ନୋଟିସ ପରେ ବି ଗଡ଼ୁଛି ବକେୟା

ଭୁବନେଶ୍ୱର,୫।୮: ମନ୍ତ୍ରୀ, ନେତା ଓ ବରିଷ୍ଠ ପ୍ରଶାସକଙ୍କୁ ସୁବିଧାରେ ବିମାନ ସେବା ଯୋଗାଇଦେବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ବ୍ୟବସ୍ଥା ରହିଛି। ଏହିକ୍ରମରେ ଯଦି କୌଣସି ମନ୍ତ୍ରୀ, ନେତା ଓ ପ୍ରଶାସକ ସରକାରୀ କାର୍ଯ୍ୟରେ ବିମାନ ଯାତ୍ରା କରନ୍ତି, ତେବେ ବିଭାଗୀୟ ଅନୁରୋଧକ୍ରମେ ସେମାନଙ୍କ ପାଇଁ ଓଟିଡିସି ପକ୍ଷରୁ ଟିକେଟ କରାଯାଇଥାଏ। ଆଉ ଏହି ଟିକେଟର ଦେୟ ସମ୍ପୃକ୍ତ ବିଭାଗ ପକ୍ଷରୁ ୩ମାସ ମଧ୍ୟରେ ଓଟିଡିସି ନିକଟରେ ପଇଠ କରାଯାଇଥାଏ। ନଚେତ୍‌ ସମ୍ପୃକ୍ତ ବିଭାଗକୁ ନୋଟିସ କରାଯାଇ ଟଙ୍କା ଆଦାୟ କରାଯାଇଥାଏ। ହେଲେ ଆର୍‌ଟିଆଇ ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ କିଛି ବିଭାଗର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ଉପରେ ୪ଲକ୍ଷ ୬୨ହଜାର ୨୭୧ଟଙ୍କା ଦୀର୍ଘ ବର୍ଷ ଧରି ବକେୟା ପଡ଼ି ରହିଥିବା ଜାଣିବାକୁ ମିଳିଛି।
୨୦୨୨ ଜୁଲାଇ ୧୧ରେ ଆର୍‌ଟିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ ପୂର୍ବତନ ପର୍ଯ୍ୟଟନ, ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୨୦୧୯ ଜୁଲାଇ ୧ରୁ ୨୦୨୧ ସେପ୍ଟେମ୍ବର ୧୯ ମଧ୍ୟରେ ୫ଥର ବିମାନ ଯାତ୍ରା କରିଛନ୍ତି। ତାଙ୍କର ୫୫ ହଜାର ୪୩୩ଟଙ୍କା ବାକି ରହିଛି। ପୂର୍ବତନ ବିଜ୍ଞାନ ଓ କାରିଗରି ବିଭାଗ, ସାଧାରଣ ଉଦ୍ୟୋଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୨୦୧୫ ସେପ୍ଟେମ୍ବର ୧୫ରୁ ୨୦୧୯ ମାର୍ଚ୍ଚ ୨ ମଧ୍ୟରେ ୧୨ଥର ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି। ତାଙ୍କ ନାମରେ ୧ଲକ୍ଷ ୩୦ହଜାର ୮ଟଙ୍କା ବାକି ପଡ଼ିଛି। ଏହି ୨ମନ୍ତ୍ରୀ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ପୂର୍ବତନ ମନ୍ତ୍ରୀ ଥିଲେ। ସେବା ଉପଲବ୍ଧି ବିଭାଗର ଉଭୟେ ମନ୍ତ୍ରୀ ହୋଇଥିଲେ ମଧ୍ୟ ବକେୟା ଅର୍ଥ ସଂଗ୍ରହ ହୋଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେହିପରି ପୂର୍ବତନ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ୨୦୨୧ ନଭେମ୍ବର ୨୧ରୁ ୨୩ମଧ୍ୟରେ ୪ଥର ବିମାନ ଯାତ୍ରା କରିଥିବାବେଳେ ତାଙ୍କ ନାମରେ ୮୫,୯୭୪ଟଙ୍କା ବକେୟା ରହିଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାମରେ ୨୦୧୭ ରୁ ୨୦୧୯ ମଧ୍ୟରେ ୬୯,୮୫୧ଟଙ୍କା, ପୂର୍ବତନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ନାମରେ ୨୦୧୮ରେ ଥରେ ଯାତ୍ରା କରି ୩୯,୭୨୪ଟଙ୍କା, ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୧୯ରୁ ୨୧ମଧ୍ୟରେ ୨ଥର ଯାତ୍ରା କରି ୧୦,୧୦୭ଟଙ୍କା, ଦିବଂଗତ ମନ୍ତ୍ରୀ କଳ୍ପତରୁ ଦାସ ୨୦୧୪ରେ ଯାତ୍ରା କରିଥିବାବେଳେ ତାଙ୍କ ନାମରେ ୨୭,୩୬୧ଟଙ୍କା, ମନ୍ତ୍ରୀ ସମୀର ରଞ୍ଜନ ଦାଶ ୨୦୧୯ରେ ୨ଥର ଯାତ୍ରା କରିଥିବାବେଳେ ୧୩,୬୫୬ଟଙ୍କା, ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ୨୦୧୮ରେ ଥରେ ଗସ୍ତ କରି ୧୬, ୮୫୧ଟଙ୍କା ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୨୦୨୧ରେ ଥରେ ଗସ୍ତ କରି ତାଙ୍କ ନାମରେ ୧୩,୩୦୬ଟଙ୍କା ଅର୍ଥ ବାକି ରହିଥିବା ଜଣାପଡ଼ିଛି। ଏ ନେଇ ଓଟିଡିସିର ବିମାନ ସେବା ପରିଚାଳକ ରଞ୍ଜନ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବାକି ରହିଥିବା ଅର୍ଥ ପାଇଁ ୩ମାସ ପରେ ବିଭାଗକୁ ନୋଟିସ କରାଯାଇଥାଏ। ପ୍ରାୟ ସଂଗ୍ରହ ହୋଇ ଯାଇଥାଏ। କେତେବେଳେ ନିର୍ବାଚନ ତ ଆଉ କେତେବେଳେ କୌଣସି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସମୟରେ ସଂଗ୍ରହ କରିବାରେ ବିଳମ୍ବ ହେଉଛି। ତେବେ ବର୍ତ୍ତମାନ ବିମାନ ସେବା କିପରି ଚାଲିଛି ବୋଲି ପ୍ରଶ୍ନର ଉତ୍ତରରେ ଲାଭରେ ଚାଲିଛି ବୋଲି ମିଶ୍ର କହିଛନ୍ତି।

ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri