣ କରିବାକୁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କାର୍ଯ୍ୟ ଶେଷ ହୋଇଛି। ମାତ୍ର ଏହି ବିପଦପୂର୍ଣ୍ଣ ସ୍ବାସ୍ଥ୍ୟକେନ୍ଦ୍ରକୁ ବାରମ୍ବାର ମରାମତି କରାଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅଧିକାର ଆଇନବଳରେ ନାଉଗଁା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ଚିଠି (ନଂ. ୧୦୪୭/୨୯-୭-୨୨) ଅନୁସାରେ ଜାମୁଗଁା ଉପସ୍ବାସ୍ଥ୍ୟ କେନ୍ଦ୍ରଟି ବିପଦସଙ୍କୁଳ ହୋଇଯାଇଛି। କେନ୍ଦ୍ରଟି ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ଚଲାଇବା ପାଇଁ ଏକ ଭଡା ଗୃହ ନିଆଯାଇଛି। ମାତ୍ର କାହା ଇଙ୍ଗିତରେ ଉକ୍ତ ବିପଦପୂର୍ଣ୍ଣ ଗୃହକୁ ବାରମ୍ବାର ମରାମତି କରାଯାଉଛି,ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉପସ୍ବାସ୍ଥ୍ୟ କେନ୍ଦ୍ରର ଏହି ବିପଦପୂର୍ଣ୍ଣ ଗୃହ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ କରାଯାଇ ମରାମତି କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚାୟତ ତରଫରୁ ୨ ଲକ୍ଷ ଟଙ୍କା ବ୍ୟୟ କରାଯାଇ ମରାମତି କରାଯାଇଛି। ମରାମତି ଆଳରେ କେନ୍ଦ୍ର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାହା ତାଲା ପଡି ରହିଛି। ଅପରପକ୍ଷେ ଭଡା ଗୃହରେ ଉପସ୍ବାସ୍ଥ୍ୟକେନ୍ଦ୍ର ଚଲାଇବା ନିମନ୍ତେ ଅର୍ଥ ବ୍ୟୟ ହେଉଥିବା ଜଣାଯାଇଛି। ଗୃହ ମରାମତି ସମ୍ପର୍କରେ ଜାମୁଗଁା ପଞ୍ଚାୟତର ତତ୍କାଳୀନ କନିଷ୍ଠଯନ୍ତ୍ରୀ ସ୍ମୃତି ରଞ୍ଜନ ସ୍ବାଇଁ କୁହନ୍ତି, ପଞ୍ଚାୟତର ରିଜୋଲ୍ୟୁଶନକୁ ଭିତ୍ତି କରି ଉପକେନ୍ଦ୍ରର ମରାମତି କାର୍ଯ୍ୟ କରାଯାଇଛି। ତେବେ କେନ୍ଦ୍ରଟି ଡ୍ୟାମେଜ ଅବସ୍ଥାରେ ଥିବା ବିଷୟରେ କିଛି ଜାଣିନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ...

ନିର୍ବାଚନ ପରେ ବିରୋଧୀଙ୍କ ଦେଖାପାଇବେନି

ସୋନପୁର/ବିନିକା/ଉଲୁଣ୍ଡା/ଅମରପାଲି,୬।୫(ମୃତ୍ୟୁଞ୍ଜୟ ତପଥୀ/ରାମଗୋପାଳ ବାଘ/ଉରୁକ୍ରମ ପାଣ୍ଡିଆ/ପୀତାମ୍ବର ସାହୁ):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଜିଲା ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀର କଇରାଝୁଲିରେ ନିର୍ବାଚନୀ...

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri