Posted inଖେଳ

ଭାରତ ମହିଳା ‘ଏ’, ପୁରୁଷ ‘ବି’ ଦଳକୁ ବ୍ରୋଞ୍ଜ

ମାମାଲ୍ଲାପୁରମ, ୧୦ା୮(ପି.ଟି.): ଚେନ୍ନାଇର ମାମାଲ୍ଲାପୁରମଠାରେ ଚେସ୍‌ ଅଲିମ୍ପିଆଡ୍‌ର ୪୪ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ଏଥିରେ ଭାରତର ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ମହିଳା ‘ଏ’ ଏବଂ ପୁରୁଷ ‘ବି’ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତରେ ପ୍ରଥମଥରପାଇଁ ଚେସ୍‌ ଅଲିମ୍ପିଆଡ୍‌ ଅନୁଷ୍ଠିତ ହୋଇଥିଲା।
ଭାରତୀୟ ‘ବି’ ଦଳ ଏହାର ଅନ୍ତିମ ରାଉଣ୍ଡ ମ୍ୟାଚରେ ଜର୍ମାନୀକୁ ୩-୧ରେ ପରାସ୍ତ କରି ତୃତୀୟ ସ୍ଥାନ ସ୍ପଷ୍ଟ କରିଥିଲା। ସମସ୍ତଙ୍କୁ ବିସ୍ମିତ କରି ଉଜ୍‌ବେକିସ୍ତାନ ପୁରୁଷ ବିଭାଗରେ ସ୍ବର୍ଣ୍ଣ ପଦକ ଲାଭ କରିଛି। ଶେଷ ରାଉଣ୍ଡରେ ଏହି ଦଳ ନେଦରଲାଣ୍ଡ୍ସକୁ ୨-୧ରେ ହରାଇ ଶୀର୍ଷସ୍ଥାନ ଅଧିକାର କରିଛି। ଆର୍ମେନିଆ ଦଳକୁ ରୌପ୍ୟ ପଦକ ମିଳିଛି। ଉଜ୍‌ବେକିସ୍ତାନ ଓ ଆର୍ମେନିଆ ୧୧ ରାଉଣ୍ଡରୁ ୧୯ ପଏଣ୍ଟ ଲେଖାଏ ପାଇ ପ୍ରତିଯୋଗିତା ଶେଷ କରିଥିଲେ। ମାତ୍ର ଉନ୍ନତ ଟାଇବ୍ରେକର ପଏଣ୍ଟରେ ଉଜ୍‌ବେକିସ୍ତାନ ଆଗରେ ରହିଛି। ପୂରା ଟୁର୍ନାମେଣ୍ଟରେ ଏହି ଦଳ ଅପରାଜେୟ ରହିଥିଲା। ଭାରତ ‘ବି’ ୧୧ ରାଉଣ୍ଡରୁ ୧୮ ପଏଣ୍ଟ ପାଇଛି। ଆର୍ମେନିଆ ଏହାର ଶେଷ ମ୍ୟାଚରେ ସ୍ପେନ୍‌କୁ ୨.୫-୧.୫ରେ ହରାଇ ଦେଇଥିଲା। ଭାରତ ‘ଏ’ ଦଳ ୧୧ ରାଉଣ୍ଡରୁ ୧୭ ପଏଣ୍ଟ ପାଇ ୪ର୍ଥ ଏବଂ ‘ସି’ ଦଳ ୧୪ ପଏଣ୍ଟରେ ରହି ୩୧ତମ ସ୍ଥାନ ପାଇଛି।
୧୦ମ ରାଉଣ୍ଡ ଶେଷସୁଦ୍ଧା ସ୍ବର୍ଣ୍ଣ ପଦକ ଦୌଡ଼ରେ ଥିବା ଟପ୍‌ ସିଡ୍‌ ଭାରତ ‘ଏ’ ଦଳ ୧୧ତମ ରାଉଣ୍ଡରେ ଆମେରିକାଠାରୁ ୧-୩ରେ ହାରିଯିବାରୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲା। ଯୁଦ୍ଧ ପ୍ରଭାବିତ ୟୁକ୍ରେନ ଭାବପ୍ରବଣ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଜର୍ଜିଆ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛି। ୟୁକ୍ରେନ ଓ ଜର୍ଜିଆ ୧୧ ରାଉଣ୍ଡରୁ ୧୮ ପଏଣ୍ଟ ଲେଖାଏ ପାଇଥିଲେ। ମାତ୍ର ଟାଇବ୍ରେକର ପଏଣ୍ଟରେ ବାଜି ମାରିଥିଲା ୟୁକ୍ରେନ। ଭାରତ ‘ଏ’ ୧୧ ରାଉଣ୍ଡରୁ ୧୭ ପଏଣ୍ଟ ପାଇଥିଲା। ଭାରତ ‘ବି’ ଦଳ ୧୧ ରାଉଣ୍ଡରୁ ୧୬ ଏବଂ ‘ସି’ ଦଳ ୧୫ ପଏଣ୍ଟ ପାଇ ଯଥାକ୍ରମେ ୮ମ ଏବଂ ୧୭ତମ ସ୍ଥାନରେ ରହିଥିଲା।
ଅଲିମ୍ପିଆଡ୍‌ରେ ଭାରତର ଏହାଥିଲା ଦ୍ୱିତୀୟ ବ୍ରୋଞ୍ଜ ପଦକ। ୨୦୧୪ରେ ମଧ୍ୟ ଭାରତକୁ ଏହି ସଫଳତା ମିଳିଥିଲା। ୨୦୧୪ ଅଲିମ୍ପିଆଡ୍‌ରେ ପଦକ ପାଇଥିବା ଦଳରେ ବି. ଅଧିବନ ସାମିଲ ଥିଲେ। ମାତ୍ର ପ୍ରତିଯୋଗିତାରେ ଚମତ୍କାର ଫର୍ମ ଦେଖାଇଥିବା ଯୁବ ଖେଳାଳି ଡି. ଗୁକେଶ, ଆର. ପ୍ରଜ୍ଞାନନ୍ଦ, ନିହାଲ ସରିନ ଓ ରୌନକ ସାଧ୍ୱାନୀଙ୍କ ପାଇଁ ଏହା ପ୍ରଥମ ଅଭିଜ୍ଞତା ଥିଲା। ଆମେରିକା ବିପକ୍ଷ ଅନ୍ତିମ ରାଉଣ୍ଡରେ ଭାରତ ‘ଏ’ର ଅର୍ଜୁନ ଇରିଗାସି ବିଜୟୀ ହୋଇଥିଲେ ଏବଂ ପେଣ୍ଟାଲା ହରିକ୍ରିଷ୍ଣା ଓ ଭିଦିତ ସନ୍ତୋଷ ଗୁଜରାଠୀ ମ୍ୟାଚ ଡ୍ର ରଖିଥିଲେ। ତେବେ ଏସ.ଏଲ. ନାରାୟଣନ ହାରି ଯାଇଥିଲେ। ଜର୍ମାନୀ ବିପକ୍ଷରେ ଭାରତ ‘ବି’ର ନିହାଲ ସରିନ ଓ ରୌନକ ସାଧ୍ୱାନୀ ବିଜୟୀ ହୋଇଥିଲେ ଏବଂ ଡି. ଗୁକେଶ ଓ ଆର. ପ୍ରଜ୍ଞାନନ୍ଦ ମ୍ୟାଚ ଡ୍ର ରଖିଥିଲେ। କାଜାଖସ୍ତାନ ବିପକ୍ଷରେ ଭାରତ ‘ସି’ର ମୁରଲୀ କାର୍ତ୍ତିକେୟନ ବିଜୟୀ ହୋଇଥିଲେ ଏବଂ ଏସ.ପି. ସେଥିରମଣ ଓ ପୁରାଣିକ ଅଭିମନ୍ୟୁ ମ୍ୟାଚ ଡ୍ର ରଖିଥିଲେ। ସୂର୍ଯ୍ୟ ଶେଖର ଗାଙ୍ଗୁଲି ମ୍ୟାଚ ହାରି ଯାଇଥିଲେ।
ଆମେରିକା ବିପକ୍ଷ ଅନ୍ତିମ ରାଉଣ୍ଡରେ ଭାରତ ‘ଏ’ ମହିଳା ଦଳର କୋନେରୁ ହମ୍ପି ଏବଂ ଆର. ବୈଶାଳୀ ଡ୍ର ରଖିଥିବାବେଳେ ତାନିଆ ସଚଦେବ ଓ ଭକ୍ତି କୁଲକର୍ନୀଙ୍କ ପରାଜୟ ଭାରତୀୟ ‘ଏ’ ଦଳର ସ୍ବର୍ଣ୍ଣ ପଦକ ଆଶାକୁ ଧକ୍କା ପହଞ୍ଚାଇଥିଲା। ଭାରତ ‘ବି’ ଦଳ ଏହାର ଶେଷ ରାଉଣ୍ଡ ମ୍ୟାଚକୁ ସ୍ଲୋଭାକିଆ ବିପକ୍ଷରେ ୨-୨ରେ ଡ୍ର ରଖିଥିଲା। ଦିବ୍ୟା ଦେଶମୁଖ ବିଜୟୀ ହୋଇଥିବାବେଳେ ଭାନ୍ତିକା ଅଗ୍ରଓ୍ବାଲଓ ମାରିଆନ ଗୋମ୍ସ ମ୍ୟାଚ ଡ୍ର ରଖିଥିଲେ ଏବଂ ପଦ୍ମିନୀ ରାଉତ ହାରି ଯାଇଥିଲେ। ଭାରତ ‘ସି’ କାଜାଖସ୍ତାନଠାରୁ ୧.୫-୨.୫ରେ ପରାଜିତ ହୋଇଥିଲା। ପ୍ରତ୍ୟୁଷା ବୋଡ଼ା ବିଜୟୀ ହୋଇଥିବାବେଳେ ସହିଥି ବର୍ଷିନୀ ମ୍ୟାଚ ଡ୍ର ରଖିଥିଲେ। ତେବେ ଇଷା କାର୍ଭାଡେ ଓ ପି.ଭି. ନନ୍ଦିଥା ମ୍ୟାଚ ହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri