ରାତିରେ ବୁଲୁଛି ଡ୍ରୋନ କ୍ୟାମେରା, ଲୋକେ ଭୟଭୀତ

ଖଡ଼ିଆଳ,୮।୮(ଡି.ଏନ.ଏ.): ନୂଆପଡ଼ା ଜିଲାରେ ଚୋର ଆତଙ୍କ ବଢ଼ିବାରେ ଲାଗିଥିବାବେଳେ ବର୍ତ୍ତମାନ ଖଡ଼ିଆଳ ଅଞ୍ଚଳରେ ତାର ପ୍ରଭାବ ପଡିଛି। ଖଡ଼ିଆଳର ବିଭିନ୍ନ ଗ୍ରାମାଞ୍ଚଳରେ ଡ୍ରୋନ କ୍ୟାମେରା ଉଡୁଥିବା ନେଇ ଲୋକଙ୍କ ଭୟ ଦ୍ବିଗୁଣିତ ହୋଇଥିବା ଜଣାପଡିଛି। କିଛି ଦିନ ହେଲା ତୁକୁଲା, କିରିକିଟା, ନେହେନା, ସାନମହେଶ୍ବର ଏପରିକି ସମ୍ବେଦନଶୀଳ ସ୍ଥାନ ତିଖାଲି ଡ୍ୟାମ ପରିସରରେ ଡ୍ରୋନ କ୍ୟାମେରା ଉଡୁଥିବା ଫଟୋ ସ୍ଥାନୀୟ ଲୋକମାନେ ଉତ୍ତୋଳନ କରି ଦେଖାଉ ଥିବାବେଳେ ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ଉଦ୍ୟମରେ ଗୋଟିଏ ପ୍ରତିନିଧି ଦଳ ଆସି ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କୁ ଭେଟି ତାର ତଦନ୍ତ ପାଇଁ ଦାବି କରିଥିଲେ। ଫଳରେ ଜନସାଧାରଣ ଦିନରାତି ଭୟଭୀତ ଅବସ୍ଥାରେ ଥିବା ଜଣା ପଡ଼ିଛି। ଗ୍ରାମାଞ୍ଚଳରେ ଗ୍ରାମବାସୀ ଏକତ୍ରିତ ହୋଇ ସଚେତନତା ସୃଷ୍ଟି କରିବା ସହିତ କୌଣସି ଅଜଣା ବ୍ୟକ୍ତିଙ୍କୁ ଗ୍ରାମରେ ପ୍ରବେଶ ନିଷେଧ କରିବାକୁ ନିଷ୍ପତ୍ତି ନେଉଥିବା ଜଣାପଡିଛି। ନୂଆପଡ଼ା ଜିଲାର ପ୍ରମୁଖ ସହର ଖଡ଼ିଆଳ ଶିକ୍ଷା, ସ୍ବାସ୍ଥ୍ୟ ଓ ବ୍ୟବସାୟିକ ପ୍ରାଣ କେନ୍ଦ୍ର ହୋଇଥିବାରୁ ସବୁବେଳେ ଚଳଚଞ୍ଚଳ ରହୁଛି। ହେଲେ ଚୋର ଭୟ ନେଇ ଲୋକଙ୍କ ମଧ୍ୟରେ ସାସମୟରେ ଆତଙ୍କ ଖେଳିଯାଇଛି। ଅନ୍ୟ ପକ୍ଷରେ ଖଡ଼ିଆଳ ସହରକୁ ଅନ୍ୟ ରାଜ୍ୟରୁ ଅଣ ଓଡିଆ ବହୁତ ପରିମାଣରେ ଆସି ରହୁଛନ୍ତି। ହେଲେ ସେମାନଙ୍କ ବିଷୟରେ ପ୍ରଶାସନ ନିକଟରେ ତଥ୍ୟ ନାହିଁ। ସରକାରୀ ନିୟମ ଅନୁଯାୟୀ ବାହାର ରାଜ୍ୟରୁ ଆସି ଜଣେ ବ୍ୟକ୍ତି ବହୁତ ଦିନ ଧରି ରହୁଛି ତାହେଲେ ନିକଟସ୍ଥ ପ୍ରଶାସନ ପାଖରେ ତାର ସମ୍ପୂର୍ଣ୍ଣ ତଥ୍ୟ ରହିବା କଥା। ତାହା ସ୍ଥାନୀୟ ପ୍ରଶାସନ ନିକଟରେ ନିଟକରେ ନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅଣ ଓଡିଆ ଆସି ଖଡ଼ିଆଳର ବିଭିନ୍ନ ଲଜ ତଥା ଅନେକ ଲୋକଙ୍କ ଘରେ ଭଡା ସୂତ୍ରରେ ରହୁଥିବା ବେଳେ ସମ୍ପୃକ୍ତ ଲଜ କିମ୍ବା ଘର ମାଲିକ ସେମାନଙ୍କ ଠାରେ ରହୁଥିବା ବ୍ୟକ୍ତିଙ୍କ ତଥ୍ୟ ପୋଲିସକୁ ତୁରନ୍ତ ଦେବାକୁ ଜନସାଧାରଣରେ ଦାବି କରିଛନ୍ତି। ଚୋରମାନେ ଦିନରେ ନାନାଦି ଧନ୍ଦା କରି ଗ୍ରାମ ଗ୍ରାମ ବୁଲି ତଥ୍ୟ ସଂଗ୍ରହ କରୁଥିବାବେଳେ ରାତ୍ରରେ ସେମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଚୋରି କାର୍ଯ୍ୟରେ ନିୟୋଜିତ ହେଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି। ଏନେଇ ଖଡ଼ିଆଳ ଆଇଆଇସି ମୁଦୁଲିଙ୍କୁ ଅବଗତ କରିବାରୁ ଦୁଇ ତିନି ଦିନ ହେଲା ପୋଲିସ ପ୍ରଶାସନ ପକ୍ଷରୁ ବାହାର ରାଜ୍ୟରୁ ଆସିଥିବା ଅଣ ଓଡିଆଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଙ୍କ ଘରକୁ ପଠାଇ ଦେଇଛୁ। ଅଣଓଡିଆ ଆସି ରହିଲେ ସମ୍ପୃକ୍ତ ଲଜ ମାଲିକ, ଭଡାରେ ଦେଇଥିବା ଘର ମାଲିକ ସେମାନଙ୍କ ଆଧାର କାର୍ଡ ତଥା ପରିଚିତ ପୁଲିସ ପାଖରେ ଦେବାକୁ କୁହାଯାଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ କଲା ଆକ୍ରମଣ, ଉପରୁ ତଳକୁ ଖସି ପଡି ମହିଳା ଗୁରୁତର

ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର...

ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି...

ହେବକି ତୃତୀୟ ବିଶ୍ବଯୁଦ୍ଧ, ଆମେରିକା ନିର୍ମାଣ କରୁଛି ସବୁଠି ଘାତକ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୨୩।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ରେକର୍ଡ ପରେ ରେକର୍ଡ କରିବାକୁ ଚାହାନ୍ତି । ଏହି ଲକ୍ଷ୍ୟରେ ଟ୍ରମ୍ପ ପ୍ରାୟତଃ ନାର୍ସିସିଜିମର ଚରମ...

କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ମିଳୁନି ଚାନ୍ଦା, ଆୟ ସମ୍ପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଆଉ ଚାନ୍ଦା(ଡୋନେଶନ) ମିଳୁନାହିଁ। କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ଚାନ୍ଦା ଦେବାକୁ କେହି...

ଦକ୍ଷିଣ ଏସିଆ ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩ା୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri