Odisha Elections 2024

ଆରମ୍ଭରୁ ଶେଷ ଯାଏ ବିଭ୍ରାଟ

ଅନୁଗୋଳ ଅଫିସ,୯ା୯: ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳ ସହରରେ ହୋଇଥିଲା ଗଣେଶ ପୂଜା। ପୂଜା ପରି ଭସାଣିକୁ ଆକର୍ଷଣୀୟ କରିବାକୁ ପୂର୍ବରୁ ହୋଇଥିଲା ଆବଶ୍ୟକ ପ୍ରସ୍ତୁତି। ହେଲେ ବୁଧବାର ଭସାଣି ବେଳେ ସମସ୍ତ ବ୍ୟବସ୍ଥାରେ ଅବ୍ୟବସ୍ଥା ଜଳ ଜଳ ଦିଶିଥିଲା। ଆରମ୍ଭରୁ ଶେଷଯାଏ ବିଭ୍ରାଟ ଦେଖିବାକୁ ମିଳିଥିଲା। ନା ସେଣ୍ଟ୍ରାଲ ପୂଜା କମିଟି ନେଇଥିବା ଦାୟିତ୍ୱ ତୁଲାଇ ପାରିଥିଲା ନା ଟ୍ରାଫିକକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା ପୋଲିସ। ଏ ନେଇ କେତେକ ପୂଜା କମିଟି ଓ ସହରବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ସେଣ୍ଟ୍ରାଲ ପୂଜା କମିଟି କର୍ମକର୍ତ୍ତା ଏବଂ ପୋଲିସ ଅଧିକାରୀଙ୍କ ଉପରେ ଦୋଷ ଲଦିଛନ୍ତି।
କୋଭିଡ୍‌ ପରେ ଅନୁଗୋଳ ସହରରେ ସବୁଠାରୁ ବଡ଼ ଜନ ସମାଗମ ଭସାଣି ବେଳେ ହୋଇଥିଲା। ୫୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ଥିଲେ। କିନ୍ତୁ ଶୋଭାଯାତ୍ରା ନିର୍ଦ୍ଧାରିତ ସମୟ ଅପରାହ୍ନ ୩ଟାରେ ହୋଇପାରି ନ ଥିଲା। ଆରମ୍ଭରୁ ବିଭ୍ରାଟ ସହ ୨ ଘଣ୍ଟା ବିଳମ୍ବରେ ହୋଇଥିବା ଭସାଣି ଶୋଭାଯାତ୍ରା ଠିକଣା ସମୟରେ ମଧ୍ୟ ଶେଷ ହୋଇପାରି ନ ଥିଲା। କେଉଁ କମିଟି ଅଧାରୁ ମେଢ଼ ନେଇ ଚାଲିଯାଇଥିଲା ତ ଆଉ କିଏ କେଉଁ କମିଟି ବାଟରୁ ଫେରିଆସିଥିଲା। ଶୃଙ୍ଖଳା ତଥା ଭସାଣିକୁ ବ୍ୟବସ୍ଥିିତ କରିବାକୁ ଗଢ଼ା ହୋଇଥିବା ସେଣ୍ଟ୍ରାଲ ପୂଜା କମିଟି ମଧ୍ୟ ସ୍ଥାଣୁ ପାଲଟି ଯାଇଥିଲା। କମିଟି ସଭାପତି ରଶ୍ମିରଞ୍ଜନ ସାମଲ ଓ ସମ୍ପାଦକ ଶିବାନୀ ଗୌଡ଼ ଶୋଭାଯାତ୍ରା ବେଳେ ଉପସ୍ଥିତ ଥିଲେ ମଧ୍ୟ ବିଭ୍ରାଟକୁ ରୋକିପାରି ନ ଥିଲେ। ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଧରାଛୁଅଁା ଦେଇ ନ ଥିଲେ। ବିଚାର ମଞ୍ଚରେ ଅଧିକାରୀମାନେ ହଇରାଣ ହରକତ ହେଉଥିଲେ ବି ତାହା କାହାକୁ ଦେଖାଯାଇ ନ ଥିଲା। ଏହାକୁ ନେଇ ବିଭିନ୍ନ ପୂଜା କମିଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୨ ହଜାର ଟଙ୍କା ଲେଖାଏ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମଧ୍ୟ ଶୃଙ୍ଖଳିତ ଭାବେ ଭସାଣି କରିପାରି ନ ଥିବା ପୂଜା କମିଟି କର୍ମକର୍ତ୍ତମାନେ ପ୍ରକାଶ କରିଛନ୍ତି। ସେହିପରି କିଭଳି ଶୃଙ୍ଖଳିତ ଭାବେ ମେଲଣ ହେବ, ସେଥିପାଇଁ ଜଣେ ଆଡିଶନାଲ ଏସ୍‌ପିଙ୍କ ସହ ଜଣେ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର, ୨୦ ଊର୍ଦ୍ଧ୍ୱ ଅଧିକାରୀ ଓ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ହେଲେ ଏତେ ସଂଖ୍ୟାରେ ପୋଲିସ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଏପରି କି ଏକାଧିକ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଏ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏଥିପ୍ରତି ଆଗକୁ ଦୃଷ୍ଟି ଦିଆଯିବ। ଯେଭଳି ଭାବେ ଆମ୍ବୁଲାନ୍ସ ନ ଅଟକିବ ସେ ନେଇ ବ୍ୟବସ୍ଥା କରାଯିବ। ସେଣ୍ଟ୍ରାଲ ପୂଜା କମିଟି ସଭାପତି ରଶ୍ମିରଞ୍ଜନ ସାମଲ କହିଛନ୍ତି, ଆରମ୍ଭରୁ ଭସାଣି ଶୋଭାଯାତ୍ରାରେ ବିଳମ୍ବ ଯୋଗୁ କିଛିଟା ବିଭ୍ରାଟ ଘଟିଛି। ତେବେ ବଚାର ମଞ୍ଚର ସମସ୍ୟା ଜଣାପଡ଼ିବା ପରେ ତାହାକୁ ଦୂର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri