ପାଳି ଅପେକ୍ଷାରେ ଓଳିଏ

କାମାକ୍ଷାନଗର, ୩ା୯(ଡି.ଏନ୍‌.ଏ.): ଡାକ୍ତରଙ୍କୁ ଜଣାଇବେ ସ୍ବାସ୍ଥ୍ୟ ସମସ୍ୟା। ଏହି ଆଶାରେ ରାତି ନ ପାହୁଣୁ ଡାକ୍ତରଖାନାକୁ ଛୁଟୁଛନ୍ତି ରୋଗୀ। ଡାକ୍ତରଙ୍କ ଚ୍ୟାମ୍ବର ପାଖରୁ ସ୍ବାସ୍ଥ୍ୟକେନ୍ଦ୍ର ବାହାର ଯାଏ ଲମ୍ବୁଛି ଲାଇନ୍‌। ଧାଡ଼ିରୁ ବାହାରିଗଲେ ସେହି ଜାଗା କାଳେ ଆଉ କିଏ ମାଡ଼ି ବସିବ, ସେହି ଆଶଙ୍କାରେ ଘଣ୍ଟା ଘଣ୍ଟା ଧରି ଅସହାୟ ଅବସ୍ଥାରେ ଅପେକ୍ଷା କରୁଛନ୍ତି ସେମାନେ। ଗର୍ଭବତୀ, ପ୍ରସୂତି, ଶିଶୁ, ଦିବ୍ୟାଙ୍ଗ କେହି ଏଥିରୁ ବାଦ୍‌ ପଡୁନାହାନ୍ତି। ସ୍ଥଳ ବିଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କୁ ବାରଣ୍ଡାରେ ପକାଇ ଦେଇ ସମ୍ପର୍କୀୟମାନେ ଧାଡ଼ିରେ ଚାହିଁ ରହୁଛନ୍ତି ଡାକ୍ତରଙ୍କ ଡାକରାକୁ। ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବଜନିତ ସମସ୍ୟାରୁ ଏଭଳି ଚରମ ଅବ୍ୟବସ୍ଥା ସୃଷ୍ଟି ହୋଇଥିବାବେଳେ ପାଳିକୁ ଅପେକ୍ଷା କରି ଓଳିଏ କଟୁଛି। ୧୯ ଡାକ୍ତରଙ୍କ ବଦଳରେ ମାତ୍ର ୬ ଜଣରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଥିବାବେଳେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରୋଗୀ ଅଭିଯୋଗ କରିଛନ୍ତି।
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ ଭୁବନ, କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକ ସମେତ ସୀମାନ୍ତ କେନ୍ଦୁଝର ଜିଲାର ୧୦ ପଞ୍ଚାୟତର ରୋଗୀ ନିର୍ଭରଶୀଳ। ଜିଲାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ନାହାନ୍ତି ଡାକ୍ତର। ସ୍ବାସ୍ଥ୍ୟକେନ୍ଦ୍ରରେ ୧୯ ଜଣ ଡାକ୍ତର ନିଯୁକ୍ତି ପାଇବାକୁ ନିର୍ଦ୍ଦେଶ ଥିବାବେଳେ ମାତ୍ର ୬ଜଣ ଅଛନ୍ତି। କାଗଜ କଲମରେ ୧୧ ଜଣ ଡାକ୍ତର ନିଯୁକ୍ତି ପାଇଥିବା କୁହାଯାଉଥିଲେ ମଧ୍ୟ ବାସ୍ତବ ତଥ୍ୟ ଭିନ୍ନ। ସେମାନଙ୍କ ମଧ୍ୟରୁ ୪ଜଣ ଡାକ୍ତର ଦୀର୍ଘଦିନ ହେଲା ଡେପୁଟେଶନରେ। ଅନ୍ୟ ଜଣେ ଡାକ୍ତର ଚାକିରିରୁ ଅବ୍ୟାହତି ନେବାକୁ ସରକାରଙ୍କ ନିକଟରେ ଆବେଦନ କରି ୨ ବର୍ଷ ହେଲା ଛୁଟିରେ। ଏଭଳି ସ୍ଥିତିରେ ମାତ୍ର ୬ ଡାକ୍ତରଙ୍କ ଉପରେ ପଡୁଛି ୧୯ ଜଣଙ୍କ ବୋଝ। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୨ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନା ଦାୟିତ୍ୱ ସମ୍ଭାଳୁଛନ୍ତି। ବହିର୍ବିଭାଗରେ ନିୟୋଜିତ ୨ ଡାକ୍ତର ଅଧିକାଂଶ ସମୟରେ ରାତ୍ରିକାଳୀନ ଡ୍ୟୁଟି କରୁଛନ୍ତି। ରାତ୍ରିକାଳୀନ ଡ୍ୟୁଟି କରୁଥିବା ଡାକ୍ତର ପରଦିନ ବିଶ୍ରାମ ନେବା ନିୟମ ରହିଛି। ହେଲେ ତାହା ହେଉନାହିଁ। ଜରୁରୀ ସମୟରେ ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟ ମଧ୍ୟ ସେମାନେ କରୁଛନ୍ତି। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ରୋଗୀସେବା ଊଣା ଅଧିକେ ପ୍ରଭାବିତ ହେଉଛି। ସେହିପରି ଜଣେ ଦନ୍ତ ବିଶେଷଜ୍ଞ ହୋଇଥିବାବେଳେ ଅନ୍ୟ ଜଣେ ଡାକ୍ତର ଡେପୁଟେଶନରେ ଆସିଛନ୍ତି। ଭେଷଜ, ଶିଶୁ, ସର୍ଜରି, ଆଖି, ନିଶ୍ଚେତକ, ଅସ୍ଥିଶଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଶେଷଜ୍ଞ ପଦବୀ ଦୀର୍ଘ ବର୍ଷ ହେଲା ପୂରଣ ହେଉନାହିଁ। ସର୍ଜରି ବିଭାଗ ଖାଲି ପଡ଼ିଥିବାରୁ ଅସ୍ତ୍ରୋପଚାର ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଲାଣି।
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ଆଉଟ୍‌ଡୋରକୁ ପ୍ରାୟ ୫୦୦ ଏବଂ ଜରୁରିକାଳୀନ ଓ୍ବାର୍ଡକୁ ୧୦୦ରୁ ଊର୍ଦ୍ଧ୍ୱ ରୋଗୀ ଦୈନିକ ଆସୁଛନ୍ତି। ସେମାନଙ୍କୁ ଠିକ୍‌ ସମୟରେ ସେବା ଯୋଗାଇଦେବା ଡାକ୍ତରଙ୍କ ପକ୍ଷେ କାଠିକର ପାଠ ହେଉଛି। ସେହିପରି ବ୍ୟସ୍ତବହୁଳ ୫୩ନଂ. ଜାତୀୟ ରାଜପଥରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାଗ୍ରସ୍ତ ରୋଗୀ ଡାକ୍ତରଖାନାକୁ ବୁହା ହୋଇ ଆସୁଥିବାବେଳେ ଠିକ୍‌ ସମୟରେ ଚିକିତ୍ସା ସେବା ନ ପାଇ ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବାବେଳେ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଲେଣି।
ଡାକ୍ତର ଅଭାବ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସୁବାସ ଚନ୍ଦ୍ର ମଣ୍ଡଳ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଆବଶ୍ୟକ ଡାକ୍ତର, କର୍ମଚାରୀ ନ ଥିବା ରୋଗୀସେବା ବ୍ୟାହତ ହେଉଛି। ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ରୋଷର ଶିକାର ହେବାକୁ ପହୁଛି। ଯୁବ ଡାକ୍ତରମାନେ ଉଚ୍ଚ ଶିକ୍ଷା ପାଇଁ ସହରରେ ରହିବାକୁ ଇଚ୍ଛୁକ ହେଉଥିବାବେଳେ ଗ୍ରାମାଞ୍ଚଳକୁ ଆସିବାକୁ ପସନ୍ଦ କରୁନାହାନ୍ତି। କେବଳ କାମାକ୍ଷାନଗର ନୁହେଁ, ସାରା ଓଡ଼ିଶାରେ ଏଭଳି ସମସ୍ୟା ଲାଗି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri