କିଆ ସେଲ୍‌ଟସର ବୁକିଂ ଆରମ୍ଭ

ନୂଆଦିଲ୍ଲୀ,୧୯-୭: କିଆ ମୋଟର୍ସର ନୂଆ ମଡେଲ ସେଲ୍‌ଟସର ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ କମ୍ପାନୀ ଏହି ମଡେଲର ୬,୦୪୬ ୟୁନିଟ୍‌ ଲାଗି ବୁକିଂ ହାସଲ କରିଛି। ଭାରତୀୟ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଲାଗି ଏହା ଏକ ରେକର୍ଡ। ଏହି ରେକର୍ଡ ବ୍ରାଣ୍ଡ ପ୍ରତି ଗ୍ରାହକଙ୍କ ଭଲ ପାଇବା ଦର୍ଶାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ମଙ୍ଗଳବାର କମ୍ପାନୀର ଅନ୍‌ଲାଇନ ସାଇଟ୍‌ ୨ ଲକ୍ଷ ହିଟ୍‌ ହାସଲ କରିଥିବା ବେଳେ ଦିନକରେ ୧୬୨୮ ଅନ୍‌ଲାଇନ ବୁକିଂ ଆସିଛି। କିଆ ମୋଟର୍ସ ଇଣ୍ଡିଆ ଦେଶର ୧୬୦ ଡିଲରଶିପରେ ସେଲଟସ୍‌ ଲାଗି ପ୍ରିବୁକିଂ ଗ୍ରହଣ କରୁଛି।
ଗ୍ରାହକଙ୍କଠାରୁ ଏଭଳି ରେସ୍‌ପନ୍ସ ଲାଭ କରି ଅତ୍ୟନ୍ତ ଖୁସି ବୋଲି କିଆ ମୋଟର୍ସ ଇଣ୍ଡିଆର ସେଲ୍‌ସ ମାର୍କେଟିଂ ଉପସଭାପତି ତଥା ମୁଖ୍ୟ ମନୋହର ଭଟ୍ଟ କହିଛନ୍ତି। ଭାରତୀୟ ଗ୍ରାହକଙ୍କୁ ସର୍ବୋତ୍ତମ ଗୁଣବତ୍ତା ବିଶିଷ୍ଟ ପ୍ରଡକ୍ଟ ଯୋଗାଣ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଏହା ବିଏସ୍‌-୬ ଇଞ୍ଜିନ ଯୁକ୍ତ ମଧ୍ୟମବର୍ଗ ଏସ୍‌ୟୁଭି, ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଆସୁଛି। ସମସ୍ତ ପାଓ୍ବାର ଟ୍ରେନରେ ଏହାର ମାନୁଆଲ ଏବଂ ଅଟୋମେଟିକ ବିକଳ୍ପ ଉପଲବ୍ଧ କରାଯାଉଛି। ଭାରତରୁ ଏହି ମଡେଲଟି ବିଶ୍ୱ ବଜାରରେ ପ୍ରବେଶ କରିଛି। ଡିଜାଇନ,ଗୁଣବତ୍ତା ଏବଂ ବିଶ୍ୱ ସ୍ତରିୟ ବୈଶିଷ୍ଟ୍ୟ ଦୃଷ୍ଟି କୋଣରୁ ଏହା ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରିଛି। ଗ୍ରାହକଙ୍କ ଆକାଂକ୍ଷା ଏହାକୁ ବହୁପ୍ରତିକ୍ଷିତ କାର ଭାବେ ରୂପାନ୍ତରିତ କରିଛି। ଏହା ଟେକ୍‌ ଲାଇନ ଏବଂ ଜିଟି ଲାଇନ ଭଳି ୨ ଟ୍ରିମରେ ଆସିଛି।
ମଡେଲର ଅନ୍ୟ ପ୍ରମୁଖ ଫିଚର…
– ୮.୦ ହେଡ ଅପ୍‌ ଡିସ୍‌ପ୍ଲେ
-୧୦.୨୫ ଏଚ୍‌ଡି ଟଚ୍‌ସ୍କ୍ରିନ
– ହାଇଟେକ ସାଉଣ୍ଡମୋଡ ଲ୍ୟାମ୍ପ,ରିୟର ଶେଡ୍‌ କର୍ଟେନ
– ୩୬୦ ଡିଗ୍ରି ଭିୟୁ ମନିଟର,ବ୍ଲାଇଣ୍ଡ ସ୍ପଟ ମନିଟରିଂ
– ଓ୍ବାର୍ଲଡ ଫାଷ୍ଟ କନେକ୍ଟ ଏୟାର ପ୍ୟୁରିଫାୟର
– ୟୁଭିଓ କନେକ୍ଟ ସିଷ୍ଟମ, ଓ୍ବେୟାରଲେସ୍‌ କମ୍ୟୁନିକେଶନ
– ୮ ସ୍ପିକର ବୋସ୍‌ ହାଇଫାଇ ସିଷ୍ଟମ


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri