ଏଇ ଭାରତରେ

ଏବେ ମହିଳାମାନେ ସାମାଜିକ ରୂଢ଼ିବାଦୀ ମାନସିକତା ଦୃଷ୍ଟିକୋଣରୁ ବାହାରକୁ ଆସି ସଫଳତାର ନୂଆ ରେକର୍ଡ ସ୍ଥାପନ କରୁଛନ୍ତି। ଦିଲ୍ଲୀ ପରିବହନ ବିଭାଗ (ଡିଟିସି)ରେ ବସ୍‌ ଡ୍ରାଇଭର ଭାବେ ୧୧ ମହିଳାଙ୍କୁ ନିଯୁକ୍ତି ଦିଆଯିିବା ଏହାର ଉତ୍କୃଷ୍ଟ ଉଦାହରଣ। ଛୋଟ ସହର ଏବଂ ଗ୍ରାମରୁ ଜାତୀୟ ରାଜଧାନୀରେ ବସ୍‌ ଡ୍ରାଇଭର ହେବା ପର୍ଯ୍ୟନ୍ତ ସେମାନଙ୍କର ଯାତ୍ରା କେବଳ ପ୍ରଚଳିତ ରୂଢ଼ିବାଦୀ ଚିନ୍ତାଧାରାକୁ ଦୂର କରି ନାହିଁ, ବରଂ କିଛି ଭିନ୍ନ କରିବାକୁ ପ୍ରେରଣା ଯୋଗାଇଛି।
ରାଜଘାଟରେ ଅବସ୍ଥିତ ବସ୍‌ ଡିପୋରେ ଥିବା କେତେଜଣ ମହିଳା ଡ୍ରାଇଭର କହିଛନ୍ତି, ଆଜି ବି ସମାଜର ବହୁ ବ୍ୟକ୍ତି ରୂଢ଼ିବାଦୀ ଚିନ୍ତାଧାରା ଅନୁସରଣ କରୁଛନ୍ତି। ହେଲେ ପରିବାର ଏବଂ ସରକାରଙ୍କ ସମର୍ଥନ ମିଳିଲେ ମହିଳାମାନେ ଶୀର୍ଷରେ ପହଞ୍ଚତ୍ବା ପାଇଁ ବେଶି ସମୟ ଲାଗିବ ନାହିଁ ବୋଲି ସେମାନେ ମତପୋଷଣ କରିଛନ୍ତି। ରାଜସ୍ଥାନର ବାଡମେର ଅଞ୍ଚଳର କୋମଳ ଚୌଧୁରୀ କହିଛନ୍ତି, ତାଙ୍କ ଗ୍ରାମର ମହିଳାମାନେ ଓଢ଼ଣିରେ ରୁହନ୍ତି। ପିଲାଦିନରୁ ତାଙ୍କ ବାପା ତାଙ୍କୁ ପୁରୁଷଙ୍କ ସହିତ ଖେଳିବାକୁ ଉତ୍ସାହିତ କରିଆସୁଥିଲେ। ସେ କହୁଥିଲେ ସଂଘର୍ଷ ହେଉଛି ଜୀବନ। ଡିଟିସିରେ ମହିଳା ବସ୍‌ ଡ୍ରାଇଭର ନିଯୁକ୍ତି ପାଇଁ ବିଜ୍ଞାପନ ଦେଖିବା ପରେ ସେ ଅନ୍‌ଲାଇନ ଫର୍ମ ପୂରଣ କରିବାକୁ କହିଥିଲେ। ଚୟନ ପରେ ପ୍ରଶିକ୍ଷଣ ଏବଂ ଡ୍ରାଇଭିଂ ପରୀକ୍ଷା ମଧ୍ୟ ହୋଇଥିଲା। ଏହା ଏକ ଗର୍ବର ଅନୁଭବ। ନିଯୁକ୍ତି ଏକବର୍ଷ ପାଇଁ ଚୁକ୍ତିଭିତ୍ତିକ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri