୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ

ତିହିଡ଼ି, ୨୦।୭ (ଡି.ଏନ.ଏ.) – ଆଷାଢ଼ ଯାଇ ଶ୍ରାବଣ ହେଲା। ଜମିରେ ଧାନ ଗଛଟିଏ ବସି ପାରିଲା ନାହିଁ। ଦୀର୍ଘଦିନ ଧରି ବର୍ଷା ଛାଡ଼ି ଯାଇଥିବାରୁ ଧାନ ଚାଷ ଆରମ୍ଭ ହୋଇପାରୁ ନାହିଁ। ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷାରେ ଅନିୟମିତତା ଯୋଗୁ ଚଳିତ ଖରିଫ୍‌ ଋତୁରେ ଧାନଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ବ୍ଲକର ୧୮ ହଜାର ହେକ୍ଟର ଚାଷଜମି ପଡ଼ିଆ ପଡ଼ିଥିବା ଜଣାଯାଇଛି।
ପ୍ରକାଶ ଯେ, ଚଳିତବର୍ଷ ବ୍ଲକରେ ମୋଟ ୨୦ ହଜାର ହେକ୍ଟର ଜମିରେ ଖରିଫ୍‌ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତଦନୁଯାୟୀ ଚାଷୀମାନେ ରଜ ସଂକ୍ରାନ୍ତି ପୂର୍ବରୁ ତଳିପକା ଓ ବୁଣା କାର୍ଯ୍ୟ ସାରି ଦେଇଥିଲେ। ପରେ ବର୍ଷାରେ ଧାନ ଗଜା ହୋଇ ଗଛ ଉଠିଥିଲା। କିନ୍ତୁ ଦୀର୍ଘଦିନ ଧରି ବର୍ଷା ନ ହେବା କାରଣରୁ ତଳିସବୁ ହଳଦିଆ ପଡ଼ିଗଲାଣି। ଧାନ ଗଛ ରୁଆଯିବା ପାଇଁ ହଳ ହୋଇଥିବା ଜମି ଶୁଖି ଫାଟି ଅଁା କରିଛି। ଖାଲୁଆ ଜମିରେ ନାମକୁମାତ୍ର ଧାନଚାଷ ଆରମ୍ଭ ହୋଇଛି। କେତେକ ଚାଷୀ ମଧ୍ୟ ପମ୍ପସେଟ୍‌ ଜରିଆରେ ଜଳସେଚନ କରି ଚାଷ ଆରମ୍ଭ କରିଛନ୍ତି। ଜୁଲାଇ ମାସରେ ୨୫୦ରୁ ୨୭୦ ମି.ମି. ସ୍ବାଭାବିକ ବର୍ଷା ହେବା କଥା। ମାତ୍ର ମାସ ଆରମ୍ଭରୁ ୯୦ ମି.ମି. ବର୍ଷା ହୋଇଥିବା ବେଳେ ପରେ ୩୦ ମି.ମି. ବର୍ଷା ହୋଇଛି। ଯାହା ଧାନ ଚାଷ ପାଇଁ ଆବଶ୍ୟକ କରୁଥିବା ପରିମାଣଠାରୁ ଯଥେଷ୍ଟ କମ୍‌। ଅପରପକ୍ଷେ ବ୍ଲକରେ ଥିବା ଜମି ମଧ୍ୟରୁ ୮ ହଜାର ହେକ୍ଟର ଜମି ଜଳସେଚିତ। ଦଶମୌଜା କେନାଲ, ଉଠା ଜଳସେଚନ, ରିଆନାଳ ମାଧ୍ୟମରେ ଏହିସବୁ ଜମି ଜଳସେଚିତ ହୋଇଥାଏ। ମାତ୍ର କେନାଲରେ ଟୋପାଏ ପାଣି ନ ଥିବାବେଳେ ଜଳସେଚନ ପଏଣ୍ଟ ସବୁ ଅଚଳ ହୋଇ ରହିଛି। ଫଳରେ ଜମିକୁ ଟୋପାଏ ପାଣି ଯିବା ସମ୍ଭବ ହୋଇପାରୁ ନାହିଁ। ଚଳିତବର୍ଷ ଖରିଫ୍‌ ଋତୁ ଆରମ୍ଭରୁ ଧାନଚାଷ ବାଧାପ୍ରାପ୍ତ ହୋଇଛି। ଏବର୍ଷ ଧାନ ଚାଷ ଠିକ୍‌ ଭାବେ ହୋଇ ନ ପାରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ଧୀର୍‌ ଆସନ୍ତା ସପ୍ତାହକ ମଧ୍ୟରେ ଠିକ୍‌ ପରିମାଣରେ ବର୍ଷା ନ ହେଲେ ଧାନଚାଷ ପ୍ରଭାବିତ ହୋଇ ଉତ୍ପାଦନ କମିବାର ଆଶଙ୍କା ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri