Posted inଜାତୀୟ

ପ୍ରତିଟି ଚାଷ ଜମିର ୟୁନିକ ଆଇଡି କରି ଆଧାର ସହ ଯୋଡିବେ ୟୁପି ସରକାର!

ଲକ୍ଷ୍ନୌ,୯ ।୯: ମୁଖ୍ୟ ସଚିବ ଦୁର୍ଗାଶଙ୍କର ମିଶ୍ର କହିଛନ୍ତି ଆଧାର କାର୍ଡ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ଭଲଭାବେ ପହଞ୍ଚାଇବାର ଏକ ମାଧ୍ୟମ ପାଲଟିଗଲାଣି । ଆଧାର ମାଧ୍ୟମରେ ଯୋଜନାର ଲାଭ ଲାଭାର୍ଥିଙ୍କ ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରୁଛି । ଏହାଦ୍ୱାରା ଭ୍ରଷ୍ଟାଚାରକୁ ଅନେକାଂଶରେ ରୋକା ଯାଇ ପାରିଛି । ଯାହା ଦ୍ୱାରା ରାଜ୍ୟ ସରକାରଙ୍କର ପ୍ରାୟ ୮୪୦୦ କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ମୁଖ୍ୟ ସଚିବ କହିଛନ୍ତି ଏବେ ପ୍ରତିଟି କ୍ଷେତର ଏକ ୟୁନିକ ଆଇଡି କରି ଆଧାର ସହ ଯୋଡି ଦିଆଯିବ ।
ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟ ଲକ୍ଷ୍ନୌ ପକ୍ଷରୁ ଗୁରୁବାର ରାଜଧାନୀର ଏକ ହୋଟେଲରେ ଆଧାରର ବ୍ୟବହାରକୁ ସରଳ କରିବାକୁ ଆୟୋଜିତ ହୋଇଥିବା ଏକଦିବସିୟ କର୍ମଶାଳାର ଆୟୋଜନ କରାଯାଇଥିଲା । ମୁଖ୍ୟ ସଚିବ ସେଠାରେ ଏହି ସୂଚନା ଦେଇଥିଲେ । ଏହାସହ ରାଜ୍ୟରେ ଏବେ ପର୍ଯ୍ୟନ୍ତ ୭ ପ୍ରତିଶତ ବୟସ୍କଙ୍କ ଆଧାର କାର୍ଡ ହୋଇ ସାରିଥିବା ବେଳେ ୫ ବର୍ଷରୁ କମ ୟସର ଶିଶୁ ତଥା ୫-୧୮ ବର୍ଷର ଅଧିକାଂଶ ପିଲାମାନଙ୍କ ଏପର୍ଯ୍ୟନ୍ତ ଆଧାର କାର୍ଡ ହୋଇ ନ ଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

ମୋକିମଙ୍କ ରୁଦ୍ଧଦ୍ୱାର ବୈଠକ: ରାଜନୀତିରେ ହଲଚଲ, ଆସିପାରେ ନୂଆ…

ଧର୍ମଶାଳା,୨୩ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତ୍‌ସଙ୍ଗ ବିହାର ପରିସରରେ ଏକ ବନ୍ଧୁମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

କଥା ଦେଲେ ମୁଖ୍ୟମନ୍ତ୍ରୀ, ଦାରିଙ୍ଗବାଡ଼ି ଶୀତ ମହୋତ୍ସବକୁ ଆସିବେ କହିବା ପରେ…

ଦାରିଙ୍ଗବାଡ଼ି,୨୩ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ ପାଳନ ପାଇଁ ଦିନ ଯେତେ ନିକଟତର ହେଉଛି ସେତିକି ଉତ୍ସାହ ଦେଖାଯାଉଛି। ଆସନ୍ତା ୮ରୁ ୧୧...

ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…

ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri