ଲଗାଣ ବର୍ଷାରେ ଫୁଲୁଛି ଇନ୍ଦ୍ରାବତୀ, ଭାସ୍କେଲ

କୋଡ଼ିଙ୍ଗା/କୋଷାଗୁମୁଡା, ୯।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକରେ ୩ଦିନ ଧରି ଲଗାଣ ବର୍ଷା ଫଳରେ ଇନ୍ଦ୍ରାବତୀ, ଭାସ୍କେଲନଦୀ ଓ ଶାଖା ନଦୀ ଫୁଲି ଉଠୁଛି। ପ୍ରଭାବିତ ହେଉଛି ଲୋକଙ୍କ ଜୀବନଯାତ୍ରା। ଉଭୟ ନଦୀ ଅବବାହିକରେ ଥିବା କୋଷାଗୁମୁଡା ବ୍ଲକର ଉକିଆପାଲି, ଚିର୍ମା, ସାନଆମ୍ବଡା, କୋକଡ଼ି ସେମଳା, ବିଞ୍ଜଲି ପଞ୍ଚାୟତର ପ୍ରାୟ ୧୨ରୁ ଊର୍ଦ୍ଧ୍ୱ ଗାଁରେ ଦେଖାଦେଇଛି ବନ୍ୟା ଆଶଙ୍କା। ସୋମବାର ସନ୍ଧ୍ୟା ସୁଦ୍ଧା ଭାସ୍କେଲ ନଦୀରେ ଜଳସ୍ତର ପ୍ରାୟ ବିପଦସଙ୍କେତଠାରୁ ମାତ୍ର ୧ଫୁଟ ତଳକୁ ରହିଛି। କ୍ରମାଗତ ଭାବେ ଯଦି ରାତିରେ ବର୍ଷା ହୁଏ ତେବେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
ନଦୀକୂଳକୁ ଲାଗି ରହିଥିବା ବି.ଏମ୍‌.ସେମଳା ପଞ୍ଚାୟତର କେରାଣ୍ଡିମାଳ, ଉକିଆପାଲି ପଞ୍ଚାୟତର ବରଗାଁ, ହର୍ଦ୍ଦୋଳି, ଘାଟବାସଲିଠାରେ ନଦୀର ଜଳସ୍ତର ନଦୀ ମୁହାଣକୁ ଲାଗିରହିଛି। ସେହିପରି କର୍ଚ୍ଚାମାଳ-ମିଚିଆ, ଚିର୍ମା-ଅସଙ୍ଗା, କେରାଣ୍ଡିମାଳ-ରୁନିଗୁଡା ସଂଯୋଗ କରୁଥିବା ରାସ୍ତା ଉପରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଚିର୍ମା ପଞ୍ଚାୟତର ଖଣ୍ଡିଗୁଡ଼ା, ଭାଟାଗୁଡ଼ା, ଦୁଗୁଲାହାଣ୍ଡି, ଜାଗନୀଗୁଡା, କେ.ସେମଳା ପଞ୍ଚାୟତର କଣ୍ଟାସରୁଗୁଡା, ଘାଟୁଆଳିଗୁଡା,ବିଞ୍ଜଲି ପଞ୍ଚାୟତର ଘାଟକସମୀ, ଘାଟଚୁରା, ଆଲପଦର, ଦାଡିଆଗୁଡା, ଉକିଆପଲ୍ଲୀ ପଞ୍ଚାୟତର ଘାଟବାସଲି, ହର୍ଦ୍ଦୋଳି ଗାଁରେ ଭିତରେ ବର୍ଷାଜଳ ନିଷ୍କାସନ ହୋଇପାରି ନ ଥିବାବେଳେ ଲୋକେ ଜଳବନ୍ଦୀ ଅଛନ୍ତି। ଟେମାରା ପଞ୍ଚାୟତର ଚୁରାହାଣ୍ଡି ଗାଁର ଜଳବନ୍ଦୀ ଥିବା ୩୦ ଲୋକଙ୍କୁ ଅଣାଯାଇ ଶୁଖିଲା ଖାଦ୍ୟ ଦିଆଯାଇଛି। ଲଗାଣ ବର୍ଷାରେ ବେହାଲ ହୋଇଛି କୋଷାଗୁମୁଡା ବ୍ଲକ। ରବିବାର ବ୍ଲକରେ ମୋଟ ୧୪୫ମି.ମି. ବର୍ଷା ରେକର୍ଡ କରାଯାଇଛି। ୫୨ଟି ଘର ଆଂଶିକ ଭାଙ୍ଗିଯାଇଥିବା ବେଳେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ୍‌ ଯୋଗାଇ ଦିଆଯାଇଛି। ବ୍ଲକର ୨୬ ପଞ୍ଚାୟତର ବହୁଗାଁରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରିନାହିଁ। ସେହିଭଳି ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ବର୍ଷାପାଣି ପଶି ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ନଦୀକୂଳିଆ ଗାଁଗୁଡିକୁ ଆଲର୍ଟ କରାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଅନୁଧ୍ୟାନ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ତହସିଲଦାର ଶିବପ୍ରସାଦ ପଟ୍ଟନାୟକଙ୍କୁ ପଚାରିବାରୁ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ବନ୍ୟା ହେଲେ ଲୋକମାନଙ୍କୁ ନିକଟସ୍ଥ ସ୍କୁଲକୁ ଅଣାଯିବା ଯୋଜନା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri