ବଣରେ ପରିଣତ ୯ ଲକ୍ଷର ନୀଳକଣ୍ଠେଶ୍ୱର ଗ୍ରାମୀଣ ପାର୍କ

କେନ୍ଦ୍ରାପଡ଼ା ଅଫିସ, ୧୨ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତ ଦେଉଳି ଗ୍ରାମ ଓ ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ କଳପଡା ଗ୍ରାମ ମଝିରେ ନୀଳକଣ୍ଠେଶ୍ୱର (ବିଲ ମହାଦେବ) ମନ୍ଦିର। ମନ୍ଦିର ପାଖକୁ ଲାଗି ୨୦୨୦ ମସିହାରେ ଗ୍ରାମୀଣ ପାର୍କ ନିର୍ମାଣ ହୋଇଥିଲା। ତେବେ ଏହି ପାର୍କ ଏବେ ବଣରେ ପରିଣତ ହୋଇଥିବା ବେଳେ ପ୍ରକଳ୍ପ ଅର୍ଥ ୯,୨୫,୦୧୩ ଟଙ୍କା ବ୍ୟର୍ଥ ହୋଇଛି। ସେହିପରି ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କ ପାଇଁ ଆଶାନୁରୂପକ ସୁବିଧା ମିଳୁନାହିଁ। ଏପରି ଅଭିଯୋଗ ଉତ୍କଳମଣି ଯୁବକ ସଂଘ ଓ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ ଆଣି କେନ୍ଦ୍ରାପଡ଼ା ଜିଲାପାଳ ଓ ରାଜ୍ୟ ସଂସ୍କୃତି ବିଭାଗ ନିରୀକ୍ଷକଙ୍କୁ ସମାଧାନ ପାଇଁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସଂଘ ସଭାପତି ଗୌତମ ଚରଣ ବେହେରା ଓ ସାମାଜିକ କର୍ମୀ ଗନ୍ତାୟତ କହିଛନ୍ତି, କେନ୍ଦ୍ରାପଡ଼ା ସହରଠାରୁ ୨୫ କିମି ଦୂରରେ ଥିବା ଏହି ମନ୍ଦିରରେ ପ୍ରତ୍ୟେକ ଦିନ ୫୦୦ରୁ ଅଧିକ ଶ୍ରଦ୍ଧାଳୁ ବିଲ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥା’ନ୍ତି। ସୋମବାର ଓ ସଂକ୍ରାନ୍ତିରେ ଭିଡ଼ ଅଧିକ ହୋଇଥାଏ। ତେବେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବିଶ୍ରାମ ପାଇଁ କୌଣସି ବ୍ୟବସ୍ଥା ନାହିଁ। ପ୍ରତିବର୍ଷ ଏଠାରେ ଦୁଇ ହଜାରରୁ ଅଧିକ ବିବାହ ହେଉଥିଲେ ମଧ୍ୟ ରୋଷଘର ଓ ଅନ୍ୟ ସୁବିଧା ନାହିଁ। ସେହିପରି ୨୦୧୯- ୨୦ ଆର୍ଥିକ ବର୍ଷରେ ୯,୨୫,୦୧୩ ଟଙ୍କାର ଗ୍ରାମୀଣ ପାର୍କ ଏଠାରେ ନିର୍ମାଣ ହୋଇଛି। ତେବେ ଏହି ପାର୍କ ଏବେ ବଣବୁଦାରେ ପରିପୂର୍ଣ୍ଣ ହୋଇଛି। ଏହାର ଉନ୍ନତୀକରଣ ପାଇଁ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri