ସାଟେଲାଇଟ୍‌ ମାପଚୁପ ରଫାଦଫା ମସୁଧା

ଯାଜପୁର ଅଫିସ,୨୩ା୮:ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଶତାଧିକ ଖାଦାନରୁ ମୂଲ୍ୟବାନ୍‌ କଳାପଥର ଉଭୟ ଲିଜ୍‌ଧାରୀ ଓ ପ୍ରଶାସନିକ ଅଧିକାରୀ ମିଳିମିଶି ଲୁଟି ନେଇଛନ୍ତି। ଗତ ମାର୍ଚ୍ଚରେ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ ଏହା ସ୍ପଷ୍ଟ ହୋଇଥିଲା। ଅନୁମୋଦନଠାରୁ ବହୁ ଗୁଣ କଳାପଥର ଉତ୍ତୋଳନ ଉପରେ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। କିନ୍ତୁ ଏହି ସମୟରେ ଯାଜପୁର ଜିଲାରେ ଟଙ୍କାଟିଏ ବି ଜରିମାନା ଆଦାୟ ହୋଇ ନ ଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଗତ ୧୨ ତାରିଖରେ ୪ ଲିଜ୍‌ଧାରୀଙ୍କଠାରୁ ୧୦୫ କୋଟି ୮୭ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ଧର୍ମଶାଳା ତହସିଲଦାର ଡିମାଣ୍ଡ ନୋଟିସ ଜାରି କରିଛନ୍ତି। ତେବେ ଏନେଇ ପୂର୍ବରୁ ହୋଇଥିବା ସାଟେଲାଇଟ୍‌ ମାପଚୁପରେ ବି ରଫାଦଫା ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। କେତେଜଣ ଲିଜଧାରୀଙ୍କ ସହ ଭିତିରିଆ ବୁଝାମଣା କରି ଧାର୍ଯ୍ୟ ଜରିମାନା ପରିମାଣଠାରୁ ପ୍ରାୟ ୫୦% କମ୍‌ ନିର୍ଦ୍ଦେଶ ହୋଇଥିବା ଅଭିଯୋଗ ହୋଇଛି। ଏହାବାଦ୍‌ ଆଗକୁ ୮ ଲିଜ୍‌ଧାରୀଙ୍କ କଳାପଥର ଖାଦାନରୁ ଉତ୍ତୋଳନ ପରିମାଣ ଉପରେ ହେବାକୁ ଥିବା ସାଟେଲାଇଟ୍‌ ମାପଚୁପକୁ ମଧ୍ୟ ରଫାଦଫା କରିବାକୁ ମସୁଧା ଚାଲିଥିବା ଆଲୋଚନା ହେଉଛି।
ଯାଜପୁର ଜିଲା ଲଘୁଖଣିଜ ଦ୍ରବ୍ୟ ଲୁଟ୍‌ର ପ୍ରମୁଖ ଅଞ୍ଚଳ ପାଲଟିଛି। ବିଶେଷକରି ଧର୍ମଶାଳା ତହସିଲ ଅଞ୍ଚଳରୁ କଳାପଥର ଚୋରି ନେଇ ଏକାଧିକ ମାମଲା ରହିଛି। ତହସିଲ ପକ୍ଷରୁ ଡଙ୍କାରୀ ପାହାଡ଼ କଳାପଥର ଲୁଟ୍‌ ଅଭିଯୋଗରେ ୫୮.୬୨ କୋଟି ଏବଂ ଏନ୍‌ଜିଟି ପକ୍ଷରୁ ୨୫ କୋଟି ଟଙ୍କାର ଡିମାଣ୍ଡ ନୋଟିସ୍‌ ମାମଲା, ଆରୁହା, ଲୁଣିବର ଇତ୍ୟାଦି କଳାପଥର ଲୁଟ୍‌ ଅଭିଯୋଗକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଧର୍ମଶାଳା ତହସିଲରେ ସମୁଦାୟ କଳାପଥର ଖାଦାନର ନିରପେକ୍ଷ ମାପଚୁପ କରାଗଲେ ୫ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁମୋଦନଠାରୁ ଅଧିକ କଳାପଥର ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି। ଏହିକ୍ରମରେ ୨୦୧୭-୧୮ରେ ପ୍ରହଲ୍ଲାଦ ଲେଙ୍କାଙ୍କୁ ରାହାଡ଼ପୁର କଳାପଥର ଖାଦାନର ୨୫ ଏକର ଖନନ ପାଇଁ ଲିଜ୍‌ ଦିଆଯାଇଥିଲା। ଏହି ୫ ବର୍ଷ ମଧ୍ୟରେ ଅନୁମୋଦିତ ୨୫ ଏକର ସ୍ଥଳେ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ବରଡ଼ା ପାହାଡ଼ରୁ ପ୍ରହଲ୍ଲାଦ ଲେଙ୍କାଙ୍କୁ ୨.୫ ଏକର ଉତ୍ତୋଳନ ମଞ୍ଜୁରୀ ମିଳିଛି। କିନ୍ତୁ ସେଠାରେ ପ୍ରାୟ ୭ ଏକର ପୋଖରୀ ଭଳି ଖୋଳି ବହୁ ଗୁଣ କଳାପଥର ଉତ୍ତୋଳନ କରାଯାଇଛି। ଅଜିତ ସାହୁଙ୍କୁ ବରଡା ଖାଦାନରୁ ୬ ଏକର, ଗଙ୍ଗାଧର ଓଝାଙ୍କୁ ଲୁଣିବର ପାହାଡରୁ ୧୨.୫୦ ଏକର ଓ ରଙ୍ଗାଧର ପ୍ରଧାନଙ୍କୁ ୧୨.୫୦ ଏକର, ଅଞ୍ଜିରା ପାହାଡ଼ରୁ କୃଷ୍ଣଚନ୍ଦ୍ର ସାହୁଙ୍କୁ ୭.୫୦ ଏକର, ବାଜବାଟି ପାହାଡ଼ରୁ ଶ୍ରୀନିବାସ ଜେନାଙ୍କୁ ୫ ଏକର, ସୁଧାଂଶୁ ଜେନାଙ୍କୁ ୯ ଏକର ଓ ବିଶ୍ୱରଞ୍ଜନ ପରିଡ଼ାଙ୍କୁ ୭.୨୦ ଏକର ଅଞ୍ଚଳରୁ ଖନନ ଅନୁମତି ମିଳିଥିବାବେଳେ ସେଠାରୁ ଅଧିକ କଳାପଥର ଉତ୍ତୋଳନ ହୋଇଛି। ଗତ ମାସରେ ସାଟେଲାଇଟ ମାପଚୁପ ପରେ ଲିଜଧାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କିଭଳି ଭାବେ ସାଟେଲାଇଟ୍‌ ମାପଚୁପକୁ ରଫାଦଫା କରିହେବ ସେ ନେଇ କେତେଜଣ ଲିଜ୍‌ଧାରୀ ପ୍ରଭାବଶାଳୀଙ୍କ ଦ୍ୱାରସ୍ଥ ହେଉଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଲିଜ୍‌ ଅବଧି ସରିବା ପରେ ସାଟେଲାଇଟ୍‌ ମାପଚୁପ ହେବ। ଯେଉଁମାନେ ଅନୁମୋଦନ ପରିମାଣଠାରୁ ଅଧିକ ଉତ୍ତୋଳନ କରିଛନ୍ତି, ସେମାନଙ୍କୁ ତଦନୁସାରେ ଜରିମାନା ଆଦାୟ ନିର୍ଦ୍ଦେଶ ହେବ। ଏଥିରେ କୌଣସି ପ୍ରକାର ରଫାଦଫା ହେବା ଆଶଙ୍କା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

କ୍ଷମତାକୁ ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ: ଧର୍ମେନ୍ଦ୍ର

ଦେବଗଡ଼,୯।୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ଦର ୩୧ଶହ ଟଙ୍କା ଧାର୍ଯ୍ୟ ହେବ। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର...

ବସୁଧା ଯୋଜନା ବାଟବଣା

ନୂଆପଡ଼ା,୯ା୫ (ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ କରଙ୍ଗାଭଟା ଗାଁରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ...

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri