ଧରାକୋଟ ଅଙ୍ଗନୱାଡି କେନ୍ଦ୍ର ଶୋଚନୀୟ

ଧରାକୋଟ,୨୭।୮(ଡି.ଏନ୍‌.ଏ.): ଆଜିର ଶିଶୁ କାଲିର ନାଗରିକ। ସେମାନଙ୍କ ସୁରକ୍ଷା, ଶିକ୍ଷା,ଦାୟିତ୍ୱ ସୁଚାରୁ ରୂପେ ପାଳନ ପାଇଁ ସରକାରଙ୍କ ଶିଶୁ ବିକାଶ ବିଭାଗ ରହିଛି। ବିଭାଗ ତରଫରୁ ନିୟମିତ ଭାବରେ ଅଙ୍ଗନୱାଡି କେନ୍ଦ୍ରକୁ ସୁପରଭାଇଜରମାନେ ପରିଦର୍ଶନ କରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥାନ୍ତି। ଶିଶୁର ବୌଦ୍ଧିକ ବିକାଶ ପାଇଁ ହସ, ଖେଳକୁଦ ମାଧ୍ୟମରେ ଶିକ୍ଷାଦାନ ସହ ପୁଷ୍ଟିକର ଖାଦ୍ୟ ପ୍ରଦାନ କରି ଅଙ୍ଗନୱାଡି କେନ୍ଦ୍ରକୁ ଆସିବା ପାଇଁ ପିଲାଙ୍କୁ ଆକୃଷ୍ଟ କରାଯାଏ। ଏଥିପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନ ସହ ସ୍ବଚ୍ଛ ପରିବେଶ ଏବଂ ଉପଯୁକ୍ତ ଭିତ୍ତିଭୂମି ରହିବା ଆବଶ୍ୟକ। ହେଲେ ସମ୍ପ୍ରତି ଧରାକୋଟର ଏକ ଅଙ୍ଗନଓ୍ବାଡି କେନ୍ଦ୍ରର ଭିତ୍ତିଭୂମି ଶିଶୁଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀପତଳ ଅନ୍ଧାର ପରି ଧରାକୋଟର ୫ ନମ୍ବର କେନ୍ଦ୍ରର ଭିତ୍ତିଭୂମି ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ୩ରୁ ପାଞ୍ଚ ବର୍ଷ ବୟସର ୨୧ ଜଣ ପିଲା ଏହି କେନ୍ଦ୍ରରେ ପଢୁଛନ୍ତି। ଜଣେ କର୍ମୀ ଓ ଜଣେ ସହାୟିକା ସେମାନଙ୍କ ଦେଖାଶୁଣା କରୁଛନ୍ତି। ଶିକ୍ଷାଦାନ ସହ ପୁଷ୍ଟିକର ଖାଦ୍ୟ ପ୍ରଦାନ ଠିକ ଭାବେ ଚାଲିଥିଲେ ମଧ୍ୟ ପରିବେଶ ଓ ଭିତ୍ତିଭୂମି କଥା ନ କହିଲେ ଭଲ। କେନ୍ଦ୍ର ଚାରିପଟେ ଲତା ଗୁଳ୍ମ ଭର୍ତ୍ତି ହୋଇ ରହିଥିବା ବେଳେ ଫ୍ଲରିଂ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ସ୍ଥିତିରେ ରହିଛି। ବର୍ଷା ହେଲେ ଅଭିଭାବକମାନେ ନିଜ ପିଲାଙ୍କୁ କାଖରେ ଟେକି ଅଥବା କାନ୍ଧରେ ବୋହି ନେଇ ଯାଉଥିବା ଦେଖାଯାଉଛି। କେନ୍ଦ୍ରରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ଚାରିପଟେ ପାଚେରି ନ ଥିବା ବେଳେ ନଳକୂପରୁ ପାଣି ବାହାରୁ ନ ଥିବା ଦେଖାଯାଇଛି। ଏ ସମ୍ପର୍କରେ ପଞ୍ଚାୟତର ପ୍ରତିନିଧିମାନଙ୍କୁ ଅଙ୍ଗନୱାଡି କର୍ମୀ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲୁଦୁ ଜଳପ୍ରପାତ, ୧୦୦ ଫୁଟ ଉପରୁ ପଡୁଛି ପାଣି, ଯିବାକୁ ଚାହୁଁଥିଲେ ଜାଣନ୍ତୁ…

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ରାଜ୍ୟର ପ୍ରମୁଖ ଜଳପ୍ରପାତଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲାର ଲୁଦୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

ୟୁନୁସଙ୍କ ଗୋଟିଏ ଭୁଲ, ଯାହା ପାଇଁ ଦଣ୍ଡ ପାଉଛି ବାଂଲାଦେଶ

ଢାକା,୨୬।୧୨: ବାଂଲାଦେଶ ଆଜି ହିଂସା ଏବଂ ଉଗ୍ରବାଦର ନିଆଁରେ ଜଳୁଛି। ମହମ୍ମଦ ୟୁନୁସଙ୍କ ଦ୍ୱାରା କରାଯାଇଥିବା ଭୁଲର ପରିଣାମ ବାଂଲାଦେଶ ଏବେ ଭୋଗୁଛି। ହିନ୍ଦୁ ହୁଅନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri