Posted inଜାତୀୟ

ବିଏମ୍‌ସି ନିର୍ବାଚନ ଏକାଠି ଲଢ଼ିବେ ଭାଜପା-ଶିନ୍ଦେ ଗୋଷ୍ଠୀ, ଫଡନାଭିସ କଲେ ଘୋଷଣା…

ମୁମ୍ବାଇ, ୬।୯ : ଭାରତୀୟ ଜନତା ପାର୍ଟି (ଭାଜପା) ବମ୍ବେ ମ୍ୟୁନିସପାଲ କର୍ପୋରେଶନ(ବିଏମ୍‌ସି) ନିର୍ବାଚନ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ସମ୍ପର୍କରେ ଭାଜପାର ରୂପରେଖା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତରେ ପ୍ରାୟ ସ୍ପଷ୍ଟ ହୋଇସାରିଛି। ଅମିତ ଶାହା କହିଥିଲେ ଯେ ଏଥର ଉଦ୍ଧବ ଠାକରେଙ୍କୁ ତାଙ୍କ ସ୍ଥାନ ଦେଖାଇବାକୁ ପଡିବ। ଏହି ମର୍ମରେ ମଙ୍ଗଳବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଏମସି ନିର୍ବାଚନ ସମ୍ପର୍କରେ ଭାଜପାର ଆଭିମୁଖ୍ୟ ଏବଂ ସ୍ଥିତି ସ୍ପଷ୍ଟ କରିଛନ୍ତି।

ଭାରତୀୟ ଜନତା ପାର୍ଟି ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କର ସମର୍ଥକଙ୍କ ସହିତ ମିଳିତ ଭାବେ ବିଏମସି ନିର୍ବାଚନରେ ଲଢ଼ି ଏବଂ ଜିତିବେ ବୋଲି ଫଡନାଭିସ ସୂଚନା ଦେଇଛନ୍ତି। ଫଡନାଭିସଙ୍କ ଏହି ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଭାଜପା ଏକୁଟିଆ ନୁହେଁ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛି।

ଅମିତ ଶାହା ଭାଜପା ପାଇଁ ମିଶନ ୧୩୫ର ସ୍ଲୋଗାନ ଦେଇଛନ୍ତି। ଅପରପକ୍ଷରେ ଫଡନାଭିସ କହିଛନ୍ତି ଯେ ଏଥର ବିଏମସି ନିର୍ବାଚନର ଅର୍ଥ ହେଉଛି ଆର କିମ୍ବା ପାରର ଶେଷ ଯୁଦ୍ଧ। ଏହା ଏକ ଉପାୟ ଯାହାଦ୍ୱାରା ଉଦ୍ଧବ ଠାକରେଙ୍କ ଶିବସେନାକୁ ସବୁଦିନ ପାଇଁ ହଟାଯାଇପାରିବ।

ମଙ୍ଗଳବାର ଶିନ୍ଦେ ତାଙ୍କର ସମସ୍ତ ବିଧାୟକଙ୍କୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। କୁହାଯାଉଛି ଏହି ଅବସରରେ ଦଶହରା ରାଲି ଉପରେ ଆଲୋଚନା ହେବ। ଏଥି ସହିତ ଶିନ୍ଦେ ବିଏମସି ନିର୍ବାଚନ ସମ୍ପର୍କରେ ତାଙ୍କ ବିଧାୟକଙ୍କ ସହ ମଧ୍ୟ ଆଲୋଚନା କରିିବେ।


Enter your email to get our daily news in your inbox.

All Right Reserved By Dharitri.Com

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନିତିନ ନବୀନ

ନୂଆଦିଲ୍ଲୀ,୧୫।୧୨:  ଭାଜପାର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ନେଲେ ନୀତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri