୬୫ବର୍ଷୀୟ ଇରାକୀୟଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୬।୯(ବ୍ୟୁରୋ):ସମ୍‌ ଅଲ୍ଟିମେଟ୍‌ ମେଡିକେୟାର (ସମମ୍‌)ରେ ଜଣେ ୬୫ବର୍ଷୀୟ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ସେ ହେଲେ ଅବଦୁଲ ଖାଲେକ ଆବେଦ ଇମ୍ରାନ ଅଲ୍‌ କନନ୍‌। ସେ ସେଣ୍ଟ୍ରାଲ ସ୍କଲ୍‌ ବେସ୍‌ ଓଷ୍ଟିଓମାଇଲିଟିଜ୍‌ ସମସ୍ୟାରେ ପୀଡ଼ିତ ଥିଲେ। ଇରାକରେ ଏହି ଜଟିଳ ରୋଗର ଚିକିତ୍ସା ସୁବିଧା ନ ଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ଧୀରେ ଧୀରେ ତାଙ୍କ ମୁହଁ ବଙ୍କା ହୋଇଥିଲା ଓ ମୁଣ୍ଡରେ ଯନ୍ତ୍ରଣା ମଧ୍ୟ ବଢ଼ିଥିଲା। ଭାରତ ଆଣି ବାପାଙ୍କ ଚିକିତ୍ସା କରିବା ପାଇଁ ପୁଅ ସାଫା ଅବଦୁଲ ଖାଲେକ ଆବେଦ ଇଚ୍ଛା ପ୍ରକାଶ କରିଥିଲେ। ଭାରତରେ ବହୁ ହସ୍ପିଟାଲ ସନ୍ଧାନ ପରେ ସେ ଭୁବନେଶ୍ୱର ସମ୍‌ ଅଲ୍ଟିମେଟ୍‌ରେ ଚିକିତ୍ସା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଠାରେ ପହଞ୍ଚତ୍ବା ପରେ ଇଏନ୍‌ଟି ଆଣ୍ଡ୍‌ ସ୍କଲ ବେସ୍‌ ସର୍ଜରୀ ବିଭାଗର ସିନିୟର କନ୍‌ସଲଟାଣ୍ଟ ତଥା ମୁଖ୍ୟ ଡା. ରାଧାମାଧବ ସାହୁଙ୍କ ଅଧୀନରେ ଚିକିତ୍ସା ପାଇଁ ଇମ୍ରାନ ଭର୍ତ୍ତି ହୋଇଥିଲେ। କେତେକ ପରୀକ୍ଷା କରାଯିବା ପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅସ୍ତ୍ରୋପଚାର ସଫଳ ହୋଇଛି। ଏବେ ଧୀରେ ଧୀରେ ତାଙ୍କ ମୁହଁର ଅବସ୍ଥା ସୁସ୍ଥ ହେବାରେ ଲାଗିଛି ବୋଲି ଡା. ସାହୁ କହିଛନ୍ତି। ରୋଗ ସମ୍ପର୍କରେ ସେ କହିଛନ୍ତି, ଏହି ବିରଳ ରୋଗରେ ଜୀବନ ପ୍ରତି ବିପଦ ଥାଏ। ଅସ୍ଥିମଜ୍ଜାରେ ବ୍ୟାକ୍ଟେରିଆ ବା ଫଙ୍ଗସ ଯୋଗୁ କାନ ଓ ନାକରେ ଏହାର ସଂକ୍ରମଣ ହୋଇଥାଏ। କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଓ ବହୁଳ ମାତ୍ରାରେ ମଧୁମେହରରେ ପୀଡ଼ିତ ଥିବା ବ୍ୟକ୍ତି ଏହି ସଂକ୍ରମଣର ଶିକାର ହୁଅନ୍ତି ବୋଲି ଡା. ସାହୁ କହିଛନ୍ତି। ସମ୍‌ ଅଲ୍ଟିମେଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଶ୍ୱେତପଦ୍ମା ଦାସ କହିଛନ୍ତି, ବିଦେଶୀ ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ପୂର୍ବାଞ୍ଚଳରେ ଚିକିତ୍ସା ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ଆମେ ଖୁବ୍‌ଶୀଘ୍ର ଏକ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଥିବା ଏକ ସ୍ବତନ୍ତ୍ର ୟୁନିଟ୍‌ ପ୍ରସ୍ତୁତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri