ଜୁନ୍‌ ସୁଦ୍ଧା ୪୩୩ ନୂଆ ଆର୍‌ଆଇ ଅଫିସ୍‌

ଭୁବନେଶ୍ବର, ୧୭ା୮(ବ୍ୟୁରୋ): ୨୦୧୯ ଜୁଲାଇରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ‘୫-ଟି’ରେ ଅନ୍ତର୍ଭୁକ୍ତ ହୋଇଥିଲା। ଏହାପରେ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସେବା ପ୍ରଦାନରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ରାଜ୍ୟରେ ୪୩୩ ନୂତନ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ପଦବୀ ସୃଷ୍ଟି ହୋଇଛି। ତଦନୁଯାୟୀ କାର୍ଯ୍ୟାଳୟ ନିର୍ମାଣ ଚାଲିଛି। ଆସନ୍ତା ବର୍ଷ ଜୁନ୍‌ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଦାଖଲ ଖାରଜ ମାମଲାରେ ମାସାଧିକ ସମୟ ଲାଗୁଥିବାବେଳେ ଏବେ ଏହା ମାତ୍ର ୭ ଦିନ ମଧ୍ୟରେ ହୋଇପାରୁଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ‘୫-ଟି’ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ। ୫-ଟି ସଚିବ ଭି.କେ ପାଣ୍ଡିଆନ, ଉନ୍ନୟନ କମିଶନର ପ୍ରଦୀପ ଜେନା, ରାଜସ୍ବ ଏବଂ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
ବିଭାଗ ନିମନ୍ତେ ଅନୁମୋଦିତ ୫-ଟି ଚାର୍ଟର କାର୍ଯ୍ୟ ସାରଣୀରେ ଥିବା କାର୍ଯ୍ୟର ବିବରଣୀ ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସାହୁ କହିଲେ, ଜମି ନିବନ୍ଧନର ମାତ୍ର କେଇଘଣ୍ଟା ମଧ୍ୟରେ ମାମଲାର ଫଇସଲା ହୋଇଯାଉଛି। କେତେକ ସ୍ଥାନରେ ଲୋକଙ୍କୁ ତ୍ୱରିତ ପଟ୍ଟା ପ୍ରଦାନ କରାଯାଉଛି। ତହସିଲ ଅଫିସ୍‌କୁ ନ ଆସି ହିତାଧିକାରୀ ଅନ୍‌ଲାଇନ୍‌ରେ ଦାଖଲ ଖାରଜ, ଘରବାଡ଼ି ଓ ଜମିର ଆପୋସ ଭାଗବଣ୍ଟା ପାଇଁ ଆବେଦନ କରିପାରୁଛନ୍ତି। ପୂର୍ବରୁ ଘରବାଡ଼ି ପଟ୍ଟା ପାଇଁ ପ୍ରାୟ ୩୦୦ ଦିନ ଲାଗୁଥିଲା। ଏବେ ୯୨% ମାମଲାର ତ୍ୱରିତ ସମାଧାନ ହୋଇପାରୁଛି। ରାଜ୍ୟ ସରକାର ଜାତିଗତ, ବିବିଧ ପ୍ରମାଣପତ୍ରକୁ ଦେୟମୁକ୍ତ କରିଛନ୍ତି। ଯେ କୌଣସି ସ୍ଥାନରୁ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ ମାଧ୍ୟମରେ ଏଥିଲାଗି ଆବେଦନ କରାଯାଇପାରୁଛି। ଜାନୁଆରୀ ୨୦୨୦ ପରଠାରୁ ଅଦ୍ୟାବଧି ଏହି ପୋର୍ଟାଲ ମାଧ୍ୟମରେ ୧.୧୨ କୋଟିରୁ ଊର୍ଦ୍ଧ୍ୱ ସାର୍ଟିଫିକେଟ ବଣ୍ଟା ସରିଛି। ଜମି କିଣାବିକା ଦଲିଲ ପୂର୍ବରୁ ୩ ଦିନ ମଧ୍ୟରେ ଦିଆଯାଉଥିବାବେଳେ ଏବେ ଏହା ଦିନକରେ ହୋଇପାରୁଛି। ପାର୍ଟନରଶିପ ଫର୍ମ ପଞ୍ଜୀକରଣ ପାଇଁ ୪୫ ଦିନ ଲାଗୁଥିଲାବେଳେ ଏବେ ମାତ୍ର ୯ ଦିନରେ ହୋଇପାରୁଛି। ଇ-ପାଉତି ପୋର୍ଟାଲ ମାଧ୍ୟମରେ ପାଖାପାଖି ୨୦ ଲକ୍ଷ ଖାତାରେ ଲୋକେ ଅନଲାଇନ ଖଜଣା ପୈଠ କରୁଛନ୍ତି।
ଅପରପକ୍ଷେ ଗତ ଜାନୁୟାରୀରୁ ରେଲଓ୍ବେ, ଜାତୀୟ ରାଜପଥ, ଜଳସେଚନ, ବିଭିନ୍ନ ମେଗା ପ୍ରକଳ୍ପର ଜମି ଅଧିଗ୍ରହଣର ସମୀକ୍ଷା ବୈଠକ ପ୍ରତି ମାସରେ ହେଉଛି। ୫୯ ଗ୍ରାମରେ ୭୫୧ ଏକର ଜମି ବିଭିନ୍ନ ଜଳସେଚନ ପ୍ରକଳ୍ପ ଲାଗି ହସ୍ତାନ୍ତର କରାଯାଇଛି। ୨୬ ଗ୍ରାମରେ ୪୫୦ ଏକର ଜମି ଅଧିଗ୍ରହଣ କରାଯାଇ ରେଲୱେକୁ ପ୍ରଦାନ କରାଯାଇଛି। ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର, ଅନୁଗୋଳ-ସୁକିନ୍ଦା, ବୁଢ଼ାପଙ୍କ-ସାଲେଗାଓଁ ଏବଂ ଜୟପୁର-ମାଲକାନଗିରି ଆଦି ରେଳ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୧୦,୦୦୦ ପଟ୍ଟା ଦିଆଯାଇଛି। ଜଳ ଜୀବନ ମିଶନ, ୫୫ ସ୍ଥାନରେ ବସ୍‌ଷ୍ଟାଣ୍ଡ, ୧୮,୩୭୩ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଆବଶ୍ୟକ ଜମି ପ୍ରଦାନ କରାଯାଇଛି। ସୁବର୍ଣ୍ଣରେଖା, ଧାମରା ବନ୍ଦର ନିମନ୍ତେ ଯଥାକ୍ରମେ ୪୧୩ ଏବଂ ୫୯୮ ଏକର, ଜୟପୁର ଓ ମାଲକାନଗିରି ଏୟାରଷ୍ଟ୍ରିପ୍‌ ନିମନ୍ତେ ଯଥାକ୍ରମେ ୧୮ ଏବଂ ୭୩ ଏକର, ପାଇକ ସ୍ମାରକୀ ନିମନ୍ତେ ୯ ଏକର ଜମି ପ୍ରଦାନ କରାଯାଇଛି। ଦେବଗଡ଼ ଜିଲାରେ ହାଇ-ଟେକ୍‌ ସର୍ଭେ ସମ୍ପୂର୍ଣ ହୋଇଛି। ପାଖାପାଖି ୩୦୦ ଗ୍ରାମରେ ୟୁନିକ୍‌ ଲାଣ୍ଡ ପାର୍ସଲ ଆଇଡିଏଣ୍ଟିଫିକେଶନ୍‌ ନମ୍ବର (ୟୁଏଲ୍‌ପିଆଇଏନ୍‌) ସୃଷ୍ଟି କରାଯାଇଛି। ଯାଜପୁର, କଳାହାଣ୍ଡି, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲାର ୨୩୪ ଗ୍ରାମରେ ସର୍ଭେ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri