ଡେରାବିଶରେ ସାରର ଉତ୍କଟ ଅଭାବ: ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ

ଡେରାବିଶ,୧।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । ବର୍ଷାର ଲୁଚକାଳି ଖେଳ ସହ ସଂଗ୍ରାମ କରି ଡେରାବିଶ ବ୍ଳକ ଅଞ୍ଚଳର ଚାଷୀମାନେ ନିଜର ଚାଷ କାର୍ଯ୍ୟକୁ ଆଗେଇ ନେଉଥିଲେ। ହେଲେ ସାରର ଉତ୍କଟ ଅଭାବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ।  ଡେରାବିଶ ବ୍ଳକ ଅଞ୍ଚଳରେ ଥିବା ୧୦ ପ୍ରାଥମିକ କୃଷି ସମବାୟ ସମିତି ଉପରେ ୨୬ ପଞ୍ଚାୟତର ଚାଷୀମାନେ ନିର୍ଭରଶୀଳ । ମାତ୍ର ପଟ୍ଟାମୁଣ୍ଡାଇ ସ୍ଥିତ ମାର୍କଫେଡ୍‌ ପରିଚାଳକଙ୍କ ମନମାନୀ ପାଇଁ ଚାଷର ଆରମ୍ଭରୁ ସାର ମିଳୁନାହିଁ । ସମବାୟ ସମିତିକୁ ସରକାରଙ୍କ ଅନୁବନ୍ଧିତ ଇଫ୍‌କୋ ୟୁରିଆ, ଡିଏପି ଓ ପଟାସ୍‌ ଯୋଗାଇବାକୁ ନିର୍ଦ୍ଦେଶ ଥିବା ବେଳେ ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତିକୁ ମାର୍କଫେଡ଼୍‌ ଇଫ୍‌କୋ ୟୁରିଆ ବଦଳରେ ନିମ୍ନମାନର ୟୁରିଆ, ଡିଏପି ବଦଳରେ ରତ୍ନା ୨୦-୨୦ ଓ ନିମ୍ନମାନର ପଟାସ୍‌ ଆବଶ୍ୟକତା୍‌ଠାରୁ କମ୍‌ ପରିମାଣର ଯୋଗାଉ ଥିବାରୁ ସେହି ସାର ଚାଷୀର କୌଣସି କାମରେ ଲାଗୁ ନାହିଁ। ଖୋଲା ବଜାରରୁ ଚାଷୀ ନାଗାର୍ଜୁନ ୟୁରିଆ, ଗ୍ରୋମର ୨୮-୨୮-୦ ଓ ଏମ୍‌ଓପି ପଟାସ୍‌ ବସ୍ତା ପିଛା ୧୦୦ରୁ ୪୦୦ ଟଙ୍କା ଯାଏ ଅଧିକ ଦରରେ କିଣି କାମରେ ଲଗାଉଛନ୍ତି।

ଅନ୍ୟପକ୍ଷେ ମାର୍କଫେଡ୍‌ ଦ୍ୱାରା ସମବାୟ ସମିତିଗୁଡ଼ିକୁ ଯୋଗାଇ ଦିଆଯାଇଥିବା ସାରକୁ ସରକାରୀ ଦରରେ କିଣି ରୁଆପୋତା ସମୟରେ ଚାଷୀମାନେ ବ୍ୟବହାର କରିଥିଲେ। ହେଲେ ତାହା ଧାନ ଗଛର କୌଣସି ଉନ୍ନତି କରି ନ ଥିବା ଅଗ୍ରଣୀ ଚାଷୀ ତଥା କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘର ସମ୍ପାଦକ କୃତିବାସ ଦାସ କହିଛନ୍ତି । କୃତିବାସଙ୍କ କହିବା ଅନୁଯାୟୀ, ଚାଷୀଙ୍କ ପାଇଁ ଆବଶ୍ୟକ ସାର ସମବାୟ ସମିତିକୁ ଯୋଗାଇ ଦିଆଯାଉଛି ବୋଲି ସରକାର ଘୋଷଣା କରିଥିଲେ । ହେଲେ ତାହା ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇଛି । ଫଳରେ ଚଳିତ ବର୍ଷ ଖରିଫ୍‌ ଫସଳ ଅମଳ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି । ସେହିପରି ଗତ ୨ ସପ୍ତାହ ହେବ ବର୍ଷା ନାହିଁ। କେବଳ କେନାଲ୍‌ ପାଣିକୁ ମଟର ଯୋଗେ ମଡ଼ାଇ ଧାନ ଫସଲକୁ ବହୁ କଷ୍ଟରେ ବଞ୍ଚାଇ ରଖାଯାଇଛି। ମାତ୍ର ଏହି ସମୟରେ ଆବଶ୍ୟକ କରୁଥିବା ୟୁରିଆ ସାରର ଉତ୍କଟ ଅଭାବ ବ୍ଲକ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡଙ୍କୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି । ଚାଷୀମାନେ ସାର ପାଇବା ପାଇଁ ସମବାୟ ସମିତି ସମ୍ପାଦକଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସମବାୟ ସମିତିରେ ବସ୍ତାଏ ହେଲେ ୟୁରିଆ ସାର ନ ଥିବା ସମିତିର ସମ୍ପାଦକମାନେ ଚାଷୀଙ୍କୁ କହୁଛନ୍ତି । ହେଲେ ଜିଲାର ପଟ୍ଟାମୁଣ୍ଡାଇସ୍ଥିତ ମାର୍କଫେଡ଼୍‌ ଗୋଦାମରେ ୟୁରିଆ ସାର ଗଚ୍ଛିତ ରହିଛି ା ଅନ୍ୟ ବ୍ଲକରେ ଥିବା ସମବାୟ ସମିତିକୁ ମାର୍କଫେ୍‌ଡ଼ ଗୋଦାମ ଦାୟିତ୍ୱରେ ଥିବା ପରିଚାଳକ ୟୁରିଆ ସାର ଯୋଗାଇ ଦେଇଥିବା ବେଳେ ଡେରାବିଶ ବ୍ଳକ ଅଞ୍ଚଳରେ ଥିବା ସମବାୟ ସମିତିକୁ ଆବଶ୍ୟକ ପଡ଼ୁଥିବା ୟୁରିଆ ସାର ଦିଆଯାଉ ନ ଥିବା ଯୋଗୁ ଚାଷୀମାନେ ନିଜ ଫସଲରେ ସାର ପାଇବାରୁ ବଞ୍ଚତ୍ତ ହେଉଛନ୍ତି । ପ୍ରତିଦିନ ସମ୍ପୃକ୍ତ ସମବାୟ ସମିତି ଆଗରେ ଚାଷୀମାନେ ବସ୍ତାଏ ୟୁରିଆ ସାର ପାଇଁ ହୋହାଲ୍ଲା କରୁଛନ୍ତି ।

ସାରର ଏଭଳି ଅଭାବ ସଂକ୍ରାନ୍ତରେ କେତେଜଣ ସମ୍ପାଦକ ନିଜ ନାମ ଗୋପନ ରଖି କହିଛନ୍ତି, ମାର୍କଫେଡ଼୍‌ ପକ୍ଷରୁ ଚଳିତ ଖରିଫ୍‌ ଚାଷ ସମୟରେ ବସ୍ତାଟିଏ ମଧ୍ୟ ଇଫ୍‌କୋ ସାର ଯୋଗାଇ ଦିଆଯାଇନାହିଁ। ବର୍ତ୍ତମାନ ମାର୍କଫେଡ଼୍‌ ଗୋଦାମରୁ ସାର ଯୋଗାଇ ନ ଦେବା ଆମକୁ ଚକିତ କରିଛି ବୋଲି କହିଛନ୍ତି । ଏ ବିଷୟରେ ପଟ୍ଟାମୁଣ୍ଡାଇ ସ୍ଥିତ ମାର୍କଫେଡ଼୍‌ ଗୋଦାମର ପରିଚାଳକ ପ୍ରଶାନ୍ତ କୁମାର ରାଉତଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିଲେ ଡେରାବିଶ ବ୍ଲକ ଅଧୀନରେ ଥିବା ସମସ୍ତ ସମବାୟ ସମିତିର ସମ୍ପାଦକ ମିଛ କହୁଛନ୍ତି । ସେମାନଙ୍କୁ ଆବଶ୍ୟକତାଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି । ସାର ଆସିଲେ ତାଙ୍କୁ ପର୍ଯ୍ୟାୟ କ୍ରମେ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଚଳିତ ମାସରେ ମାର୍କଫେଡ୍‌ ଗୋଦାମକୁ ଆସିଥିବା ୟୁରିଆ ସାର ଗଲା କୁଆଡ଼େ ବୋଲି ପଚାରିବାରୁ ରାଉତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ପ୍ରଶାନ୍ତଙ୍କ ଏହି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ସମବାୟବିତ୍‌ ପ୍ରଶାନ୍ତ କୁମାର ଦାସ। ପ୍ରଶାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପଟ୍ଟାମୁଣ୍ଡାଇ ମାର୍କଫେଡ଼୍‌ ପରିଚାଳକଙ୍କ ବେପରୁଆ ମନୋଭାବ ପାଇଁ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ଦଣ୍ଡ ଭୋଗୁଛନ୍ତି ।

ଏ ବିଷୟରେ ଜିଲା ସମବାୟ ବିଭାଗ ସହକାରୀ ଉପନିବନ୍ଧକ ମନମୋହନ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ତୁରନ୍ତ ୟୁରିଆ ସାର ଯୋଗାଇ ଦେବାକୁ ମାର୍କଫେଡ଼୍‌ ମ୍ୟାନେଜରଙ୍କୁ ଏକାଧିକ ଥର ଚିଠି ଦିଆଯାଉଛି । ମାତ୍ର ପରିଚାଳକ ରାଉତ ଏହାକୁ ମାନୁ ନ ଥିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ସେ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଡେରାବିଶ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରାଯିବ ବୋଲି ଉପନିବନ୍ଧକ ରାଉତ କହିଥିଲେ। ଏ ବିଷୟରେ ଜିଲା ଚାଷୀ ଓ ଶ୍ରମିକ ସଂଘ ସଭାପତି ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ୨,୩ ଦିନ ମଧ୍ୟରେ ଚାଷୀମାନେ ସାର କିଣି ବିଲରେ ନ ପକାଇଲେ ବ୍ଲକ ଅଞ୍ଚଳର ଖରିଫ୍‌ ଚାଷ ହୋଇଥିବା ୧୩୦୦୦ ହେକ୍ଟର ଚାଷଜମି ପ୍ରଭାବିତ ହେବ। ମାର୍କଫେଡ଼୍‌ର ଏଭଳି ବେପରୁଆ ମନୋଭାବ ବିରୋଧରେ ଗୁରୁବାର ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେବେ ବୋଲି ପଣ୍ଡିତ ମିଶ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri