ସରକାରଙ୍କୁ ମରୁଡ଼ି ଚିନ୍ତା: ୨୦୬ ବ୍ଲକରେ ସ୍ଥିତି ସଙ୍ଗିନ,ମରୁଡ଼ି ମୁକାବିଲା ଲାଗି ବିଭାଗ ପ୍ରସ୍ତୁତ କଲା ବର୍ଷା ଆପତ୍‌କାଳୀନ ଯୋଜନା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗାଏବ ହୋଇଯାଇଛି। ରାଜ୍ୟର ଅନେକ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ବଲାଙ୍ଗୀର ସମେତ ପାଞ୍ଚଟି ଜିଲାରେ ଭୟଙ୍କର ମରୁଡ଼ି ପରିସ୍ଥିତି ହୋଇଥିବା ଶୁକ୍ରବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଏ ନେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ ମରୁଡ଼ି ସମ୍ପର୍କରେ ଗୃହରେ ବିବୃତି ଦେବା ଲାଗି ରାଜସ୍ବ, ବିପର୍ଯ୍ୟୟ, ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଶନିବାର ବିଧାନସଭାରେ ମନ୍ତ୍ରୀ ଗୃହରେ ମରୁଡ଼ି ସମ୍ପର୍କରେ ବିବୃତି ଦେଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଛି। ଜୁନ ୨୧ ତାରିଖରେ ମୌସୁମୀ ପ୍ରବେଶ କରିବା ସହ ୨୨ ତାରିଖରେ ରାଜ୍ୟର ସମସ୍ତ ଅଞ୍ଚଳକୁ ଛୁଇଁଥିଲା। ଏହାର ପ୍ରଭାବରେ କିଛି ଅଞ୍ଚଳରେ ବୃଷ୍ଟିପାତ ହୋଇଥିଲେ ହେଁ ଅନ୍ୟ ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇଛି। ଜୁନ ମାସରେ ୩୧.୫% କମ୍‌ ବୃଷ୍ଟିପାତ ହୋଇଥିବା ବେଳେ ଜୁଲାଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ୨୦% କମ୍‌ ବୃଷ୍ଟିପାତ ହୋଇଛି। ଜୁନ ୧ରୁ ଜୁଲାଇ ୧୯ ତାରିଖ ମଧ୍ୟରେ ସ୍ବାଭାବିକ ବୃଷ୍ଟିପାତଠାରୁ ଶତକଡ଼ା ୨୬.୩% କମ୍‌ ବର୍ଷା ହୋଇଛି। ରାଜ୍ୟର ୩୦ ଜିଲା ମଧ୍ୟରୁ କୋରାପୁଟ, ଖୋର୍ଦ୍ଧା, ନବରଙ୍ଗପୁର, କଟକ, କଳାହାଣ୍ଡି, ଝାରସୁଗୁଡ଼ା, ପୁରୀ, ମାଲକାନଗିରି ଜିଲାରେ ସ୍ବାଭାବିକ ବୃଷ୍ଟିପାତ ଠାରୁ କମ୍‌ ଥିବା ବେଳେ ଅନ୍ୟ ୨୧ ଜିଲାରେ ବୃଷ୍ଟିପାତ ପରିମାଣ କମ୍‌ ଅଛି। ବ୍ଲକସ୍ତରୀୟ ସମୀକ୍ଷାରୁ ଜଣାଯାଏ ଯେ ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୧୦୮ଟି ବ୍ଲକରେ ବୃଷ୍ଟିପାତ ସ୍ବାଭାବିକ ଥିବା ବେଳେ ୨୦୬ଟି ବ୍ଲକରେ ବୃଷ୍ଟିପାତ ପରିମାଣ ସ୍ବାଭାବିକଠାରୁ କମ୍‌ ରହିଛି। ୨୪ଟି ବ୍ଲକରେ ସ୍ବାଭାବିକଠାରୁ ୫୯ ପ୍ରତିଶତରୁ ଊର୍ଦ୍ଧ୍ୱ ନିଅଣ୍ଟିଆ ବର୍ଷା ହୋଇଛି। ଗତବର୍ଷ ଜୁନ ୧ରୁ ଜୁଲାଇ ୧୯ ମଧ୍ୟରେ ବର୍ଷା ପରିମାଣ ସ୍ବାଭାବିକଠାରୁ ଶତକଡ଼ା ୮.୩ ଭାଗ କମ୍‌ ଥିବା ବେଳେ ଚଳିତ ବର୍ଷ ଏହି ସମୟରେ ୨୬.୩ଭାଗ କମ୍‌ ହୋଇଛି। ବଲାଙ୍ଗୀର ଜିଲାର ୪ଟି ବ୍ଲକ ଗୁଡ୍‌ଭେଲା, ପାଟଣାଗଡ଼,ତୁରେଇକେଲା ଏବଂ ସଇଁତଳାରେ ସ୍ବାଭାବିକ ବୃଷ୍ଟିପାତ ହୋଇଥିବା ବେଳେ ଅନ୍ୟ ୧୦ଟି ବ୍ଲକରେ ବର୍ଷା ପରିମାଣ କମ୍‌ ରହିଛି।

କୃଷି ବିଭାଗରୁ ମିଳିଥିବା ସୂଚନାନୁଯାୟୀ, ଚଳିତ ଖରିଫ ଋତୁରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ କେତେକ ଅଞ୍ଚଳରେ ହୋଇନାହିଁ। ଏପର୍ଯ୍ୟନ୍ତ ୧୨.୩୧ ଲକ୍ଷ ଜମିରେ ଧାନବୁଣା ହୋଇଥିବା ବେଳେ ୨୦.୯୯ଲକ୍ଷ ହେକ୍ଟରରେ ଅନ୍ୟାନ୍ୟ ଫସଲ ହୋଇଛି। ଗତ ବର୍ଷ ଏହି ସମୟ ମଧ୍ୟରେ ୨୦.୧୪ ଲକ୍ଷ ହେକ୍ଟର ଜମିରେ ବିହନ ବୁଣା କାମ ଶେଷ ହୋଇଥିଲା। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟରେ ବାଧା ଉପୁଜିଛି। ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ କେନାଲରେ ଚାଷ କାର୍ଯ୍ୟ ଲାଗି ପାଣି ଛଡ଼ାଯାଉଛି। କୃଷି ବିଭାଗ ଦ୍ୱାରା ବର୍ଷା ଆପତ୍‌କାଳୀନ ଯୋଜନା ତିଆରି କରାଯାଉଛି। ପରିସ୍ଥିତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯାଉଛି। ଆଗକୁ ଯଦି ବର୍ଷା ନହୁଏ, ବର୍ଷା ଆପତ୍‌କାଳୀନ ଯୋଜନାନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri