ବର୍ଷା ବିତ୍ପାତ: ଭାଙ୍ଗିଲା ଘର, ଲୋକେ ହନ୍ତସନ୍ତ

ଲେଫ୍ରିପଡ଼ା/କୁତ୍ରା,୧୫।୮(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଓ କୁତ୍ରା ବ୍ଲକ ଅଞ୍ଚଳରେ ରବିବାର ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଉଭୟ ବ୍ଲକରେ ଲୋକଙ୍କ ମାଟିଘର ଭାଙ୍ଗିଯାଇଛି। ପୂର୍ବରୁ ଲେଫ୍ରିପଡା ବ୍ଲକରେ ଅଭାବୀ ବର୍ଷା ହେବାରୁ ଚାଷ କାର୍ଯ୍ୟ ବହୁତ ମାତ୍ରାରେ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ତିନି ଦିନରୁ ଊର୍ଦ୍ଧ୍ୱ ଅଳ୍ପ ପରିମାଣରେ ବର୍ଷା ଜାରି ହେଉଥିଲେ ମଧ୍ୟ ଶନିବାରଠାରୁ ବର୍ଷା ପରିମାଣ ବଢିଥିଲା। ଶନିବାର ରାତି ସାରା ବର୍ଷା ଲାଗି ରହିଥିବାରୁ ଅଞ୍ଚଳର ପ୍ରାୟ ସମସ୍ତ କୂଅ, ପୋଖରୀ, ସମେତ ଜଳାଶୟରେ ପାଣି ଭର୍ତି ହୋଇଛି। ବର୍ଷା ଯୋଗୁ ବିଲ ବାଡ଼ିରେ ମଧ୍ୟ ପାଣି ଭର୍ତ୍ତି ହୋଇଥିବାବେଳେ ଚଳିତବର୍ଷ ଲେଫ୍ରିପଡା ବ୍ଲକରେ ପ୍ରବାହିତ ହୋଇଥିବା ଇଛା ନଦୀରେ ପ୍ରଥମ କରି ବନ୍ୟା ଜଳ ପ୍ରବାହିତ ହୋଇଛି। କ୍ରମାଗତ ଭାବେ ବର୍ଷା ଲାଗିରହିଥିବାରୁ ବହୁ ସଂଖ୍ୟାରେ କଚାଘର ଭାଙ୍ଗିଯିବାରୁ ପ୍ରଭାବିତ ପରିବାର ବହୁ କଷ୍ଟରେ ରହିଥିବା ଦେଖିବାକୁ ମିଳିଛି। ଏଥିରେ ସର୍ଗିପାଲି ଚକୁଳିର ତ୍ରିଲୋଚନ ସୁନାନୀ, ଶିଶିର ସମର୍ଥ, ସାବିତ୍ରୀ ଅର୍ଗଲ, ଚିନ୍ମୟ ଓରାମଙ୍କର ଘର ଭାଙ୍ଗି ଯାଇଥିବାବେଳେ ଏହି ଭଳି ଭାବେ ବହୁ ସଂଖ୍ୟାରେ ବିଭିନ୍ନ ପଞ୍ଚାୟତର ଗ୍ରାମରେ ଘର ଭାଙ୍ଗି ଥିବା ଜଣାପଡିଛି। ଚଳିତବର୍ଷ ପାଣି ଅଭାବରୁ ଚାଷ କାର୍ଯ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ଲଗାଣ ଲଘୁଚାପ ଜନିତ ବର୍ଷାରେ ଘର ଭାଙ୍ଗିବା ଘଟଣା ଜନସାଧାରଣଙ୍କ ପାଇଁ ଆର୍ଥିକ ସ୍ଥିତି ଚିନ୍ତା ବଢ଼ାଇ ଦେଇଛି। ତେଣୁ ଏହି ଦିଗରେ ବର୍ଷା ଯୋଗୁ ପ୍ରଭାବିତ ପରିବାରଙ୍କୁ ଚିହ୍ନଟ କରାଯାଇ ସ୍ଥାନୀୟ ପ୍ରଶାସନ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ସେହିପରି କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଏଲଗା କଣ୍ଟାଝାର ଗ୍ରାମର ମୁକୁନ୍ଦ ନାଏକଙ୍କ ଘର ଧସି ଯାଇଛି। ତେବେ ଅଳ୍ପକେ ଘର ଲୋକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। କାହାରି କୌଣସି କ୍ଷତି ଘଟି ନାହିଁ। ଘର ଭିତରେ ମୁକୁନ୍ଦ ନାଏକ ଏବଂ ତାଙ୍କ ସ୍ତ୍ରୀ ଶୋଇଥିଲେ। ପ୍ରବଳ ବର୍ଷା ହେବାରୁ ଶୋଇଥିବା ଘରର ପଛପଟ କାନ୍ଥ ଧସି ଯାଇଛି। ଏହି ଘଟଣା ନେଇ କୁତ୍ରା ତହସିଲଦାର ରବିନ୍ଦ୍ର କୁମାର ସେଠୀଙ୍କ ପାଖକୁ ଖବର ଆସିବା ପରେ ତାଙ୍କ ଟିମ୍‌ ପଠାଇ ଘର ପରିଦର୍ଶନ କରି ଏହାର କ୍ଷୟକ୍ଷତି ଆକଳନ କରି ଏହାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଦ୍ୱାଦଶ ପର୍ଯ୍ୟନ୍ତ ପଢିବାକୁ ଲାଗୁଛି ୨୨ ଲକ୍ଷ! କେମିତି ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗିଲାଣି ଘରୋଇ ସ୍କୁଲ, ଭାଇରାଲ ହେଉଛି CAଙ୍କ ପୋଷ୍ଟ

ନୂଆଦିଲ୍ଲୀ,୭।୧୨: ଭାରତରେ ମଧ୍ୟବିତ୍ତ ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ରହିଆସିଛି। କିନ୍ତୁ ୨୦୨୫ ପାଇଁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ...

ଚେର୍ନୋବିଲରେ ପରମାଣୁ ଲିକେଜର ବିପଦ ଅଛି କି? ଚମକାଇବା ଭଳି ରିପୋର୍ଟ ଦେଲା UN

କ୍ୱିଭ,୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଚେର୍ନୋବିଲ ପରମାଣୁ ପ୍ଲାଣ୍ଟର ସୁରକ୍ଷା କବଚ...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri