ଜୟପୁରରେ ସୁପ୍ରିମ୍‌ର ଏକ୍ସକ୍ଲୁସିଭ ଫର୍ନିଚର ଶୋ’ରୁମ୍‌

ଜୟପୁର,୨୫ା୮(ନିପ୍ର): ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍‌ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଏସ୍‌ଆଇଏଲ୍‌) ଫର୍ନିଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବୁଧବାର କୋରାପୁଟ ଜିଲାର ଜୟପୁର ବେଲ୍‌ ରୋଡ୍‌ ସ୍ଥିତ ଗାୟତ୍ରୀ ଫର୍ନିଚର ଆନୁକୂଲ୍ୟରେ ମୋଲ୍‌ଡେଡ୍‌ ଫର୍ନିଚର ବ୍ରାଣ୍ଡ୍‌ ସୁପ୍ରିମ୍‌ ଫର୍ନିଚରର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ଆଇଏଲ୍‌ର (ଫର୍ନିଚର ଡିଭିଜନ) ରାଜ୍ୟ ମୁଖ୍ୟ ତ୍ରିନାଥ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗାୟତ୍ରୀ ଫର୍ନିଚରର ସ୍ବତ୍ୱାଧିକାରୀ ବିଷ୍ଣୁପ୍ରିୟା ମହାରଣା, ମନୋଜ ମହାରଣାଙ୍କ ସମେତ ଏସ୍‌ଆଇଏଲ୍‌ର ଏରିଆ ମ୍ୟାନେଜର କାଳିପ୍ରସାଦ ବେହେରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି କମ୍ପାନୀର ଏହା ୪ର୍ଥ ଏକ୍ସକ୍ଲୁସିଭ ଷ୍ଟୋର ହୋଇଥିବା ବେଳେ କୋରାପୁଟ ଜିଲାରେ ଏହା ପ୍ରଥମ ଶୋ’ରୁମ୍‌ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଏଠାରେ କମ୍ପାନୀର ମୋଲ୍‌ଡେଡ୍‌ ଫର୍ନିଚରର ସମସ୍ତ ବର୍ଗ ଯଥା ଖଟ, ଚେୟାର, ଡାଇନିଂସେଟ୍‌, ଆଲମାରି ଭଳି ପ୍ରମୁଖ ଘରୋଇ ଉତ୍ପାଦ ସାଙ୍ଗକୁ କାର୍ଯ୍ୟାଳୟ ପାଇଁ ମଧ୍ୟ ଆବଶ୍ୟକ ସାମଗ୍ରୀର ସମ୍ଭାର ଆଦି ପ୍ରଦର୍ଶନ ସହ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ରହିଛି। ଏହି ଷ୍ଟୋର ବିଶେଷ କରି ଜୟପୁରବାସୀଙ୍କ ଆବଶ୍ୟକତା ପୂରଣ ସାଙ୍ଗକୁ ଜିଲାବାସୀଙ୍କର ମଧ୍ୟ ପସନ୍ଦ ଗନ୍ତବ୍ୟସ୍ଥଳ ପାଲଟିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ଏମ୍‌ପି

ତୁମୁଡିବନ୍ଧ,୨୬ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଶୁକ୍ରବାର ତୁମୁଡିବନ୍ଧ ଗସ୍ତ କରି ବ୍ଲକ୍‌ ପରିସରରେ ଥିବା ମିଶନ ଶକ୍ତି କାଫେ, ବେଲଘର...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri