ବ୍ୟାସସରୋବର ସୌନ୍ଦର୍ଯ୍ୟକରଣରେ ଅନିୟମିତତା

ଯାଜପୁର ଅଫିସ,୧୫ା: ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ କିମ୍ବା ପୂର୍ତ୍ତ ବିଭାଗର କର୍ତ୍ତୃତ୍ୱ ନାହିଁ । ଯେଉଁ ସରକାରୀ ଅଧିକାରୀଙ୍କୁ ପଚାରିଲେ କେହି କିଛି ଜାଣି ନାହାନ୍ତି ବୋଲି ଉତ୍ତର ମିଳୁଛି। ଏଭଳି ସ୍ଥିତିରେ ଠିକାସଂସ୍ଥାର ମନମାନି ଯୋଗୁ ମଞ୍ଜୁର ହୋଇଥିବା ୬୪ କୋଟି ଟଙ୍କା ପାଣିରେ ପଡିବ ବୋଲି ମତପ୍ରକାଶ ପାଇଛି। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟରେ ବ୍ୟାସସରୋବର ପାର୍କ ଅଞ୍ଚଳକୁ ପ୍ରବେଶ ପଥ ୪ଲେନ୍‌ ହେବ ବୋଲି ଦର୍ଶାଇଥିବାବେଳେ ଏବେ ୧ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଛି। ଏହାସହ ପୋଖରୀର ଆୟତନ ଓ ଗଭୀର, ପାଚେରୀ ନିର୍ମାଣରେ ବ୍ୟତିକ୍ରମ କରାଯାଇ ଆବଣ୍ଟିତ ଅର୍ଥରୁ ସିଂହଭାଗ ଅର୍ଥ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ସହରୀ ଜଙ୍ଗଲ ସୃଷ୍ଟି କରି ପ୍ରଦୂଷଣ ନିୟନ୍ତ୍ରଣ ଏବଂ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ୟାସସରୋବର ପୀଠର ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିପାଇଁ ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କାର୍ପୋରେଶନ) ଜରିଆରେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ନିୟୋଜିତ ହୋଇଛି। ତେବେ ଏହି କାର୍ଯ୍ୟରେ ପ୍ରଥମ ପର୍ଯ୍ୟାୟରୁ ହିଁ ଅନେକ ଅନିୟମିତା ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ପାଚେରୀ ପାଇଁ ପ୍ରାୟ ୬ ଫୁଟ ଗାତ ଖୋଲା ଯାଇ ପିଲର ସହ ତଳ ଅଂଶରେ କଂକ୍ରିଟ କରାଯାଉଥିବାବେଳେ ମଝି ପ୍ରାୟ ୩ ଫୁଟ ଇଟା ଯୋଡା ଯାଇଛି। ସେଠାରୁ ମାଟି ଉପରସ୍ତର ପର୍ଯ୍ୟନ୍ତ ପୁଣି କଂକ୍ରିଟ ହୋଇଛି। ଖୋଲା ଗାତରେ ବାଲି ସ୍ଥାନରେ ମାଟି ଓ ମୋରମ ପୋତା ଯାଉଛି। ଏଭଳି ପାଚେରୀ ନିର୍ମାଣ ପ୍ରାୟ ୫୦ ଏକର ପରିମିତ ଅଞ୍ଚଳରେ ହୋଇଛି। ବନ୍ୟା ସମୟରେ ଗଣ୍ଡାନାଳ ପାଣି ଏଠାରେ ସମୁଦ୍ର ଭଳି ଭ୍ରମ ସୃଷ୍ଟି କରିଥାଏ। ତେଣୁ ବନ୍ୟା ପାଣିକୁ ଏଭଳି ଦୁର୍ବଳ କାମ ସମ୍ଭାଳି ପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ଲଗାତାର ପ୍ରବଳ ବର୍ଷା ହୁଏ ଗଣ୍ଡାନାଳା ପାଣି ପାଚେରୀ ସହ ପୋଖରୀ କାମକୁ ଧୋଇ ନେଇପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଏହାପରେ ଏନ୍‌ବିସିସି ଏତିକିରେ କାମ ସରିଲା ବୋଲି କହି ଫେରାର ମାରିପାରେ ବୋଲି ମଧ୍ୟ କେତେଜଣ ମତ ଦେଇଛନ୍ତି ା ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାରୁ ରାସ୍ତାର ଦୀର୍ଘ ସ୍ଥାୟିତ୍ୱ ନେଇ ସଂଶୟ ପ୍ରକାଶ ପାଇଛି। ଏହି ସୌନ୍ଦର୍ଯ୍ୟକରଣ କାମରେ ପୋଖରୀ, ଘାଟ, ବୋଟିଂ ସୁବିଧା, ହସ୍ତିନାପୁର, ଭଗବାନ କୃଷ୍ଣ, ବ୍ୟାସଦେବ ମୂର୍ତ୍ତି, ପାଣ୍ଡବ ଓ କୌରବ, ଦୌପଦୀ, ଚକ୍ରବ୍ୟୁହ, ମାଛଆଖି, ଭୀଷ୍ମଙ୍କ ଶରଶଯ୍ୟା, ବିଶ୍ୱରୂପ ଭଳି ଦୃଶ୍ୟ ନିର୍ମାଣ କରିବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri